ଆଜି ସକାଳ ପ୍ରାୟ ୯ଟା ସମୟରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ଖାଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ। ଆଉ କିଛି ସମୟ ପରେ ଘରକୁ ଫେରିଥିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ଯାବ ଲାଳ ବାହାରୁଥିବା ଦେଖି ମାଆ ସନ୍ଦେହ କରିଥିଲେ।
Trending Photos
କନ୍ଧମାଳ: ଏକତରଫା ପ୍ରେମ କରି ପ୍ରେମରେ ବିଫଳ ହେବାରୁ କୋବି ପୋକମରା ଔଷଧ ଖାଇ ଯୁବକଙ୍କ ମୃତ୍ୟୁ ଘଟିଛି। ଦାରିଙ୍ଗବାଡି ଥାନା ବିରାଗାଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତ ଯୁବକ ଜଣକ ହେଲେ ବିରାଗାଡ଼ା ଗ୍ରାମର କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ।
ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯ଟା ସମୟରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ଖାଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ। ଆଉ କିଛି ସମୟ ପରେ ଘରକୁ ଫେରିଥିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ଯାବ ଲାଳ ବାହାରୁଥିବା ଦେଖି ମାଆ ସନ୍ଦେହ କରିଥିଲେ। ତାଙ୍କୁ ତୁରନ୍ତ ଦାରିଙ୍ଗବାଡି ମେଡିକାଲକୁ ଆଣି ଭର୍ତ୍ତି କରାଇଥିବା ବେଳେ ଚିକିତ୍ସାତ ଅବସ୍ଥାରେ କାର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା।
Also Read: ଶିଶୁ କନ୍ୟାକୁ ଜନ୍ମ ଦେଇ ମାଆ ଫେରାର
ଆଉ ଦାରିଙ୍ଗବାଡି ପୋଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚିବା ସହ ଯୁବକଙ୍କ ମୃତଦେହକୁ ବେବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ଏକତରଫା (One Side Love) ଭାବେ ଜଣେ ଯୁବତୀଙ୍କୁ ଭଲ ପାଉଥିବା ବେଳେ ଯୁବତୀ ଜଣକ ମନା କରିଦେଇଥିଲେ, ଫଳରେ ପ୍ରେମରେ ବିଫଳ ହୋଇ କର୍ଣ୍ଣ ଏଭଳି କରିଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି।