ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ଲହୁଲୁହାଣ
Advertisement
Article Detail0/zeeodisha/odisha893593

ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ଲହୁଲୁହାଣ

ଗତକାଲି ବିଳମ୍ବିତ ରାତିରେ ଶରତ ଥାନା (Sarat Police) ଦେୱାନବାହାଳି ଗ୍ରାମରେ ଚଇତି ପର୍ବ ପାଳନ ହେଉଥିଲା। ସେଠାରେ କୋଭିଡ ନିୟମ (Covid guidelines) କୁ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍ ହୋଇଥିବାର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ପର୍ବ ବନ୍ଦ କରିବାକୁ କହିଥିଲା।

ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ଲହୁଲୁହାଣ

ସନ୍ଦୀପ ମହାନ୍ତି, ମୟୂରଭଞ୍ଜ: କୋଭିଡ ନିୟମ ଉଲ୍ଲଂଘନ କରି ଚାଲିଥିବା ଚଇତି ପର୍ବ ବନ୍ଦ କରିବାକୁ ଯିବା ପୋଲିସ୍ ପାଇଁ ପଡିଲା ମହଙ୍ଗା । ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବା ସହିତ ପୋଲିସ୍ ଗାଡି ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ଶରତ ଥାନା ଦେୱାନବାହାଳି ଗ୍ରାମରେ ।

ଗତକାଲି ବିଳମ୍ବିତ ରାତିରେ ଶରତ ଥାନା (Sarat Police) ଦେୱାନବାହାଳି ଗ୍ରାମରେ ଚଇତି ପର୍ବ ପାଳନ ହେଉଥିଲା। ସେଠାରେ କୋଭିଡ ନିୟମ (Covid guidelines) କୁ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍ ହୋଇଥିବାର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ପର୍ବ ବନ୍ଦ କରିବାକୁ କହିଥିଲା। ହେଲେ ପୋଲିସର ହସ୍ତକ୍ଷେପକୁ ବିରୋଧ କରି ଲୋକେ ତାତି ଯାଇଥିଲେ।

Also Read: ପରିବାର ସହ ଲଣ୍ଡନକୁ ପଳାୟନ କଲେ ଆଦର ପୁନାୱାଲା, ଖୁବଶୀଘ୍ର ହେବ ବଡ ଘୋଷଣା

ଉତ୍ୟକ୍ତ ଲୋକେ ଯିଏ ଯେପରି ପାରିଲା ପୋଲିସ୍ ଉପରକୁ ଆକ୍ରମଣ କଲେ। କିଏ ପୋଲିସ୍ ଗାଡି ଉପରେ ଚଢି ଭଙ୍ଗାରୁଜା କଲା ତ ଆଉ କିଏ ପୋଲିସ ଉପରେ ଆକ୍ରମଣ କରିଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ପୋଲିସ୍ ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ୍ ଗାଡିକୁ ଭାଙ୍ଗି ଚୁରମାର କରିଥିଲେ। ପୋଲିସ୍ କର୍ମଚାରୀମାନେ ନିଜ ଜୀବନ ବଂଚାଇ ଘଟଣାସ୍ଥଳରୁ ଖସି ଆସିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଶହ ଶହ ଲୋକ ପୋଲିସକୁ ରକ୍ଷା କରିବା ବଦଳରେ ଆକ୍ରମଣର ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରୁଥିଲେ।

fallback

ଏହି ଆକ୍ରମଣ (Police Attacked) ରେ ଶରତ ଥାନାର ASI ବିଶ୍ୱଜିତ୍ ଦାସମହାପାତ୍ର ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଏବଂ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଗୁରୁତର ବିଶ୍ୱଜିତ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ (Udala Hospital) ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

Also Read: Assembly Election Results 2021: ଆଜି ୫ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ, ବିଜୟ ଶୋଭାଯାତ୍ରା ଉପରେ ଲାଗିଛି ରୋକ

ତେବେ ଏହି ଘଟଣାରେ ପୋଲିସ (Mayurbhanj Police) ଏକାଧିକ ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଯାଇଛି ତାହାର ସୂଚନା ମିଳିନାହିଁ। କିନ୍ତୁ ସେପଟେ ଆକ୍ରମଣ ପରେ ଦେୱାନବାହାଳି ଗ୍ରାମର ଅନେକ ଯୁବକ ଫେରାର ହୋଇଯାଇଛନ୍ତି।