ବିଧାୟିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ!
Advertisement
Article Detail0/zeeodisha/odisha1030678

ବିଧାୟିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ!

ପାକିସ୍ତାନର 'ଆରି ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୬ରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ରେ ସାନିଆ ଆଶିକ୍ ଅଭିଯୋଗ କରିଥିଲେ। ପରେ ଏହାର କପି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରାଯାଇଥିଲା।

ଡିଜାଇନ୍ ଫଟୋ

ଇସଲାମାବାଦ: ପାକିସ୍ତାନର ଜଣେ ବିଧାୟିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେଉଛି। ପଞ୍ଜାବର ତକ୍ଷଶିଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ର ବିଧାୟିକା ସାନିଆ ଆଶିକ୍ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘ ଦିନର ତଦନ୍ତ ପରେ ପୋଲିସ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା, କିନ୍ତୁ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛି। ଗତ ମାସରେ ବିଧାୟକ ସାନିଆ ଏହି ଭିଡିଓ ବିଷୟରେ ଜାଣିଥିଲେ। ଏହାପରେ ସେ ଅକ୍ଟୋବର ୨୬ରେ ସରକାର ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ସୂଚନା ଦେଇଛନ୍ତି।

ପାକିସ୍ତାନର 'ଆରି ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୬ରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ରେ ସାନିଆ ଆଶିକ୍ ଅଭିଯୋଗ କରିଥିଲେ। ପରେ ଏହାର କପି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖାଯାଇଥିବା ମହିଳା ତାଙ୍କ ପରି ଦେଖାଯାଉଛନ୍ତି। ଏଥିସହ ଭିଡିଓରେ ଥିବା ମହିଳା ସାନିଆ ଆଶିକ୍ ବୋଲି ଦାବି ହେଉଛି।

Also Read: ଫୁସଫୁସରେ ବିରାଟ ଛିଦ୍ର, ବର୍ଷକରେ ୨୨% ବଢିଲା ସଂକ୍ରମଣ
 
ଅଭିଯୋଗ ପରେ ପଞ୍ଜାବ ପ୍ରଦେଶ ପୋଲିସ ଏବଂ ଏଫଆଇଆର ତଦନ୍ତ ଆରମ୍ଭ କରିଛି। ପ୍ରାୟ ତିନି ସପ୍ତାହ ଧରି ଚାଲିଥିବା ତଦନ୍ତ ପରେ ପୋଲିସ ଲାହୋରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଭିଡିଓରେ ଦେଖାଯାଇଥିବା ମହିଳା, ସାନିଆ ଆଶିକ୍ ନା ଅନ୍ୟ କେହି ବୋଲି ପୋଲିସ ସ୍ପଷ୍ଟ କରିନାହିଁ। ପୋଲିସ କେବଳ କହିଛି ଯେ, ଏକ ନୂଆ ଏଫଆଇଆର ପଞ୍ଜିକୃତ ହୋଇଛି। ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ତଦନ୍ତ ଚାଲିଛି।
 
'ପାକିସ୍ତାନ ଟୁଡେ' ସହ ଆଲୋଚନା ବେଳେ ସାନିଆ କହିଛନ୍ତି ଯେ, ସୋସିଆଲ ମିଡିଆରେ କିଛି ଲୋକ ମୋର ଭିଡିଓ ଭାଇରାଲ କରିଛନ୍ତି। ମୋର କିଛି ଫୋଟ ମଧ୍ୟ ଭାଇରାଲ୍ ହୋଇଛି। ସେବେଠାରୁ ମୋତେ ଫୋନ୍ କଲ୍ ମାଧ୍ୟମରେ ଧମକ ଦିଆଯାଉଥିଲା। ସାନିଆ, ପାକିସ୍ତାନୀ ମୁସଲିମ ଲିଗ୍ ନୱାଜ (PML-N) ର ସଦସ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କ ନିକଟତର ବୋଲି ବିବେଚନା କରାଯାଏ। ଅନେକ ପ୍ରସଙ୍ଗରେ ଇମ୍ରାନ ସରକାରଙ୍କୁ ସାନିଆ ଟାର୍ଗେଟ କରିଛନ୍ତି।