Bhubaneswar: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମୁକେଶ୍ୱର ମନ୍ଦିର ସେବାୟତ, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1639238

Bhubaneswar: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମୁକେଶ୍ୱର ମନ୍ଦିର ସେବାୟତ, ଭିଡିଓ ଭାଇରାଲ

Odissi Dancers Assaulting Case: ଭୁବନେଶ୍ୱରସ୍ଥିତ ମୁକ୍ତେଶ୍ୱର ମନ୍ଦିରରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରିବା ମାମଲାରେ ଜଣେ ସେବାୟତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।  

Bhubaneswar: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମୁକେଶ୍ୱର ମନ୍ଦିର ସେବାୟତ, ଭିଡିଓ ଭାଇରାଲ

Mukteshwar Temple Sevayat Arrest: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ ତଥା ଦୁର୍ବ୍ୟବହାର ଅଭିଯୋଗରେ ଭୁବନେଶ୍ୱରସ୍ଥିତ ମୁକେଶ୍ୱର ମନ୍ଦିରର ଜଣେ ସେବାୟତଙ୍କୁ ଗିରଫ କରାଯାଇଛି। ଗତ ସୋମବାର ମୁକେଶ୍ୱର ମନ୍ଦିର ପରିସରରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଗୋଟିଏ ଗୋଷ୍ଠୀ ମୁକେଶ୍ୱର ମନ୍ଦିରରେ ଫଟୋ ଉଠାଉ ଥିବା ବେଳେ ସେବାୟତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିଲା। ଏହି ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅଭିଯୁକ୍ତ ସେବାୟତ (Mukteshwar Temple Priest) ମୁକ୍ତିକାନ୍ତ ବଟୁ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ (Odissi Dancers) ଦୁର୍ବ୍ୟବହାର କରିବା ବେଳେ ଗୋଟିଏ ବାଡ଼ି ନେଇ ସେମାନଙ୍କୁ ଆଡ଼କୁ ମାଡ଼ି ଆସୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ ସହ ଅସଦାଚରଣ (Female Odissi Dancer Abusing Case) କରାଯାଇଥିବାର ଅଭିଯୋଗ ହୋଇଛି।

ଏନେଇ ମିଳିଥିବା ଖବର ଅନୁସାରେ ସୋମବାର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଏକ ଗୋଷ୍ଠୀ ଦଶମ ଶତାବ୍ଦୀରେ ନିର୍ମିତ ମୁକେଶ୍ୱର ମନ୍ଦିରକୁ (Mukteshwar Mandir) ଯାଇ ଫଟୋ ଉଠାଇବା ପାଇଁ ଯାଇଥିଲେ। ହେଲେ ଯେତେବେଳେ ସେମାନେ ଫଟୋ ଉଠାଉଥିଲେ ସେତେବେଳେ ମନ୍ଦିରର ସେବାୟତଙ୍କ (Mukteshwar Mandir Sevayat) ସହ ସେମାନଙ୍କର ବିବାଦ ହୋଇଥିଲା। ପରେ ସେବାୟତ ଜଣଙ୍କ ନିଜର ନିୟନ୍ତ୍ରଣ ହରାଇବା ସହ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରେ ଲାଗିଥିଲେ। 

ହେଲେ ଯେତେବେଳେ ସେବାୟତ ମୁକ୍ତିକାନ୍ତ ବଟୁଙ୍କୁ ତାଙ୍କର ଏଭଳି ଆଚରଣ ଉପରେ ପ୍ରଶ୍ନ କରାଗଲା, ସେତେବେଳେ ସେବାୟତ ଜଣଙ୍କ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ବିଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁରୋହିତ ଜଣଙ୍କ ଗିରଫ ହେବାର କିଛି ସମୟ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରିବା ମାମଲାରେ ମୁକେଶ୍ୱର ମନ୍ଦିର ସେବାୟତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଆକ୍ରମଣ ଘଟଣାରେ ଅଭିଯୁକ୍ତ ସେବାୟତଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା।