ହାଇୱା-ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଜଣେ ଗୁରୁତର
Advertisement
Article Detail0/zeeodisha/odisha1160209

ହାଇୱା-ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଜଣେ ଗୁରୁତର

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାଇୱା ଧକ୍କାରେ ଅଟୋର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଡିଜାଇନ୍ ଫଟୋ

କେନ୍ଦୁଝର: ଜିଲ୍ଲାର ଆନନ୍ଦପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ କୋଡପଡା ଛକ ନିକଟରେ ଟିପ୍ସ ବୋଝେଇ ହାଇୱା-ଅଟୋ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁର୍ଧଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।

ମିଳିଥିବା ସୂଚନାନୁସାରେ ସାତକୋଶିଆରୁ ୪ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀବାହୀ ଅଟୋ ଜାବିନିପୁରକୁ ଆସୁଥିଲା। ଏହି ସମୟରେ ଓସ୍ତପୁରରୁ ଚିପ୍ସ ବୋଝେଇ କରି ସାତକୋଶିଆ ଅଭିମୁଖେ ଯାଉଥିବା ହାଇୱାଟି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଜାବିନିପୁର ଅଞ୍ଚଳର ୨ ଜଣ ମହିଳା ଏବଂ ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।  

Also Read: Silver Line Project ବିବାଦ: କଂଗ୍ରେସ କର୍ମୀଙ୍କୁ ନିସ୍ତୁକ ପିଟିଲା ପୋଲିସ, କ୍ୟାମେରାରେ ଧରାପଡି

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାଇୱା ଧକ୍କାରେ ଅଟୋର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ ଟିପ୍ସ ବୋଝେଇ ହାଇୱା ଓଲଟିଯାଇଛି। ହାଇୱାରେ ଥିବା ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।