ଦୁଇ ପୁଅ-ଝିଅଙ୍କୁ କୂଅକୁ ଠେଲି ମାରିଲା ଜନ୍ମ କଲା ମା'
Advertisement
Article Detail0/zeeodisha/odisha944031

ଦୁଇ ପୁଅ-ଝିଅଙ୍କୁ କୂଅକୁ ଠେଲି ମାରିଲା ଜନ୍ମ କଲା ମା'

କୂଅରୁ ଉଦ୍ଧାର ୫ ବର୍ଷର ପୁଅ ଓ ୯ ବର୍ଷର ଝିଅକୁ ଡାକ୍ତର ମୃତ ଘୋଷଣା କଲେ। ସ୍ୱାମୀ ସହ ଝଗଡ଼ା କରି ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି।

ଦୁଇ ପୁଅ-ଝିଅଙ୍କୁ କୂଅକୁ ଠେଲି ହତ୍ୟା କଲା ଜନ୍ମ କଲା ମା'

କନ୍ଧମାଳ: ସ୍ୱାମୀ-ସ୍ତ୍ରୀ ଝଗଡ଼ାରେ ବଳି ପଡ଼ିଲେ ୨ ପିଲା। ଦୁଇ ପୁଅ ଝିଅଙ୍କୁ ହତ୍ୟା କଲା ଜନ୍ମ କଲା ମା। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୨ ପିଲାଙ୍କୁ କୂଅକୁ ଠେଲି ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୂଅରୁ ଉଦ୍ଧାର ୫ ବର୍ଷର ପୁଅ ଓ ୯ ବର୍ଷର ଝିଅକୁ ଡାକ୍ତର ମୃତ ଘୋଷଣା କଲେ। ସ୍ୱାମୀ ସହ ଝଗଡ଼ା କରି ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ରାଇକିଆ ଥାନା ଅଞ୍ଚଳର ଖ୍ରୀଷ୍ଟିଆନ ସାହିରେ ରହୁଥିବା ଏମ. ରାଜେଶ ପାତ୍ର ଓ ତାଙ୍କ ପତ୍ନୀ ଭାଗ୍ୟଲକ୍ଷ୍ମୀ ପାତ୍ର ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗିରହିଥିଲା। ତେବେ ଗତକାଲି ଅପରାହ୍ନରେ ଉଭୟଙ୍କ ମଧ୍ୟରେ ଅତ୍ୟଧିକ କଳହ ହୋଇଥିଲା। ଆଉ ସ୍ତ୍ରୀ ଭାଗ୍ୟାଲଷ୍ମୀ ଅପରାହ୍ନ ୪ଟା ବେଳେ ପୁଅ ଏବଂ ଝିଅକୁ ଧରି କୁଆଡେ ଚାଲିଯାଇଥିଲେ। 

Also Read: ଗ୍ରାହକଙ୍କୁ ୧୬୦ ଟଙ୍କା ଠକି ୫୧୬୦ ଟଙ୍କା ଗଣିଲା ହିରୋ ସୋରୁମ

ମା ଭାଗ୍ୟାଲଷ୍ମୀ ପୁଅ ଏବଂ ଝିଅକୁ ଆଲିମା ଗାଁ ନିକଟସ୍ତ ଏକ କୂଅକୁ ଠେଲି ଦେଇଥିଲେ। ଆଉ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସୌଭାଗ୍ୟ ବଶତଃ ସେ କୂଅକୁ ଡେଇଁପାରିନଥିଲେ। ଆଉ କୂଅ ନିକଟରେ ବସି କନ୍ଧୁଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳେ ଆଜି ସକାଳୁ ସକାଳୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ରାଇକିଆ ଡାକ୍ତର ଖାନାରେ ଉଭୟ ଛୁଆକୁ ମୃତ ଘୋଷଣ କରାଯାଇଥିଲା।

fallback

ରାଇକିଆ ପୋଲିସ  ଘଟଣା ସ୍ଥଳକୁ ଯାଇ ଏକ ମାମଲା ରୁଜୁ କରିବା ସହ  ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏମ. ରାଜେଶ ପାତ୍ରଙ୍କର ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରହିଥିବା ହେତୁ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା। ଆଉ ଏହି ଝଗଡ଼ାରେ ରାଗି ଭାଗ୍ୟଲକ୍ଷ୍ମୀ ନିଜ ଜନ୍ମ କଲା ପୁଅ, ଝିଅଙ୍କ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।