ଫୁସଫୁସରେ ବିରାଟ ଛିଦ୍ର, ବର୍ଷକରେ ୨୨% ବଢିଲା ସଂକ୍ରମଣ
Advertisement

ଫୁସଫୁସରେ ବିରାଟ ଛିଦ୍ର, ବର୍ଷକରେ ୨୨% ବଢିଲା ସଂକ୍ରମଣ

COP26 ଜଳବାୟୁ ଶିଖର ସମ୍ମିଳନୀରେ ବ୍ରାଜିଲ ଅନେକ ଦେଶ ମଧ୍ୟରେ ଥିଲା ଯେଉଁମାନେ ୨୦୩୦ ମସିହା ସୁଦ୍ଧା ଜଙ୍ଗଲ କ୍ଷୟ ରୋକିବା ଏବଂ ବନୀକରଣ କରିବାକୁ ପ୍ରତିଶୃତି ଦେଇଥିଲେ। ଆମାଜନରେ ପ୍ରାୟ ତିନି ନିୟୁତ ପ୍ରଜାତିର ଉଦ୍ଭିଦ, ପ୍ରାଣୀ ଏବଂ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ବାସ କରନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଶ୍ୱର ଫୁସଫୁସରେ ବିରାଟ ଛିଦ୍ର ହୋଇଛି। ଏହି ଛିଦ୍ର ଦିନକୁ ଦିନ ବଢିବାରେ ଲାଗୁଛି। ତେବେ ଆମେ କୌଣସି ଜୀବଜନ୍ତୁଙ୍କ ଶରୀରର ଫୁସଫୁସ କଥା କହୁନାହୁଁ। ଆଧିକାରୀକ ରିପୋର୍ଟ ଅନୁସାରେ, ବ୍ରାଜିଲର ଆମାଜନଜଙ୍ଗଲ ନଷ୍ଟ ହେବା ୧୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରକୁ ଆସିଛି। ସ୍ପେସ୍ ରିସର୍ଚ୍ଚ ଏଜେନ୍ସି (Inpe) ର ଏକ ରିପୋର୍ଟରୁ ଜଣାପଡିଛି ଯେ, ବର୍ଷକରେ ଜଙ୍ଗଲ ନଷ୍ଟ ହେବା ପରିମାଣ ୨୨% ବୃଦ୍ଧି ପାଇଛି।

COP26 ଜଳବାୟୁ ଶିଖର ସମ୍ମିଳନୀରେ ବ୍ରାଜିଲ ଅନେକ ଦେଶ ମଧ୍ୟରେ ଥିଲା ଯେଉଁମାନେ ୨୦୩୦ ମସିହା ସୁଦ୍ଧା ଜଙ୍ଗଲ କ୍ଷୟ ରୋକିବା ଏବଂ ବନୀକରଣ କରିବାକୁ ପ୍ରତିଶୃତି ଦେଇଥିଲେ। ଆମାଜନରେ ପ୍ରାୟ ତିନି ନିୟୁତ ପ୍ରଜାତିର ଉଦ୍ଭିଦ, ପ୍ରାଣୀ ଏବଂ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ବାସ କରନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ବନ ଷ୍ଟୋର୍ ଯାହା ଗ୍ଲୋବାଲ୍ ୱାର୍ମିଂର ଗତିକୁ ମନ୍ଥର କରିଥାଏ। ସେଥିପାଇଁ ଆମାଜନ ଜଙ୍ଗଲକୁ ବିଶ୍ୱର ଫୁସଫୁସ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନ ଅଗ୍ନିକାଣ୍ଡ ଓ ଜଙ୍ଗଲକଟା ଯୋଗଁ ଫୁସଫୁସ ସଂକ୍ରମିତ ହୋବା ସହ ସେଥିରେ ଏକ ବିରାଟ ଛିଦ୍ର ହୋଇଛି।

Also Read: ଆଜି ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ର ଗ୍ରହଣ; ଭାରତରେ କ'ଣ ପଡିବ ପ୍ରଭାବ? ଜାଣନ୍ତୁ ସୂତକ ସମୟ

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ Jair Bolsonaro ନେତୃତ୍ୱାଧିନ କାଳରେ ଆମାଜନର ଜଙ୍ଗଲ ନଷ୍ଟ ହେବା ବୃଦ୍ଧି ପାଇଛି। Bolsonaro ଜଙ୍ଗଲରେ କୃଷି ଏବଂ ଖଣି କାର୍ଯ୍ୟକୁ ଉତ୍ସାହିତ କରନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ଅବଧି ମଧ୍ୟରେ ପ୍ରାୟ ୧୨୨୩୫ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ କରାଯାଇଥିଲା, ଯାହା ୨୦୦୬ ମସିହାରୁ ସର୍ବାଧିକ ପରିମାଣ। ବ୍ରାଜିଲ ପରିବେଶ ମନ୍ତ୍ରୀ Joaquim Leite କହିଛନ୍ତି ଯେ, ଏହି ତଥ୍ୟ ଆମପାଇଁ ଏକ ଚ୍ୟାଲେଞ୍ଜ ଏବଂ ଏହିଏହି ଅପରାଧ ସଂପର୍କରେ ଆମକୁ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରିପୋର୍ଟ ଗତ କିଛି ମାସ ମଧ୍ୟରେ ପରିସ୍ଥିତିକୁ ଠିକ୍ ଭାବରେ ପ୍ରତିଫଳିତ କରୁନାହିଁ।

Jair Bolsonaro ଓ Inpe  ମଧ୍ୟରେ ୨୦୧୯ରେ ଆରୋପ ପ୍ରତ୍ୟାରୋପ ଲାଗିଥିଲା। ଜଙ୍ଗଲ ନଷ୍ଟକୁ ନେଇ Inpe  ବ୍ରାଜିଲର ସମ୍ମାନହାନୀ କରୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଗ୍ଲାସ୍ଗୋରେ ନଭେମ୍ବରର ଜଳବାୟୁ ସମ୍ମିଳନୀରେ ବ୍ରାଜିଲ୍ ଅନେକ ଦେଶ ମଧ୍ୟରେ ଥିଲା ଯେଉଁମାନେ ଏହି ଅଭ୍ୟାସକୁ ଶେଷ କରିବା ଏବଂ ପୁନଃ ବନୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏଥିପାଇଁ ସରକାରୀ ଏବଂ ବେସରକାରୀ ପାଣ୍ଠିର ପ୍ରାୟ ୧୯.୨ ବିଲିୟନ ଡଲାର ଖର୍ଚ୍ଚ ହୁଏ। ସେଥିମଧ୍ୟରୁ କିଛି ବିକାଶଶୀଳ ଦେଶକୁ କ୍ଷତିଗ୍ରସ୍ତ ଜମିର ପୁନରୁଦ୍ଧାର, ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା କରିବା ଏବଂ ଆଦିବାସୀ ସମ୍ପ୍ରଦାୟକୁ ସଂରକ୍ଷଣ କରିବା ପାଇଁ ଯିବ।