ଯୌତୁକ ଜୁଇରେ ଜଳିଗଲେ ନବବଧୂ; ସ୍ୱାମୀ ସହ ଶାଶୁ-ଶ୍ୱଶୁର ଗଲେ ଜେଲ
Advertisement

ଯୌତୁକ ଜୁଇରେ ଜଳିଗଲେ ନବବଧୂ; ସ୍ୱାମୀ ସହ ଶାଶୁ-ଶ୍ୱଶୁର ଗଲେ ଜେଲ

ଯୌତୁକ ଜୁଇରେ ପୁଣିଥରେ ବଳି ପଡିଲେ ନବବଧୂ । ଏପରି ଏକ ଅଭାବନୀୟ ଘଟଣା ସାରା  ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି  । ବରଗଡ଼ ସହର ତଳିପଡ଼ା ନିବାସୀ ଅନ୍ତର୍ଯ୍ୟ।ମୀ ସାହୁ ଓ ଭୂମିସୂତା ସାହୁଙ୍କ ଝିଅ ଚାନ୍ଦିନୀ ୩୧ ମାର୍ଚ୍ଚ ୨୦୨୧ ମସିହାରେଙ୍କ ଭଟିଲି ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ପଲାଉ ପାତ୍ରଙ୍କ ପୁଅ ମନୋରଂଜନ ସହିତ ବିବାହ ହୋଇଥିଲା । 

ଯୌତୁକ ଜୁଇରେ ଜଳିଗଲେ ନବବଧୂ; ସ୍ୱାମୀ ସହ ଶାଶୁ-ଶ୍ୱଶୁର ଗଲେ ଜେଲ

ବଳରାମ ଦୀପ ବରଗଡ଼: ଜିଲ୍ଲାରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ି ଚାଲିଥିବା ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ନବବଧୂକୁ ହତ୍ୟା କରାଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଯୌତୁକ ନିର୍ଯ୍ୟାତନା ଦେଇ ନବବଧୁକୁ ହତ୍ୟା କରିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ମୃତ ନବବଧୁଙ୍କ ପରିବାର ଲୋକେ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଜାମପାଲି ଗାଁରୁ ।

ବରଗଡ଼ ତଲିପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ଚାନ୍ଦନୀ ବର୍ଷକ ତଳେ ଭଟଲି ଥାନା ଜାମପାଲି ଗାଁର ପଳଉ ପାତ୍ରଙ୍କ ସାନ ପୁଅ ମନୋରଞ୍ଜନଙ୍କ ସହ ବିବାହ ହୋଇଥିଲା । ତେବେ ଯୌତୁକ ପାଇଁ ବାରମ୍ବାର ଝିଅକୁ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବା ବେଳେ ଗୁରବାର ଝୁଲନ୍ତା ଅବସ୍ଥାରେ ଚାନ୍ଦିନୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଚାନ୍ଦନୀଙ୍କୁ ହତ୍ୟା କରାଯାଇଥିବା ଝିଅ ବାପମା' ଅଭିଯୋଗ କରିଥିବା ବେଳେ ହତ୍ୟା ଅଭିଯୋଗରେ ନବବଧୂର ସ୍ୱାମୀ, ଶାଶୁ-ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଯୌତୁକ ଜୁଇରେ ପୁଣିଥରେ ବଳି ପଡିଲେ ନବବଧୂ । ଏପରି ଏକ ଅଭାବନୀୟ ଘଟଣା ସାରା  ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି  । ବରଗଡ଼ ସହର ତଳିପଡ଼ା ନିବାସୀ ଅନ୍ତର୍ଯ୍ୟ।ମୀ ସାହୁ ଓ ଭୂମିସୂତା ସାହୁଙ୍କ ଝିଅ ଚାନ୍ଦିନୀ ୩୧ ମାର୍ଚ୍ଚ ୨୦୨୧ ମସିହାରେଙ୍କ ଭଟିଲି ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ପଲାଉ ପାତ୍ରଙ୍କ ପୁଅ ମନୋରଂଜନ ସହିତ ବିବାହ ହୋଇଥିଲା । ତେବେ ବିବାହ ପରଠୁ ଶାଶୁ ଘର ଲୋକେ ଚାନ୍ଦିନୀଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ତେବେ ଗତକାଲି ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଶାଶୁଘର ଲୋକେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ତାଙ୍କ ମୃତ୍ୟ ଘଟିଥିଲା । 

ଏହା ବି ପଢ଼ନ୍ତୁ:-ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ

ଏହା ବି ପଢ଼ନ୍ତୁ:-ଏହି ବ୍ୟକ୍ତିଙ୍କ ପାଇଁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ ହାର୍ଦ୍ଦିକ! ବର୍ତ୍ତମାନ ନିର୍ବାଚନରେ ମିଳିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଏହା ବି ପଢ଼ନ୍ତୁ:-ପୁଣି ଆମେରିକା ସମେତ ସାରା ଦୁନିଆର ଟେନସନ୍ ବଢ଼ାଇଲେ କିମ୍ ଜଙ୍ଗ

 

ତାଙ୍କ ମୃତ୍ୟୁକୁ ନେଇ ଚାନ୍ଦିନୀଙ୍କ ବାପଘର ଲୋକେ ଭଟିଲି ଥାନାରେ ଯୌତୁକ ନିର୍ଯାତନା ସହ ହତ୍ୟା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ନେଇ ପୋଲିସ ଘଟଣାସ୍ଥଳକୁ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି । ଏହାସହ ମୃତ ନବବଧୁଙ୍କ ଶାଶୁ, ଶଶୁର ଏବଂ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରଗଡ଼ ଅତିରିକ୍ତ ଏସ.ପି ପି କେ ମିଶ୍ର ଘଟଣାର ଅଧିକ ତଦନ୍ତ କରୁଛନ୍ତି । ତେବେ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆଶା କରାଯାଉଛି ।