Assembly Election Results 2021: ଆଜି ୫ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ, ବିଜୟ ଶୋଭାଯାତ୍ରା ଉପରେ ଲାଗିଛି ରୋକ
Advertisement
Article Detail0/zeeodisha/odisha893316

Assembly Election Results 2021: ଆଜି ୫ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ, ବିଜୟ ଶୋଭାଯାତ୍ରା ଉପରେ ଲାଗିଛି ରୋକ

ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଆୟୋଗ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ କରିବେ। ଫଳାଫଳ ସନ୍ଧ୍ୟା ସୁଦ୍ଧା ଘୋଷଣା କରାଯିବ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ  ଘୋଷଣା କରାଯିବ। ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଆୟୋଗ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ କରିବେ। ଫଳାଫଳ ସନ୍ଧ୍ୟା ସୁଦ୍ଧା ଘୋଷଣା କରାଯିବ।

ରବିବାର ଦିନ ଭୋଟ୍ ଗଣତି ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଶେଷ କରିଛନ୍ତି। ଗଣନା ସମୟରେ, ସମସ୍ତ ଲୋକଙ୍କୁ କୋଭିଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି କାରଣରୁ ନିର୍ବାଚନ ଆୟୋଗ ଗୋଟିଏ କୋଠରୀରେ ଭୋଟ୍ ଗଣିବା ପାଇଁ କେବଳ ୭ଟି ଟେବୁଲ୍ ଅନୁମତି ଦେଇଛନ୍ତି। ପୂର୍ବରୁ ଏହି ସଂଖ୍ୟା ୧୪ ଥିଲା। ଅଧିକାରୀଙ୍କ କହିବାନୁସାରେ, ଯେଉଁଠାରେ ଜାଗାର ଅଭାବ ନାହିଁ, ସେଠାରେ ବହୁ ସଂଖ୍ୟକ ଟେବୁଲ୍ ରଖାଯିବ।

Also Read: Exit Polls: ଫେରିବେ ଦିଦି-ବାମପନ୍ଥୀ, ୩ଟି ରାଜ୍ୟରେ ବାଜି ମାରିବ ବିଜେପି

ନିର୍ବାଚନ ଅଧିକାରୀ କହିଛନ୍ତି, ଭୋଟ୍ ଗଣନା ଆରମ୍ଭ କରିବା ପୂର୍ବରୁ ସମସ୍ତ EVM ଏବଂ VVPATକୁ ସାନିଟାଇଜ୍ କରାଯିବ। ଏଥି ସହିତ, ଗଣନାରେ ଯୋଗଦେଉଥିବା ଲୋକଙ୍କ ପାଇଁ ମାସ୍କ, ଫେସସିଲ୍ଡ ଏବଂ ସାନିଟାଇଜର୍ ରଖାଯିବ। ପ୍ରତ୍ୟେକ ଗଣନା କେନ୍ଦ୍ରକୁ ଅତି କମରେ ୧୫ଥର ସାନିଟାଇଜ୍ କରାଯିବ। ଏହି ସମୟ ମଧ୍ୟରେ, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବା ସହିତ ଭିଡ଼ କରିବା ନିଷେଧ। କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧୀଙ୍କୁ କୋଭିଡ ନେଗେଟିଭ୍ ରିପୋର୍ଟ କିମ୍ବା ଉଭୟ ଡୋଜ ଟିକା ଗ୍ରହଣ କରିବାର ପ୍ରମାଣ ଦେଖିବା ପରେ ଗଣନା କେନ୍ଦ୍ର ଭିତରେ ପ୍ରବେଶ କରାଯିବ।

ପଶ୍ଚିମବଙ୍ଗରେ ୧୦୮ଟି ଗଣନା କେନ୍ଦ୍ରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ EVM ଓ VVPATକୁ ରଖାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ୨୩ଟି ଜିଲ୍ଲାର ଭୋଟ ଗଣନା କେନ୍ଦ୍ରରେ ଅତି କମରେ ୨୯୨ ସୁପରଭାଇଜର ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ (CRPF)ର ୨୫୬ କମ୍ପାନୀ ନିୟୋଜିତ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ଦିଦି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙଅକ ହାୱା ଜଣା ପଡିବ।

Also Read: ନିଜ ଦୋଷ 'ଦୋଷ', ଅନ୍ୟର ଦୋଷ 'ବିଷ'

କେରଳରେ ୧୪୦ଟି ବିଧାନସଭା ଆସନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ସମେତ ୯୫୭ଜଣଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ କ୍ୟାବିନେଟର ୧୧ ଜଣ ସଦସ୍ୟ, ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା, ବରିଷ୍ଠ କଂଗ୍ରେସ ନେତା ଓମାନ ଚାଣ୍ଡି, ବିଜେପି ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ୍, 'ମେଟ୍ରୋମ୍ୟାନ୍' ଇ ଶ୍ରୀଧରନ୍ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେଜେ ଆଲଫନ୍ସଙ୍କ ଅଛନ୍ତି। ସମସ୍ତ ଏକଜିଟ୍ ପୋଲ୍ ଏବଂ ନିର୍ବାଚନ ପୂର୍ବାନୁମାନ ଶାସକ ମିଳିତ ମଞ୍ଚର ବିଜୟର ପୂର୍ବାନୁମାନ କରିଛି, କିନ୍ତୁ ବିରୋଧୀ ଦଳ UDF ଆଶା ଛାଡି ନାହାଁନ୍ତି।

ତାମିଲନାଡୁରେ ୪୦୦୦ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ।
ମଇଦାନରେ ଅଭିନେତା ତଥା ନେତା କମଲ ହାସନଙ୍କ ମକ୍କାଲ ନିଧି ମାୟାମଙ୍କ ସମେତ ଚାରିଟି ମେଣ୍ଟ ଅଛି। କିନ୍ତୁ ମୁଖ୍ୟ ପ୍ରତିଯୋଗିତା ଶାସକ AIADMK ଏବଂ ମୁଖ୍ୟ ବିରୋଧୀ DMK ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ ପାନେର୍ସେଲଭମ୍, DMK ସଭାପତି ଏମ.କେ ଷ୍ଟାଲିନ, ତାଙ୍କ ପୁଅ ଉଦୟାନିଧି ଷ୍ଟାଲିନ, ଆମ୍ମା ମକ୍କାଲ ମୁନ୍ନେଟ୍ରା କାଜାଗାମ ମୁଖ୍ୟ ଟିଟିଭି ଦିନାକରନ, ଏମଏନଏମ ହାସନ ଏବଂ ବିଜେପିର ରାଜ୍ୟ ୟୁନିଟ ମୁଖ୍ୟ ଏଲ ମୁରୁଗାନ ଆଶାବାଦୀ ଅଛନ୍ତି। ୨୩୪ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ କନ୍ୟାକୁମାରୀ ଲୋକସଭା ଆସନରେ ମଧ୍ୟ ଉପ-ନିର୍ବାଚନ ହୋଇଥିଲା, ଯେଉଁଠାରେ ମୁଖ୍ୟ ପ୍ରତିଯୋଗିତା କଂଗ୍ରେସର ବିଜୟ ଭାସ୍ଟନ୍ ଏବଂ ବିଜେପିର ପନ୍ ରାଧାକୃଷ୍ଣନଙ୍କ ମଧ୍ୟରେ ରହିଛି।

Also Read: ଦେଶବାସୀଙ୍କୁ ସଞ୍ଜିବନୀ ଦେବେ ଶ୍ରେଷ୍ଠ ୨୦ ଧନୀ? ସାଂସଦ ଅମର ପଟ୍ଟନାୟକ କଲେ ଅପିଲ

ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ୱାମୀଙ୍କ ନେତୃତ୍ୱାଧୀନ AINRC ଓ ବିଜେପି ମେଣ୍ଟ ଏବଂ କଂଗ୍ରେସ-DMK ମେଣ୍ଟ ମଧ୍ୟରେ ପ୍ରତିଯୋଗିତା ହେବ। ଏକ୍ଜିଟ୍ ପୋଲ୍ ରଙ୍ଗାସ୍ୱାମୀଙ୍କ ନେତୃତ୍ୱାଧୀନ ସାମ୍ମୁଖ୍ୟର ବିଜୟର ପୂର୍ବାନୁମାନ କରିଛି। ଭୋଟ୍ ଗଣିବା ପାଇଁ ରାଜ୍ୟରେ ୧୩୮୨ ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ପ୍ରାୟ ୪୦୦ପୋଲିସ୍ କର୍ମଚାରୀଙ୍କୁ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କରାଯିବ।

ଏଥି ସହିତ ଆସାମର ୩୩୧ଟି ଭୋଟ ଗଣନା କେନ୍ଦ୍ରରେ ମଧ୍ୟ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୨୭, ଏପ୍ରିଲ ୧ ଏବଂ ଏପ୍ରିଲ ୬ରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଆସାମର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୫୦୦୦ ଅଧିକାରୀ ଏବଂ ପ୍ରାର୍ଥୀଙ୍କ ପ୍ରତିନିଧୀ ଏପ୍ରିଲ୍ ୩୦ରେ କୋଭିଡ ଟେଷ୍ଟ କରିଛନ୍ତି। ଏହା ବ୍ୟତୀତ ୧୩ ରାଜ୍ୟରେ 13ଟି ବିଧାନସଭା ଓ ଚାରିଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଛି। ଯାହାର ଫଳାଫଳ ଆଜି ବାହାରିବ। ସେପଟେ ଆଜି ନିର୍ବାଚନ ଆୟୋଗ, ବିଜୟ ଶୋଭାଯାତ୍ରା ଏବଂ ରୋଡ ସୋ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।