ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ, ଚଢ଼ିଗଲା ଟ୍ରକ
Advertisement
Article Detail0/zeeodisha/odisha1156423

ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ, ଚଢ଼ିଗଲା ଟ୍ରକ

ରବିବାର ବିଳମ୍ବିତ ରାତିରେ ବିଶୋଇ ଥାନା (Bishoi Police Station)  ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଚାରି ଜଣ ଛିଡା ହେଇଥିଲେ। ଏହି ସମୟରେ ଏକ ଅନିୟନ୍ତ୍ରୀତ ଦ୍ରୁତଗାମୀ ସିମେଣ୍ଟ ବୋଝେଇ ଟ୍ରକ (Truck) ସେମାନଙ୍କ ଉପରକୁ ଚଢି ଯାଇଥିଲା।

ଡିଜାଇନ୍ ଫଟୋ

ମୟୂରଭଞ୍ଜ: ଜୀବନ ଜୀବୀକା ପାଇ ଘରୁ କାଢିଥିଲେ ଘର, ହେଲେ ରାସ୍ତାକଡରେ ପସରା ମେଲାଇ ଅପେକ୍ଷା କରିଥିଲା ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପ୍ରମାଣ କରିଛି ମୃତ୍ୟୁ କେତେବେଳେ, କେଉଁ ରୂପରେ ଆସିବ କେହି ଜାଣିନାହାନ୍ତି। ନିଜର ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ରାସ୍ତାକଡରେ ଅପେକ୍ଷା କରିଥିବା ୪ ଜଣଙ୍କ ଜୀବନ ଦୀପ ଅକାଳରେ ଲିଭି ଯାଇଛି।

ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବିଶୋଇ ଥାନା (Bishoi Police Station)  ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଚାରି ଜଣ ଛିଡା ହେଇଥିଲେ। ଏହି ସମୟରେ ଏକ ଅନିୟନ୍ତ୍ରୀତ ଦ୍ରୁତଗାମୀ ସିମେଣ୍ଟ ବୋଝେଇ ଟ୍ରକ (Truck) ସେମାନଙ୍କ ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହେଇଥିଲେ। ଗୁରୁତରଙ୍କୁ ବାରିପଦା (Baripada) ସ୍ଥିତ ପିଆରଏମରେ ଚିକିତ୍ସା କରାଯାଉଛି।

Also Read: ମାଧପୁର ତ୍ରିବଣପୁର ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି

ମୃତକଙ୍କ ମଧ୍ୟରୁ ଦୁଇ ଜଣ ବାଙ୍ଗିରିପୋଷି ଓ ଜଣେ ଝାରପୋଖରିଆ ଅଂଚଳର ବୋଲି ସୂଚନା ମିଳିଛି। ମୃତକ ହେଲେ- ଝାରପୋଖରିଆ ଅଞ୍ଚଳର ଶୁକ୍ରା ମହାଳି ଓ ବାଙ୍ଗରିପୋଷି ଥାନା ଅଞ୍ଚଳ ସଲଖାନ ହଂସଦା ଓ ସୁଶାନ୍ତ ମହାନ୍ତ। ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଦୁର୍ଘଟଣା ଘଟେଇବା ପରେ ଘଟଣା ସ୍ଥଳରୁ ଟ୍ରକ ଚାଳକ ଓ ହେଲ୍ପର ଫେରାର ହେଇ ଯାଇଛନ୍ତି।