ଦିନ ଦ୍ୱିପହରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ଭିଡିଓ ଭାଇରାଲ, ଜଣେ ଗିରଫ
Advertisement
Article Detail0/zeeodisha/odisha897002

ଦିନ ଦ୍ୱିପହରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ଭିଡିଓ ଭାଇରାଲ, ଜଣେ ଗିରଫ

ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଝାରସୁଗୁଡ଼ା ରେଳବାଇ ପୋଲିସ୍ ଓ ଝାରସୁଗୁଡ଼ା ଟାଉନ ପୋଲିସ।

ପ୍ରତିକାତ୍ମକ ଫଟୋ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଲଜ୍ୟା। ଲକଡାଉନ ବେଳେ ଦିନ ଦ୍ବିପହରରେ ପୋଲିସ ବିଭାଗ ବ୍ୟସ୍ତ ଥିବାର ଫାଇଦା ଉଠାଇଲେ ଅଭିଯୁକ୍ତ। ରେଳ ଷ୍ଟେସନ ନିକଟ ବସଷ୍ଟାଣ୍ଡର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ହୋଇଥିବାର ଅଭିଯୋଗ ହୋଇଛି। ଯହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣା ପରେ ସମଗ୍ର ଜିଲ୍ଲାରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଝାରସୁଗୁଡ଼ା ରେଳବାଇ ପୋଲିସ୍ ଓ ଝାରସୁଗୁଡ଼ା ଟାଉନ ପୋଲିସ। 

ଝାରସୁଗୁଡ଼ା (Jharsuguda) ବସଷ୍ଟାଣ୍ଡ ଇଲାକା ଆସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଗୁରୁବାର ଦିନ ଦ୍ବିପହରରେ ବସଷ୍ଟାଣ୍ଡ ପଛ ପାଖରେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହେଉଛି। ଅସହାୟ ଯୁବତୀଙ୍କ ପ୍ରତି ବଳାତ୍କାର କରାଯାଉଥିବା ସମୟରେ ସେଠାରେ ଅନ୍ୟ କେତେକ ଯୁବକ ପହଞ୍ଚି ମୋବାଇଲରେ ଭିଡିଓ ଉତ୍ତୋଳନ କରିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ମାରିଥିଲେ। ହେଲେ ଭିଡିଓରେ ଉଭୟ ବଳାତ୍କାରୀ ଯୁବକ  ଚିହ୍ନା ପଡ଼ୁଥିବାରୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। 

Also Read: କୋରୋନାକୁ ନେଇ କଳା ଧନ୍ଦା; Lab ସିଲ୍, ମାଲିକ ଗିରଫ

ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳ ରେଳବାଇ ଥାନା (Railway Police) ଅଧୀନରେ ରହିଛି। ବସଷ୍ଟାଣ୍ଡର ଉତ୍ତର-ପୂର୍ବ ଦିଗରେ ରେଳବାଇର ପରିତ୍ୟକ୍ତ କୋଠାମାନ ଅଛି। ସେହି ଏକ ପରିତ୍ୟକ୍ତ କୋଠାରେ ଗୁରୁବାର ଅପରାହ୍ଣରେ ଏଭଳି ଅସାମାଜିକ ଅପରାଧିକ କାର୍ଯ୍ୟ (Gangrape Caseଚାଲିଥିଲା। ମାତ୍ର ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପୀଡ଼ିତା ଜଣକ ପୋଲିସରେ ଅଭିଯୋଗ କରି ନାହାନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ଦୁର୍ବୃତ୍ତ ମାନେ କୌଣସି ପ୍ରକାର ଧମକ ଦେଇଛନ୍ତି ନା ଅନ୍ୟ କେଉଁ ପରିସ୍ଥିତିରେ ପୋଲିସ ପାଖରେ ସେ ଅଭିଯୋଗ କରି ନାହାନ୍ତି ତାହା ତଦନ୍ତ ସାପେକ୍ଷ ନିଶ୍ଚୟ।

  

ବସଷ୍ଟାଣ୍ଡ ଅଞ୍ଚଳରେ ଅପରାଧୀମାନେ ନିୟମିତ ଭାବେ ଛିନତାଇ, ମାରପିଟ୍ ଆଦି ଅପରାଧିକ ଘଟଣା ଭିଆଇ ଚାଲିଛନ୍ତି। ରେଳବାଇ ପୋଲିସ ଅଧୀନରେ ଏହି ଇଲାକା ଥିବାରୁ ଝାରସୁଗୁଡ଼ା ଟାଉନ ଥାନା ପୁଲିସ ଏହି ଅଞ୍ଚଳ ଉପରେ ନଜର ମଧ୍ୟ ରଖୁନାହିଁ। ବସଷ୍ଟାଣ୍ଡ ପଛ ପାଖ ଅଞ୍ଚଳ ଏବେ ଲକ୍‌ଡାଉନ ସମୟରେ ନିଛାଟିଆ ରହୁଥିବାରୁ ଏଠାରେ ଅପରାଧ କରି ଖସି ଯିବାରେ ଅସୁବିଧା ହେଉନାହିଁ। ଯୁବତୀଙ୍କୁ ଗଣବଳାତ୍କାର ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରେଳବାଇ ପୋଲିସ ନିକଟରେ ଅଭିଯୋଗ ହୋଇ ନ ଥିଲେ ହେଁ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରେଳବାଇ ପୋଲିସ ଘଟଣାର ତଦନ୍ତ କରି  ଦୋଷୀ ଵିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। 

Also Read: ତିନି ଦିନ ପରେ ମିଳିଲା ପୂର୍ବତନ ସମିତି ସଭ୍ୟଙ୍କ ମୃତଦେହ

ତେବେ ଗଣଦୁଷ୍କର୍ମର ଭିଡିଓ ସମାଜିକ ଗଣମାଧ୍ୟମରେ ଭାଇରଲ (Video Viral) ପରେ ଘଟଣାକୁ ଗୁରୁତର ସହ ନେଇ ଝାରସୁଗୁଡ଼ା ପୋଲିସ ଓ ରେଲୱେ ପୋଲିସ। ଭାଇରାଲ ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଛି। ଘଟଣାଟି ଲୋକ ଲୋଚନକୁ ଆସିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ଓ ଝାରସୁଗୁଡ଼ା ରେଳବାଇ ପୋଲିସ୍ ଅଧିକାରୀ ସୈାଦାମିନି ନାଗ ଉଭୟଙ୍କ ମିଳିତ ଉଦ୍ୟମରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରାଯାଇଛି। ଏ  ନେଇ ଝାରସୁଗୁଡା ସରକାରୀ ରେଳବାଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି।

ମୁଖ୍ୟ ଅଭିଯୁକ୍ତ ଗିରଫ କରାଯାଇଛି ଏବଂ ଅଭିଯୁକ୍ତ ଜଣକ ଜିଲ୍ଲାର ଲଇକେରା ଥାନା ଅନ୍ତର୍ଗତ ନକ୍ସାପାଳି ଗ୍ରାମର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ପୋଲିସ (Jharsuguda Police) କାବୁ କରିବ ବୋଲି  ଝାରସୁଗୁଡ଼ା ଏସ୍.ପି ବିକାଶ ଚନ୍ଦ୍ର ଦାଶସୂଚନା ଦେଇଛନ୍ତି। ସେହିପରି ଭାଇରାଲ ଭିଡିଓକୁ ସେୟାର ନ କରିବା ପାଇଁ ସେ ଜନସାଧାରଣଙ୍କୁ ଅପିଲ ମଧ୍ୟ କରିଛନ୍ତି।