ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ
Advertisement
Article Detail0/zeeodisha/odisha887378

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

କୁଳପତିଙ୍କ ଅଫିସ ସମ୍ମୁଖରେ ଜଣେ ଠିକା କର୍ମଚାରୀ ଆତ୍ମାହୂତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତିକାତ୍ମକ ଫଟୋ

ସମ୍ବଲପୁର: ମଙ୍ଗଳବାର ଜ୍ୟୋତିବିହାର ବିଶ୍ୱବିଦ୍ୟାଳୟ ପରିସରରେ ଘଟିଗଲା ଏକ ଅଭାବନୀୟ ଘଟଣା। କୁଳପତିଙ୍କ ଅଫିସ ସମ୍ମୁଖରେ ଜଣେ ଠିକା କର୍ମଚାରୀ ଆତ୍ମାହୂତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଆତ୍ମାହୂତି ଉଦ୍ୟମ (suicide attempt) କରିଥିବା କର୍ମଚାରୀଙ୍କ ନାମ ଦିନବନ୍ଧୁ ମିଶ୍ର। ସେ ଦୀର୍ଘ ବର୍ଷ ହେବ ବିଶ୍ୱବିଦ୍ୟାଳୟ (Sambalpur University) ର ପ୍ରଶାସନିକ ଭବନରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଆଜି ଏକାଡେମୀ କାଉନସିଲର ମିଟିଂ ଚାଲିଥିବା ହଠାତ ସେ କୁଳପତିଙ୍କ ଅଫିସ ସମ୍ମୁଖରେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗେଇ ହୋଇଥିଲେ।

Also Read: ମହିଳାଙ୍କୁ ଜଙ୍ଗଲ ବାରଣ କରି ଫରେଷ୍ଟ ଗାର୍ଡ ଅଟକ, ଭିଡିଓରେ ଦେଲେ ଆତ୍ମହତ୍ୟା ଧମକ

ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ନିଆଁ ଲିଭାଇ ଗୁରୁତର ଦିନବନ୍ଧୁଙ୍କୁ ବୁର୍ଲା ହସ୍ପିଟାଲ (Burla Hospital) ରେ ଭର୍ତ୍ତି କରିଛନ୍ତି। ଦିନବନ୍ଧୁଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମାହୂତି ଉଦ୍ୟମର କାରଣ ଜଣା ପଡିନାହିଁ। କିନ୍ତୁ ଦିନବନ୍ଧୁ ଅନେକ ଦିନରୁ ମାନସିକ ଚାପରେ ଥିଲେ ବୋଲି ସାଥି କର୍ମଚାରୀମାନେ କହିଛନ୍ତି। ସେପଟେ ଘଟଣା ସ୍ଥଳକୁ ଯାଇ ପୋଲିସ ଛାନଭିନ୍ ଆରମ୍ଭ କରିଛି।