Bargarh News: ପ୍ରେମିକାର ଗୋଟିଏ ଭୁଲ ପାଇଁ, ମୃତ୍ୟୁ ଶଯ୍ୟାରେ ସୁଆଇ ଦେଲା ଦଗାଦିଆ ପ୍ରେମିକ
Advertisement

Bargarh News: ପ୍ରେମିକାର ଗୋଟିଏ ଭୁଲ ପାଇଁ, ମୃତ୍ୟୁ ଶଯ୍ୟାରେ ସୁଆଇ ଦେଲା ଦଗାଦିଆ ପ୍ରେମିକ

Bargarh News: ପ୍ରେମ କାହାକୁ ବି ହେଇପାରେ, କେତେବେଳେ ବି ହେଇପାରେ, କେମିତି ବି ହେଇପାରେ । ପ୍ରେମରେ ନାୟକ ବି ପ୍ରେମ, ପ୍ରେମରେ ଖଳନାୟକ ବି ସେଇ ପ୍ରେମ । ପ୍ରେମ ସାହିତ୍ୟ ଭଳି ସରଳ ହେଇପାରେ, ପ୍ରେମ ଗଣିତଠୁ ବି ଅଧିକ ଜଟିଳ ହେଇପାରେ । ତେବେ, ସେହି ପ୍ରେମ ଯେବେ ନିଷ୍ଠୁର ହୁଏ ଜୀବନ ନେବାକୁ ବି ପଛାଏ ନାହିଁ । ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି( Man Kills Girlfriend) ଦେଇଥିବା ଜଣାପଡ଼ିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Bargarh News​: ପ୍ରେମ ହେଉଛି ସୀମାହୀନ ସାଗର,ପ୍ରେମ ହୃଦୟର ସନ୍ଧ୍ୟାକାଶରେ ସୁନ୍ଦରୀ ଚାନ୍ଦିନୀଠୁ ଅଧିକ ସୁନ୍ଦର । ଜାଣିଛନ୍ତି,ପ୍ରେମ ଗୋଟେ ଅଢେଇ ଅକ୍ଷରର ଅବୋଲକରା ଆବେଗ । ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖିହୁଏନି କି ଦେଖେଇ ହୁଏନି । ହଁ, ସତରେ ପ୍ରେମ ଆଲ୍ଲା, ପ୍ରେମ ଯୀଶୁ ଆଉ ପ୍ରେମ ହେଉଛି ସାକ୍ଷାତ ଇଶ୍ୱର । ପ୍ରେମ କାହାକୁ ବି ହେଇପାରେ, କେତେବେଳେ ବି ହେଇପାରେ, କେମିତି ବି ହେଇପାରେ । ପ୍ରେମରେ ନାୟକ ବି ପ୍ରେମ, ପ୍ରେମରେ ଖଳନାୟକ ବି ସେଇ ପ୍ରେମ । ପ୍ରେମ ସାହିତ୍ୟ ଭଳି ସରଳ ହେଇପାରେ, ପ୍ରେମ ଗଣିତଠୁ ବି ଅଧିକ ଜଟିଳ ହେଇପାରେ ।  ତେବେ, ସେହି ପ୍ରେମ ଯେବେ ନିଷ୍ଠୁର ହୁଏ ଜୀବନ ନେବାକୁ ବି ପଛାଏ ନାହିଁ । ଏଭଳି ଏକ ଘଟଣା ବରଗଡ଼(bargarh) ଜିଲ୍ଲାର ବିଜେପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।  ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି( Man Kills Girlfriend) ଦେଇଥିବା ଜଣାପଡ଼ିଛି। ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ଏକ କୂଅ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି (minor girls body recovered from well)। ମୃତ ଯୁବତୀ ହେଲେ ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗାଁର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ। 

ଗତ ୧୫ ତାରିଖରୁ ପଦ୍ମିନୀ ନିଖୋଜ ଥିଲେ। ଏ ସମ୍ପର୍କରେ ପରିବାର ଲୋକେ ୧୬ ତାରିଖରେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ଚନ୍ଦ୍ରଶେଖର ସେଠ୍ ନାମକ ଜଣେ ଯୁବକଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା। ଶେଷରେ ଚନ୍ଦ୍ରଶେଖର ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ କୂଅରେ ପିଙ୍ଗି ଦେଇଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ଏହାପରେ ବିଜେପୁର ପୋଲିସ୍‌ ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ କୂଅ ଭିତରୁ ମୃତଦେହ ଉଦ୍ଧାର କରିଛି। ସୂଚନାଥାଉ କି,ପଦ୍ମିନୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ଚାଲିଥିବା ଶୁଣି ଚନ୍ଦ୍ରଶେଖର ତାଙ୍କୁ ଡାକି ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏନେଇ ପୋଲିସ୍‌ ମାମଲା ରୁଜୁ କରି ଚନ୍ଦ୍ରଶେଖରଙ୍କୁ ଧରି ତଦନ୍ତ ଚଳାଇଛି।

Also Read : Road Accident: ସାଇକେଲ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ କନେଷ୍ଟବଳଙ୍କ ମୃତ୍ୟୁ

Also Read : Road Accident: ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ,ଏକାଧିକ ଆହତ

ସେହିଭଳି ନିକଟରେ ଏଭଳି  ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । କିଛି ଦିନର ଦେଖା ସାକ୍ଷାତ ପରେ  ଯୁବକଙ୍କୁ ମନଦେଇ ବସିଥିଲେ ନାବାଳିକା(girlfriend) । ଭାବିଥିଲେ ପ୍ରେମିକାରୁ ଜୀବନ ସାଥୀ କରିବ ପ୍ରେମିକ । ଏହା ଭାବି ନିଜର ସର୍ବଶ୍ବ ଦେଇଥିଲେ।  କିନ୍ତୁ ଶାରୀରିକ ସୁଖ ପାଇବା ପରେ ଧୋକା ଦେଲା ପ୍ରେମିକ( boyfriend) । ବିବାହ କରିବା ବଦଳରେ ସବୁଦିନ ପାଇଁ ମୃତ୍ୟୁର ଶର୍ଯ୍ୟାରେ ସୁଆଇଦେଲା ।  ଲଭଷ୍ଟୋରୀର ଏଭଳି ହରର କାହାଣୀ ଆସିଛି  ବିହାରର(bihar) ନବାଦ ଜିଲ୍ଲାର ରଜୌଲି ଥାନା ଅଞ୍ଚଳରୁ । ନାବାଳିକା ପ୍ରେମିକା ଗର୍ଭବତୀ(impregnates) ହେବା ଖବର ଶୁଣିବା ପରେ ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ଦଗାଦିଆ ପ୍ରେମିକ ।  ଏଭଳି ଲୋମ ଟାଙ୍କୁରା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ବାସରେ ବିଷ ଦେଇଛି ପ୍ରେମିକ । ଘଟଣାକୁ ନେଇ ନାବାଳିକାଙ୍କ ପିତା ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ୪ଜଣଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପିତା । 

ନାବାଳିକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ୧୬ ବର୍ଷିୟ ଝିଅ, ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ଏ ସମ୍ପର୍କରେ କାହାରିକୁ ଖବର ମଧ୍ୟ ନ ଥିଲା। ଯେତେବେଳେ ନାବାଳିକା ଗର୍ଭବତୀ ହେଲେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ପିତା । ଏପରିକି ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ ନାବାଳିକା । କିନ୍ତୁ ଯୁବକଙ୍କ ପରିବାର ଏ ସମ୍ପର୍କରେ ଖୁସି ନ ଥିଲେ।  ଏପରିକି ବିବାହ(marry) ପାଇଁ ମଧ୍ୟ ରାଜିନ ଥିଲେ। ତେଣୁ ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ପ୍ରେମିକ । ଏନେଇ ସେ ପ୍ରେମିକାକୁ ମାରପିଟ୍ କରିବା ସହ ତେଳ ଢାଳି ଜୀଅନ୍ତା ଜାଳି ଦେଇଛି ପ୍ରେମିକ(boyfriend burn girlfriend)।

ଏତିକିରେ ସରି ନଥିଲା ନୃସଂସତାର କାହାଣୀ । ନାବାଳିକାଙ୍କ ପରିବାର ଲୋକଙ୍କୁ ଧମକ ଦେଇ ନାବାଳିକାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ ଯୁବକଙ୍କ ପରିବାର । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ନ କରିବାକୁ ମଧ୍ୟ ନାବାଳିକାଙ୍କ ପରିବାରକୁ ଧମକ ଦେଇଥିବା କହିଛନ୍ତି ନାବାଳିକଙ୍କ ପିତା  ।  ଏପରିକି ତାଙ୍କ ପରିବାର ଲୋକଙ୍କୁ ନଜର ବନ୍ଧୀ କରି ରଖୁଥିଲେ ଅଭିଯୁକ୍ତଙ୍କ ପରିବାର । କିନ୍ତୁ  ମିଛ ବାହାନା କରି ଘରୁ ବାହାରି ଆସିଥିଲେ ନାବାଳିକାଙ୍କ ପିତା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି।  ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।