ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !
Advertisement
Article Detail0/zeeodisha/odisha887993

ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !

ଦୀର୍ଘ ଦିନରୁ ଜମିବାଡିକୁ ନେଇ ତୁମୁଡିବନ୍ଧ ଅନ୍ତର୍ଗତ ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ବିବାଦ (Land Dispute) ଲାଗିରହିଥିଲ। ଆଜି ସକାଳେ ଭକ୍ତ ଘରେ ପଶି ବାମୁରା ଏକ କଟୁରୀରେ ତାଙ୍କ ବେକକୁ ହାଣି (Murder) ଦେଇଥିଲା।

ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !

ଚିତ ରଂଜନ ନାୟକ, କନ୍ଧମାଳ: ବୁଧବାର ତୁମୁଡିବନ୍ଧ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜମିଜମା ବିବାଦକୁ ନେଇ ସିର୍ଲାର ଭକ୍ତ ପାଟ ମାଝିଙ୍କୁ କଟୁରୀରେ ହାଣି ହତ୍ୟା କରିଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳୋ ପୋଲିସ ତନାଘନା ଚଳାଇଛି।

ସୂଚନା ମୁତାବକ, ଦୀର୍ଘ ଦିନରୁ ଜମିବାଡିକୁ ନେଇ ତୁମୁଡିବନ୍ଧ ଅନ୍ତର୍ଗତ ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ବିବାଦ (Land Dispute) ଲାଗିରହିଥିଲ। ଆଜି ସକାଳେ ଭକ୍ତ ଘରେ ପଶି ବାମୁରା ଏକ କଟୁରୀରେ ତାଙ୍କ ବେକକୁ ହାଣି (Murder) ଦେଇଥିଲା। ଲୋକେ ଚିତ୍କାର କରିବାରୁ ଅଭିଯୁକ୍ତ ବାମୁରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ଅଧିକ ରକ୍ତସ୍ରାବ ହେତୁ ଘଟଣା ସ୍ଥଳରେ ହିଁ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ଲୋକଙ୍କଠୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ତନାଘନା ଚଳାଇଛି। ସେପଟେ ଅଭିଯୁକ୍ତ ବାମୁରା କୁ ଅତିଶୀଘ୍ର ଗିରଫ କରାଯିବା ବୋଲି ତୁମୁଡିବନ୍ଧ (Tumudibandha) ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।