Advertisement
Article Detail0/zeeodisha/odisha691537
Zee OdishaOther Newsଚୀନ ଏବଂ ଇରାନ ହ୍ୟାକର୍ସଙ୍କ ଟାର୍ଗେଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଚୀନ ଏବଂ ଇରାନ ହ୍ୟାକର୍ସଙ୍କ ଟାର୍ଗେଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଚୀନ ଏବଂ ଇରାନ ହ୍ୟାକର୍ସଙ୍କ ଟାର୍ଗେଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରହିଥିବା ଘଟଣା ସମ୍ନାକୁ ଆସିଛି | 

ଚୀନ ଏବଂ ଇରାନ ହ୍ୟାକର୍ସଙ୍କ ଟାର୍ଗେଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ: ଚଳିତ ବର୍ଷ ଶେଷ ଆଡକୁ କିମ୍ବା ଆସନ୍ତା ପ୍ରାରମ୍ଭରେ ହେବାକୁ ଯାଉଛି  ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାର(ୟୁଏସଏ) ରାଷ୍ଟ୍ରପତି ନିର୍ବାଚନ | ହେଲେ ଏବେ ଏହା ଉପରେ ନଜର ପକାଇଛନ୍ତି ଡିଜିଟାଲ ଗୁପ୍ତଚର | ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ତଥ୍ୟକୁ ହାତେଇବା ପାଇଁ ସେମାନଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ | ମାତ୍ର ଏହା ସଫଳ ହୋଇ ପାରିନାହିଁ |  

ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଥ୍ରେଟ ଆନାଲିସିସ ଗ୍ରୁପ ପ୍ରମୁଖ ଶେନ ହଣ୍ଟେଲ ଏ ସମ୍ପର୍କରେ ଟ୍ୱିଟରରେ ଜଣାଇଛନ୍ତି |  ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଚୀନ ସମର୍ଥିତ ହ୍ୟାକର ଡେମୋକ୍ରାଟିକ ପ୍ରାର୍ଥୀ  ଜୋ ବିଡେନଙ୍କ ନିର୍ବାଚନ ଅଭିଯାନ ସହ ଜଡିତ କର୍ମଚାରୀଙ୍କ ଇମେଲ ଆକାଉଣ୍ଟକୁ ଟାର୍ଗେଟ କରିଛନ୍ତି | ଇରାନ ସମର୍ଥିତ ହ୍ୟାକର ବର୍ତ୍ତମାନର ରାଷ୍ଟ୍ରପତି  ଡୋନାଲ୍ଟ ଟ୍ରମ୍ପଙ୍କ  ଅଭିଯାନ ସହ ସମ୍ପୃକ୍ତ ସଦସ୍ୟଙ୍କ ଉପରେ ନଜର ରଖିଛନ୍ତି | ଏ ଘଟଣା ବାବଦରେ ଜଣାପଡିବା ପରେ ବିଶ୍ୱର ପ୍ରମୁଖ ନେତାଙ୍କୁ ଡିଜିଟାଲ ଗୁପ୍ତଚର ଟାର୍ଗେଟ କରୁଥିବାର ସ୍ପଷ୍ଟ ହୋଇଛି | 

ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଟ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ ଇରାନୀ ହ୍ୟାକର | ଗତବର୍ଷ ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଥିଲା ଚାର୍ମିଂ କିଟନ ନାମକ ଏକ ଗୋଷ୍ଠୀ  ଆମେରିକା ରାଷ୍ଟପ୍ରତି ନିର୍ବାଚନ ସହ ଜଡିତ ଇମେଲ ଆକାଉଣ୍ଟକୁ ଟାର୍ଗେଟ କରିଥିଲା | ଯଦିଓ ମାଇକ୍ରୋସଫ୍ଟ ରାଷ୍ଟ୍ରପତିଙ୍କ ନାଁ ସ୍ପଷ୍ଟ କରିନାହିଁ  ଏହା ଟ୍ରମ୍ପଙ୍କ ପାଇଁ ଉଦ୍ଦିଷ୍ଟ |  

Add Zee News as a Preferred Source

ଚଳିତ ବର୍ଷ ଆରମ୍ଭରୁ ଏରିୟା-1 ପକ୍ଷରୁ କୁହାଯାଇଥିଲା ଋଷୀୟ ହ୍ୟାକର୍ସ  ଏକ ୟୁକ୍ରେନ ଗ୍ୟାସ  ଫର୍ମ ସହଲ ଜଡିତ କମ୍ପାନୀକୁ ଟାର୍ଗେଟ କରିଥିଲେ | ଯେଉଁଠି ଆମେରିକା ରାଷ୍ଟ୍ରପତିରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା  ଜୋ ବିଡେନଙ୍କ ପୁଅ କାମ କରିଥିଲେ | ଯଦିଓ ଏହା ଉପରେ ଗୁଗୁଲ ପକ୍ଷରୁ ଏହା ଉପରେ କିଛି ପ୍ରତିକ୍ରିୟା ରଖାଯାଇ ନାହିଁ ଏଥିରୁ ସ୍ପଷ୍ଟ ଯେ, ଇରାନ ଏବଂ ଚୀନ ହ୍ୟାକର୍ସଙ୍କ ଟାର୍ଗେଟରେ ରହିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ |