ଗତ ଜୁଲାଇ ମାସରେ ପରୀକୁ ଅପହରଣ ଓ ହତ୍ୟା ଘଟଣା ଘଟିଥିଲା । ମାତ୍ର ଏହା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପରୀର ବାପା ଅଶୋକ ସାହୁ (Ashok Sahoo) ଓ ମାଆ ସୌଦାମିନି ସାହୁ (Soudamini Sahoo) ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ।
Trending Photos
ନୂଆଦିଲ୍ଲୀ: ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ହତ୍ୟା, ଲୁଟ, ବଳାତ୍କାର ଭଳି ସାଂଘାତିକ ଅପରାଧ (Heinous Crime) ରାଜ୍ୟରେ ଘଟୁଥିବା ଦେଖିବାକୁ ମିଳିଛି । ଏବେ ତମାମ ରାଜ୍ୟର ପରୀ ହତ୍ୟାକାଣ୍ଡ (Pari Murder Case) ବେଶ ଚର୍ଚ୍ଚାରେ ରହିଛି । କେହି କେହି ଏହାକୁ ଅଙ୍ଗ ତସ୍କରୀ ପାଇଁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକୁ ହତ୍ୟା କରାଯାଇଥିବା ନେଇ ଏସଆଇଟି (SIT) ମୁଖ୍ୟ ଅରୁଣ ବୋଥ୍ରା (Arun Bothra) ସୂଚନା ଦେଇଛନ୍ତି ।
ଗତ ଜୁଲାଇ ମାସରେ ପରୀକୁ ଅପହରଣ ଓ ହତ୍ୟା ଘଟଣା ଘଟିଥିଲା । ମାତ୍ର ଏହା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପରୀର ବାପା ଅଶୋକ ସାହୁ (Ashok Sahoo) ଓ ମାଆ ସୌଦାମିନି ସାହୁ (Soudamini Sahoo) ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ବେଶ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିଥିଲେ ରାଜ୍ୟ ସରକାର (State Government)। ଏସଆଇଟିର (SIT) ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କୁ (Arun Bothra) ବାଛିଥିଲେ । ନିର୍ଦ୍ଦେଶ ପାଇବାର ୧୫ ଦିନ ମଧ୍ୟରେ ଘଟଣାକୁ ଛାନଭିନ କରି ଅଭିଯୁକ୍ତଙ୍କୁ ଧରିବା ସହିତ ଘଟଣା ସମ୍ପର୍କରେ ବଖାଣିଛନ୍ତି ।
ସେପଟେ କିନ୍ତୁ ବୋଥ୍ରାଙ୍କ ତଦନ୍ତ ଉପରକୁ ଅନେକ ଅଙ୍ଗୁଳି ମଧ୍ୟ ଉଠାଇଛନ୍ତି । ଚର୍ଚ୍ଚା ହେଉଛି ଯେ, ରାଜନୈତିକ ଚାପରେ ବୋଥ୍ରା ମୁଖ୍ୟ ଅଭିଯୁକ୍ତଙ୍କୁ ଘୋଡ଼ାଇବା ସହିତ ଗିରଫ ହୋଇଥିବା ସରୋଜ ସେଠୀଙ୍କୁ କେବଳ ମୋହରା କରାଯାଉଛି । ତେବେ ସେ ଯାହା ବି ହେଉ, ତଦନ୍ତ ଆଗେଇବା ସହିତ ସମୟ ମୁଖ୍ୟ ଅଭିଯୁକ୍ତଙ୍କୁ ସାମ୍ନାକୁ ଆଣିବ ବୋଲି ରାଜ୍ୟବାସୀଙ୍କର ଆଶା ।
ଅଧିକ ପଢନ୍ତୁ: ପରୀ ହତ୍ୟା ଘଟଣା: ପୋଖରୀରୁ ମିଳିଲା ପଲିଥିନ ବନ୍ଧା ଲେଗିନ୍ସ,
ତେବେ କେବଳ ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ନୁହେଁ, କିଛି ହତ୍ୟା ଘଟଣା ଯାହା ତମାମ ରାଜ୍ୟକୁ ଦୋହଲାଇ ରଖିଦେଇଥିଲା ।ସେ ଖଣ୍ଡଗିରିବାରୀ ଅଞ୍ଚଳରେ ଘଟିଯାଇଥିବା ତ୍ରିପିଲ୍ ମର୍ଡର ହେଉ କିମ୍ବା ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡ। କିମ୍ବା ରସୁଲଗଡ଼ ଶବରସାହିରେ ରହୁଥିବା ଜଣେ ଶିଳ୍ପପତିଙ୍କ ପତ୍ନୀଙ୍କୁ ହତ୍ୟା, ବା କଟକରୋଡ୍ କୋଣାର୍କ ଆପାର୍ଟମେଣ୍ଟରେ ରହୁଥିବା ଗ୍ୟାସ ବ୍ୟବସାୟୀଙ୍କୁ ତାଙ୍କ ପତ୍ନୀ ଓ ସମ୍ପର୍କୀୟମାନେ ହତ୍ୟା କରିବା ଘଟଣା।
କମ୍ବଳ ତଳେ ୬ ମୃତଦେହ
ଗତ ନଭେମ୍ବର ମାସ ୧୧ ତାରିଖରେ ପାଟଣାଗଡ଼ର ସଅଁରପଡ଼ା ଅଞ୍ଚଳରୁ ୬ଜଣଙ୍କ ମୃତଦେହକୁ ଜବତ କରିଥିଲା ସ୍ଥାନୀୟ ପୋଲିସ । କିନ୍ତୁ ଏହି ମୃତ୍ୟୁ ଖବର ମିଳିବା ପରେ କେବଳ ପାଟଣାଗଡ଼ କିମ୍ବା ବଲାଙ୍ଗୀର ନୁହେଁ, ତମାମ ରାଜ୍ୟରେ ବେଶ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ଏହି ହତ୍ୟାକାଣ୍ଡକୁ ଖୁବଶୀଘ୍ର ସମାଧାନ କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ।
ଅଧିକ ପଢନ୍ତୁ: ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ
ପଦୋନ୍ନତିକୁ ନେଇ ହତ୍ୟାକାଣ୍ଡ
୨୦୧୮ ମସିହାରେ ସେହି ପାଟଣାଗଡ଼ ଚର୍ଚ୍ଚାକୁ ଆସିଥିଲା । ଫେବୃଆରୀ ମାସ ୨୩ ତାରିଖରେ ଏକ ବୋମା ବିସ୍ଫୋରଣ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିଲା । ଘଟଣାଟି ଏଇଥିପାଇଁ ଚର୍ଚ୍ଚାକୁ ଆସିଥିଲା, ଜଣେ ନବବିବାହିତଙ୍କୁ ସୁଚିନ୍ତିତ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏଥିରେ ଜଣେ ଅଧ୍ୟାପକଙ୍କ ସମ୍ପୃକ୍ତି ରହିଥିଲା । ପଦୋନ୍ନତିକୁ ନେଇ ସେ ଏହି ହତ୍ୟାକାଣ୍ଡ ଭିଆଇଥିଲେ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା । ତେବେ ଏହି ଘଟଣାର ମଧ୍ୟ ତଦନ୍ତ ଭାର ଅରୁଣ ବୋଥ୍ରାଙ୍କ ଉପରେ ନ୍ୟସ୍ତ ରହିଥିଲା ।
ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ମୃତ୍ୟୁ
ସେହିପରି ରାୟଗଡ଼ା ଜିଲ୍ଲାର ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ମୃତ୍ୟୁ ମଧ୍ୟ ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା ରାଜ୍ୟରେ । ୨୦୧୩ ମସିହା ଅକ୍ଟୋବର ୨୭ ତାରିଖ ରାତିରେ ନିଆଁରେ ପୋଡ଼ି ହୋଇଯିବା ଅବସ୍ଥାରେ ଇତିଶ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଚିକିତ୍ସା ପାଇଁ ଭର୍ତ୍ତି କରାଆଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁକୁ ନେଇ ରାଜ୍ୟ ସାରା ହଇଚଇ ହୋଇପଡ଼ିଥିଲା । ତେବେ ରାଜ୍ୟ ସରକାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ । ଏଥିରେ ବିଦ୍ୟାଳୟ ନିରୀକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଗତ ଅଗଷ୍ଟ ମାସ ୧୬ ତାରିଖ ରାତିରେ ନେତ୍ରାନନ୍ଦଙ୍କ ସଜ୍ଜା କାଟୁଥିବା ବେଳେ ମୃତ୍ୟୁ ହୋଇଥିଲା ।
ଉଷାଶ୍ରୀ ହତ୍ୟାକାଣ୍ଡ
ରାଜଧାନୀର ଭିଆଇପି ଏରିଆ କୁହାଯାଉଥିବା ଆଇଆରସି ଭିଲେଜ ଅଞ୍ଚଳରେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟିଥିଲା । ନିଜ ସ୍ତ୍ରୀଙ୍କୁ ୩୦୦ ଖଣ୍ଡରେ ପରିଣତ କରିଥିଲେ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡ଼ା । ଏହି ଘଟଣା ରାଜ୍ୟକୁ ସ୍ତବ୍ଧ କରିବା ସହ ଆଲୋଡନ ସୃଷ୍ଟି କରିଥିଲା। ୨୦୧୩ ମସିହା ଜୁନ ୨୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା । ସୋମନାଥ ନିଜ ପତ୍ନୀଙ୍କୁ ହତ୍ୟା କରିବା ସହିତ ୩୦୦ ଖଣ୍ଡରେ କାଟିଥିଲେ । ଏହାକୁ କେମିକାଲ ଦେଇ ଟିଫିନରେ ରଖିଥିଲେ। ତେବେ ଉଷଶ୍ରୀ ତାଙ୍କ ଝିଅଙ୍କ ସହିତ କଥା ହେବାରୁ ସୋମନାଥ ଏଭଳି କରିଥିଲେ ବୋଲି କୁହାଯାଉଛି । ସେହି ସମୟରେ ଏହି ମାମଲାରେ ୨୯ ଜଣଙ୍କ ସାକ୍ଷ୍ୟ ପ୍ରଦାନ କରିଥିଲେ ।
କିଛି ଅନ୍ୟ ଘଟଣା:
୦୩.୦୮.୨୦୧୨: ନୂଆପଲ୍ଲୀ ଥାନା ଅଧୀନରେ ଖଣି ବ୍ୟବସାୟୀ ସୁଧାଂଶୁ ଦତ୍ତଙ୍କୁ ଅପହରଣ କରି ହତ୍ୟା
୨୧.୦୬.୨୦୧୩: ନୂଆପଲ୍ଲୀ ଥାନା ଅଧୀନ ଆଇଆର୍ସି ଭିଲେଜ ଉଷାଶ୍ରୀ ହତ୍ୟାକାଣ୍ଡ
୧୨.୦୯.୨୦୧୩: ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ସବରସାହିରେ ବଚନ ସୁଧା ପଟ୍ଟନାୟକ ହତ୍ୟାକାଣ୍ଡ
୧୪.୧୦.୨୦୧୪: ଖଣ୍ଡଗିରି ଥାନା ଅଧୀନ ଖଣ୍ଡଗିରିବରବାରୀରେ ଡାକ୍ତର ଅତ୍ୟୁଲ ମେହେରଙ୍କ ସମେତ ୩ ଜଣଙ୍କୁ ହତ୍ୟା
୧୧.୧୧.୨୦୧୪: ଲକ୍ଷ୍ମୀସାଗର ଥାନା ଅଧୀନ କୋଣାର୍କ ଆର୍ପାଟମେଣ୍ଟ୍ରେ ରହୁଥିବା ଗ୍ୟାସ ଡିଲର ପ୍ରମୋଦ ରାଉତରାୟଙ୍କୁ ହତ୍ୟା
୧୫.୧୧.୨୦୧୫: ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଡାକ୍ତର ଦମ୍ପତ୍ତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଓ ପତ୍ନୀ ସୁଷମା ମିଶ୍ରଙ୍କୁ ହତ୍ୟା