ମୃତ୍ୟୁର ସୌଦାଗରକୁ ଧରିବାକୁ ଯାଇଥିବା NCB ଅଧିକାରୀଙ୍କୁ ମାଡ
Advertisement
Article Detail0/zeeodisha/odisha791663

ମୃତ୍ୟୁର ସୌଦାଗରକୁ ଧରିବାକୁ ଯାଇଥିବା NCB ଅଧିକାରୀଙ୍କୁ ମାଡ

ଡ୍ରଗ୍ସ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସିଥିବା NCB ଟିମ୍ ଆକ୍ରମଣ ହୋଇଛି।

ଏନସିବି ଉପରେ ଆକ୍ରମଣ

ମୁମ୍ବାଇ: ମାୟାନାଗରୀ ନାମରେ ଜଣାଶୁଣା ମୁମ୍ବାଇ ହେଉଛି ବଲିଉଡର ଠିକଣା। ଏହେ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ ମାମଲା ସାମନାକୁ ଆସୁଛି। ଗୋଟିଏ ପରେ ଗୋଟିଏ ଜଣାଶୁଣା ଚଳଚ୍ଚିତ୍ର ତାରକାଙ୍କୁ NCB ଗିରଫ କରୁଛି। ସେପଟେ ରବିବାର ଡ୍ରଗ୍ସ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସିଥିବା NCB ଟିମ୍ ଆକ୍ରମଣ ହୋଇଛି।

ନୋରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଏବଂ ତାଙ୍କ ଟିମ ୫ ଜଣ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ରେଡ୍ କରିଥିଲେ। ତେବେ ତାଙ୍କ ଉପରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ NCB ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।

ତେବେ ମୁମ୍ବାଇ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତିକୁ ନିୟନ୍ତ୍ରଣ ହୋଇଥିଲା। ପରେ ଡ୍ରଗ୍ ପ୍ୟାଡଲର କାରୀ ମାଣ୍ଡିସ୍ ସହ ତାଙ୍କର ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ IPCର ଧାରା ୩୫୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଗତ ରାତିରେ (ରବିବାର) ଏହି ଆକ୍ରମଣ କରାଯାଇଥିଲା। ତେବେ ପ୍ରଶ୍ନ ହେଉଛି, NCB ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର 'ବିଗ୍ ବସ୍' କିଏ?