ସ୍କୁଲ ଛାତ୍ରୀଙ୍କ ବିଶ୍ୱାସରେ ବିଷ! ପ୍ରଥମ ଦେଲା ପ୍ରତାରଣା, ଦ୍ୱିତୀୟ ବାହାରିଲା ଦଲାଲ
Advertisement

ସ୍କୁଲ ଛାତ୍ରୀଙ୍କ ବିଶ୍ୱାସରେ ବିଷ! ପ୍ରଥମ ଦେଲା ପ୍ରତାରଣା, ଦ୍ୱିତୀୟ ବାହାରିଲା ଦଲାଲ

THE BAY INNରେ ଚଢଉ କରି କାକଟପୁର ପୋଲିସ ହୋଟେଲ ମ୍ୟାନେଜର, ଦଲାଲ ଓ ଗ୍ରାହକଙ୍କୁ ଗରିଫ କରିଛି। ସୂଚନା ମୁତାବକ, ପୀଡିତା ନାବାଳିକା ଯାଜପୁରସ୍ଥିତ ନବୋଦୟ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ରୀ।

ଡିଜାଇନ୍ ଫଟୋ

ପୁରୀ: କୋଣାର୍କରୁ ଏକ ଚାଞ୍ଚଲ୍ୟକର ଖାବର ସାମନାକୁ ଆସିଛି। ଜଣେ ନାବାଳିକାକୁ ଅପହରଣ ପେର ଯୌନଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି। ମାଧିପୁର ଛକସ୍ଥିତ THE BAY INN ହୋଟେଲରେ କାକଟପୁର ଓ କୋଣାର୍କ ପୋଲିସ ମିଳିତ ଚଢାଉ କରି ପୀଡିତାଙ୍କୁ ଉଦ୍ଧାର କରିଛି।

THE BAY INNରେ ଚଢଉ କରି କାକଟପୁର ପୋଲିସ ହୋଟେଲ ମ୍ୟାନେଜର, ଦଲାଲ ଓ ଗ୍ରାହକଙ୍କୁ ଗରିଫ କରିଛି। ସୂଚନା ମୁତାବକ, ପୀଡିତା ନାବାଳିକା ଯାଜପୁରସ୍ଥିତ ନବୋଦୟ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ରୀ। ସେ କାକଟପୁରରେ ପଢୁଥିବା ସମୟରେ ନିମାପଡାର ଜଣେ ଯୁବକ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କୌଣସି ପ୍ରକାରେ ନାବାଳିକା ପ୍ରେମିକଙ୍କୁ ମନାଇବା ପାଇଁ ମାସେ ତଳେ ଘର ଛାଡି ଭୁବନେଶ୍ୱର ଯାଇଥିଲେ। କିନ୍ତୁ ସେଠାରେ ପ୍ରେମକର ଦେଖା ତ ମିଳିନଥିଲା, କିନ୍ତୁ ତାଙ୍କୁ ପ୍ରତାରଣା ମିଳିଥିଲା।

Also Read: ଲକ୍ଷ୍ନୌ କ୍ୟାବ୍ ଡ୍ରାଇଭରକୁ ମାଡ଼ ଘଟଣାରେ ବଡ଼ ଅପଡେଟ୍

ପ୍ରତାରଣାର ଶିକାର ହୋଇଥିବା ନାବାଳିକା ଭୂବନେଶ୍ବର ରେଳ ଷ୍ଟେସନରେ ସମ୍ବଲପୁରର ମଧୁ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଥିଲେ। ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ପ୍ରଥମେ ଅପହରଣ ପରେ ନିଜେ ଦୁଷ୍କର୍ମ କରିବା ସହ ବାରମ୍ବର ଯୌନଶୋଷଣ କରିଥିଲା। ପୀଡିତାଙ୍କ କହିବା ଅନୁସାରେ, ଦ୍ୱିତୀୟ ପ୍ରେମିକ ମଧୁ ତାଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇବାକୁନେଇ ଭିନ୍ନ ଭିନ୍ନ ହୋଟେଲ ରଖି ଗ୍ରାହକକୁ ଭେଟି ଦେଇ ମୋଟା ଅଙ୍କର ଟଙ୍କା ଆୟ କରୁଥିଲା। 

ଝିଅ ନିଖୋଜ ନେଇ ପୀଡିତାଙ୍କ ପରିବାର ଲୋକେ କାକଟପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନାବାଳିକାଙ୍କ ମୋବାଇଲ ଟ୍ରାକିଂ କରି କୋଣାର୍କର ହୋଟେଲରେ ଥିବା ଜାଣିବାକୁ ପାଇଥିଲା। କାକଟପୁର ପୋଲିସ, କୋଣାର୍କ ପୋଲିସ ସହାୟତାରେ ଲଜ ଉପରେ ଚଢାଉ କରି ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ହୋଟେଲର ମ୍ୟାନେଜର, ସ୍ଥାନୀୟ ଦଲାଲ ଟୁଲୁ ମାଝୀସହ ସମ୍ବଲପୁରର ଯୁବକକୁ ଗିରଫ କରିଛି। ତେବେ ଏହା ଏକ ସେକ୍ସ ରାକେଟ ହୋଇଥିଇପାରେ, ଏଥିରେ ନାବାଳିକାଙ୍କୁ ଫସାଇ ଦେହ ବ୍ୟବସାୟରେ ନିଯୁକ୍ତ କରାଯାଉଥିବା ସନ୍ଦେହ କରାଯାଉଛି।