Koraput Loot Incident: ଲୁଟ୍ ଘଟଣାରେ ୨ ହୋମଗାର୍ଡ ଏବଂ ଜଣେ ଗ୍ରାମରକ୍ଷୀ ସମେତ ୫ ଗିରଫ
Advertisement

Koraput Loot Incident: ଲୁଟ୍ ଘଟଣାରେ ୨ ହୋମଗାର୍ଡ ଏବଂ ଜଣେ ଗ୍ରାମରକ୍ଷୀ ସମେତ ୫ ଗିରଫ

Koraput Loot News: ଖାକି ପୋଷାକ ରେ କଳା ଦାଗ। ଏକ ଲୁଟ୍ ଘଟଣାରେ ଗୃହରକ୍ଷୀ ଏବଂ ଗ୍ରାମରକ୍ଷୀଙ୍କୁ ବାନ୍ଧିଲା ପୋଲିସ।

Koraput Loot Incident: ଲୁଟ୍ ଘଟଣାରେ ୨ ହୋମଗାର୍ଡ ଏବଂ ଜଣେ ଗ୍ରାମରକ୍ଷୀ ସମେତ ୫ ଗିରଫ

Koraput Crime News (ନୀରଜ ଶତପଥି): ଆନ୍ଧ୍ର ପ୍ରଦେଶର ହୁକୁମପେଟା ଥାନା ଅନ୍ତର୍ଗତ ଆନ୍ତିପାକା ଗ୍ରାମର କାମେଡି ଚିଟି ବାବୁ ଗତ କାଲି ଲୁଟ୍ ଭଳି ଘଟଣାର ଶିକାର ହୋଇଥିଲା। ଏହା ପରେ ସେ ଶୁକ୍ରବାର ପାଡୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଚିଟି ବାବୁ ନିଜ ବନ୍ଧୁ ବିଷୋୟୀ ଭୀମଧରଙ୍କ ସହ ଏକ ପାୱାର ଟ୍ରିଲର କ୍ରୟ କରିବା ପାଇଁ ଜୟପୁର ଯାଉଥିଲେ। ଚିଟି ବାବୁ ସାଥିରେ ୧ ଲକ୍ଷ ୧୫ ହଜାର ଟଙ୍କା ନେଇ ଆସିଥିଲେ। 

ହେଲେ ଆସିବା ସମୟରେ ପ୍ରବଳ ଗରମ ଅନୁଭୂତ ହେବାରୁ କଣ୍ଡାପଲ୍ଲୀ ଛକ ନିକଟରେ ଏକ ଆମ୍ବ ଗଛ ମୂଳେ ଗଛ ଛାଇରେ ଆଶ୍ରୟ ନେଇଥିଲେ। ହେଲେ ଏହି ସମୟରେ "OD-18A-7699" ନମ୍ବର ବିଶିଷ୍ଟ ଏକ କାର ଆସି ସେଠାରେ ଅଟକିଥିଲା। କାର ଭିତରୁ ୫ ଜଣ ଯୁବକ ବାହାରି ଆସି ସେମାନଙ୍କ ନିକଟରେ ପହଞ୍ଚିଥିଲେ। ଆଶ୍ରୟ ନେଇଥିବା ଦୁଇ ଜଣଙ୍କୁ ଧମକ ଦେଇ ସେମାନଙ୍କ ଠାରେ ଥିବା ସମସ୍ତ ଟଙ୍କା ଲୁଟି ନେଇ ପଳାଇଥିଲେ। ଏହି ଘଟଣା ଗତକାଲି ଘଟିଥିଲେ ମଧ୍ୟ ଲୁଟ୍ ର ଶିକାର ହୋଇଥିବା ଆନ୍ଧ୍ର ପ୍ରଦେଶର ବ୍ୟକ୍ତି (Andhra Pradesh Man Looted in Odisha) ଗତକାଲି ଘରକୁ ଫେରି ଯାଇଥିଲେ। 

ହେଲେ ଶୁକ୍ରବାର ପାଡୁଆ ଥାନାକୁ (Padwa Police Station) ଆସି ଏହି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କୋରାପୁଟ ଏସପି (Koraput SP) ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର (Nandapur Police Station) ଏବଂ ପାଡୁଆ ଥାନା ଆଇଆଇସି ଙ୍କୁ ନେଇ ଦୁଇଟି ଟିମ ଗଠନ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଏନେଇ ପୋଲିସ ପକ୍ଷରୁ କରାଯାଇଥିବା ଉଦ୍ୟମ ସଫଳ ହୋଇଥିଲା। ପୋଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଗୃହରକ୍ଷୀ (Home Guard) ରହିଥିବା ବେଳେ ଅନ୍ୟ ଜଣେ ଗ୍ରାମରକ୍ଷୀ ରହିଥିବା ପୋଲିସ ସୂଚନା ଦେଇଛି। 

ଗିରଫ ଅଭିଯୁକ୍ତ ହେଉଛନ୍ତି ହେଉଛନ୍ତି ଦଳେଇପୁଟ ଗ୍ରାମର ଅନ୍ତର୍ଯ୍ୟାମୀ ଗୁଣ୍ଠା, ବିଲେଇ ଖୋଲା ଗ୍ରାମର ମାଣିକ ଗୁନ୍ଥା, କୁଲାବିର ଗ୍ରାମର ନୀଳକଣ୍ଠ ପାଙ୍ଗି, ଡମ୍ବୁରୁଧର ମାଝୀ, ତାଲଗୁଡ ଗ୍ରାମର ଅର୍ଜୁନ ପାଙ୍ଗୀ। ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ  ୮୦ ହଜାର ଟଙ୍କା, ଗୋଟିଏ ସେଭରଲେଟ କାର ଏବଂ ଚାରୋଟି ମୋବାଇଲ ଫୋନ୍ ଜବତ୍ କରିଛି।