Kallakurichi Student Death: ଛାତ୍ରୀଙ୍କ ମୃତ୍ୟୁ ଘଟଣାର CB-CID କରୁଛି ଯାଞ୍ଚ, ଜାଣନ୍ତୁ ପୂରା ମାମଲା
Advertisement

Kallakurichi Student Death: ଛାତ୍ରୀଙ୍କ ମୃତ୍ୟୁ ଘଟଣାର CB-CID କରୁଛି ଯାଞ୍ଚ, ଜାଣନ୍ତୁ ପୂରା ମାମଲା

Kallakurichi Student Death: ତାମିଲନାଡୁର କାଲ୍ଲାକୁରିଚିର ଚିନ୍ନାସାଲେମର କାନିଆମୋର ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଜୁଲାଇ ୧୩ ରେ ଜଣେ ୧୭ ବର୍ଷୀୟା ଦ୍ୱାଦଶ ଛାତ୍ରୀଙ୍କ ହଷ୍ଟେଲ ପରିସରରେ ମୃତଦେହ ମିଳିଥିଲା । ଶିକ୍ଷକମାନେ ହଇରାଣ କରିବା ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି ।

ସୌ: ସୋସିଆଲ ମିଡିଆ

Kallakurichi Student Death: ତାମିଲନାଡୁର କାଲ୍ଲାକୁରିଚିରେ (Kallakurichi) ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କ୍ରାଇମ ବ୍ରାଞ୍ଚ, ସିବି ଓ ସିଆଇଡି ତଦନ୍ତ ଆରମ୍ଭ କରିଛି । ଉଭୟ ତଦନ୍ତକାରୀ ସଂସ୍ଥା କୁଡାଲୋର ଜିଲ୍ଲାର ପେରିୟାନାସାଲୁର ଗ୍ରାମରେ ପୀଡିତା ଝିଅର ଘର ବାହାରେ ନୋଟିସ ଜାରି କରିଛନ୍ତି । ନୋଟିସ ଜରିଆରେ ପରିବାରକୁ ସୂଚନା ଦିଆଯାଇଛି ଯେ, ପୋଷ୍ଟମର୍ଟମ ପ୍ରକ୍ରିୟା ଶେଷ ହୋଇଛି ଓ ମୃତ ଦେହକୁ ଶେଷ ରୀତିନୀତି ପାଇଁ ନିଆଯାଇଛି ।

ତୁରନ୍ତ ପ୍ରଭାବ ସହିତ କାଲ୍ଲାକୁରିଚିର ପୋଲିସ ଅଧୀକ୍ଷକ ଏସ ସେଲଭାକୁମାରଙ୍କୁ ଟ୍ରାନ୍ସଫର କରାଯାଇଛି । ତାଙ୍କ ସ୍ଥାନରେ ଟ୍ରିପିଲକେନ ଡେପୁଟି କମିଶନର ପୋଲିସ ପାକଲାଭାନଙ୍କୁ କାଲ୍ଲାକୁରିଚିର ଏସପି ଭାବେ ନିଯୁକ୍ତି ଦିଆଯାଇଛି ।

ହଷ୍ଟେଲ ପରିସରରେ ମିଳିଥିଲା ମୃତଦେହ 
ତାମିଲନାଡୁର କାଲ୍ଲାକୁରିଚିର ଚିନ୍ନାସାଲେମର କାନିଆମୋର ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଜୁଲାଇ ୧୩ ରେ ଜଣେ ୧୭ ବର୍ଷୀୟା ଦ୍ୱାଦଶ ଛାତ୍ରୀଙ୍କ ହଷ୍ଟେଲ ପରିସରରେ ମୃତଦେହ ମିଳିଥିଲା । ଶିକ୍ଷକମାନେ ହଇରାଣ କରିବା ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଥିଲେ । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଛାତ୍ରୀଙ୍କ ଶରୀରରେ ଏକାଧିକ ଆଘାତ ଚିହ୍ନ ରହିଥିଲା । ଏହା ଯୋଗୁଁ ରବିବାର ଦିନ ସ୍କୁଲ ପରିସରରେ ଅଗ୍ନିକାଣ୍ଡ ଓ ହିଂସା ମଧ୍ୟ ଘଟିଥିଲା । 

ଏମାନଙ୍କୁ ଗିରଫ କରିଛି ପୋଲିସ 
ସୋମବାର ପୋଲିସ ଏହି ଘଟଣାରେ ଦୁଇ ସ୍କୁଲ ଶିକ୍ଷକ ହରିପ୍ରିୟା ଓ କ୍ରିତିକାଙ୍କୁ ଗିରଫ କରିଛି । ଏହାପୂର୍ବରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସଚିବଙ୍କ ସମେତ ପରିଚାଳନା ବିଭାଗର ତିନିଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ରବିବାର ଦିନ ଡିଜିପି ସି ଶୈଳେନ୍ଦ୍ର ବାବୁ ସ୍କୁଲ ପରିଦର୍ଶନ କରିବା ପରେ ମାମଲାକୁ CB-CID କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦ୍ୱିତୀୟ ଥର ପୋଷ୍ଟମର୍ଟମ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ
ଜୁଲାଇ ୧୮ ରେ, ମାଡ୍ରାସ ହାଇକୋର୍ଟ ଦ୍ୱିତୀୟ ଥର ପୋଷ୍ଟମର୍ଟମ ପାଇଁ କହିଥିଲେ । ଏଥିସହ ମୃତକଙ୍କ ପିତାଙ୍କୁ ସମଗ୍ର ପ୍ରକ୍ରିୟା ସମୟରେ ଉପସ୍ଥିତ ରହିବାକୁ କୋର୍ଟ କହିଥିଲେ । ଦ୍ୱିତୀୟ ପୋଷ୍ଟମର୍ଟମର ଆଦେଶକୁ ମୃତ ଛାତ୍ରୀଙ୍କ ପିତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗଣମାଧ୍ୟମକୁ ସମ୍ବୋଧିତ କରି ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଶାନ୍ତି ବଜାୟ ରଖିବାକୁ ସେ ବିକ୍ଷୋଭକାରୀଙ୍କୁ ନିବେଦନ କରିଥିଲେ । ଏହା ସହିତ ସେ ଦ୍ୱାଦଶ ଶ୍ରେଣୀର ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ ଡିଜିପି ଓ ଗୃହ ସଚିବଙ୍କୁକାଲ୍ଲାକୁରିଚି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ତଦନ୍ତ ଶେଷ ହେବା ପରେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ ।

ଏହା ବି ପଢ଼ନ୍ତୁ: Sri Lanka Presidential Election: ରାନିଲ ୱିକ୍ରେମେସିଂଘେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି, ୬ ଥର ରହିସାରିଛନ୍ତି ପିଏମ