ସୋସିଆଲ ମିଡିଆ ସେନସେସନ୍ ହିନ୍ଦୁସ୍ତାନୀ ଭାଉ ଗିରଫ, ଜାଣନ୍ତୁ କାରଣ...
Advertisement

ସୋସିଆଲ ମିଡିଆ ସେନସେସନ୍ ହିନ୍ଦୁସ୍ତାନୀ ଭାଉ ଗିରଫ, ଜାଣନ୍ତୁ କାରଣ...

ବେଆଇନ ସମାବେଶ, ଦଙ୍ଗା, ଅପରାଧକୁ ଉସକାଇବା ଓ କୋଭିଡ ସମୟରେ ପ୍ରଦର୍ଶନ କରି ଭିଡ଼ ଜମାଇବା ଭଳି ଅପରାଧକୁ ନେଇ ମାମଲା ରୁଜୁ କରିଛି ପୋଲିସ। 

ସୋସିଆଲ ମିଡିଆ ସେନସେସନ୍ ହିନ୍ଦୁସ୍ତାନୀ ଭାଉ ଗିରଫ, ଜାଣନ୍ତୁ କାରଣ...

ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରତିଟି ଭିଡିଓରେ ହଇଚଇ ସୃଷ୍ଟି କରୁଥିବା ହିନ୍ଦୁସ୍ତାନୀ ଭାଉ ଓରଫ ୟୁଟ୍ୟୁବର୍ ବିକାଶ ପାଠକଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ ଯେ, ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାୟକୱାଡଙ୍କ ବାସଭବନ ସମ୍ମୁଖରେ ଛାତ୍ର ମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏବଂ ତାଙ୍କର ଏକ ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ। 

ଜଣେ ଅଧିକାରୀଙ୍କୁ କହିବା କଥା, ୪୧ ବର୍ଷୀୟ ୟୁଟ୍ୟବର ବିକାଶ ଫାଠକ (Youtuber Vikas Fhatak)  ଦଶମ ଓ ଦ୍ୱାଦଶ ଅଫଲାଇନ ପରୀକ୍ଷା ରଦ୍ଦ ପାଇଁ ଦାବି କରି ଧାରାବୀ ଅଞ୍ଚଳରେ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ସୋମବାର ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ। ଯାହା ଫଳରେ ପୋଲିସ ତାଙ୍କୁ ଗିରଫ କରିଛି।  ଏହି ପ୍ରଦର୍ଶନକୁ ନେଇ ପୋଲିସ ଇକରାର ଖାନ୍ କୁ ବି ଗିରଫ କରିଛି। ବେଆଇନ ସମାବେଶ, ଦଙ୍ଗା, ଅପରାଧକୁ ଉସକାଇବା ଓ କୋଭିଡ ସମୟରେ ପ୍ରଦର୍ଶନ କରି ଭିଡ଼ ଜମାଇବା ଭଳି ଅପରାଧକୁ ନେଇ ମାମଲା ରୁଜୁ କରିଛି ପୋଲିସ। ହିନ୍ଦୁସ୍ତାନୀ ଭାଉ ଓ କିଛି ସମର୍ଥକଙ୍କୁ ପୋଲିସ ଫେବ୍ରୁଆରୀ ୪ ଯାଏ ନିଜ ହେପାଜତକୁ ନେଇଥିବା ସୂଚନା ରହିଛି।  

Also Read: Budget ରେ କ୍ରିପ୍ଟୋକୁ ନେଇ ବଡ଼ ଘୋଷଣା, ଜାଣନ୍ତୁ କେତେ ଦେବାକୁ ପଡ଼ିବ Tax

ଅଧିକାରୀ କହିଛନ୍ତି ଯେ ୟୁଟ୍ୟୁବର୍ ସୋସିଆଲ ମିଡିଆ (Social Media) ରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି ଯେଉଁଥିରେ ସେ ଛାତ୍ରମାନଙ୍କୁ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭରେ ଭାଗ ନେବାକୁ ନିବେଦନ କରିଛନ୍ତି। ସୋମବାର ମନ୍ତ୍ରୀଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ, ଯାହା ପରେ ସେମାନଙ୍କୁ ଅଟକାଇବା ପାଇଁ ପୋଲିସକୁ ଲାଠି-ଚାର୍ଜ କରିବାକୁ ପଡୁଥିଲା।

Also Read: ଏହି କାରଣରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରନ୍ତି ମହିଳା

ଜୋନ୍ -5 ପୋଲିସର ଡେପୁଟି କମିଶନର ପ୍ରଣୟ ଅଶୋକ ସୋମବାର ଦିନ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଉସକାଇବା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ  ଦଣ୍ଡ ଦିଆଯିବ। ତେବେ ହିନ୍ଦୁସ୍ତାନୀ ଭାଉଙ୍କୁ ପ୍ରତିଟି ଭିଡିଓର ମିମ୍ ରେ ଦେଖିବାକୁ ମିଳିଥାଏ। ବିଶେଷ କରି ପଡ଼ୋଶୀ ଦେଶର ୟୁଟ୍ୟୁବରଙ୍କୁ ଟାର୍ଗେଟ କରୁଥିବା ନଜିର ରହିଛି । ଆଉ ତାଙ୍କର ଫେମସ ଡାଏଲଗ୍ ହେଉଛି ରୁକୋ ଜରା...ସବ୍ର କରୋ....(Ruko Jara...Sabra Karo)