ଲକ୍ଷ୍ନୌ କ୍ୟାବ୍ ଡ୍ରାଇଭରକୁ ମାଡ଼ ଘଟଣାରେ ବଡ଼ ଅପଡେଟ୍
Advertisement

ଲକ୍ଷ୍ନୌ କ୍ୟାବ୍ ଡ୍ରାଇଭରକୁ ମାଡ଼ ଘଟଣାରେ ବଡ଼ ଅପଡେଟ୍

ସହଯୋଗୀ ୱେବସାଇଟ୍ ଡିଏନ୍ଏର ରିପୋର୍ଟ ଅନୁଯାୟୀ, କ୍ୟାବ ଡ୍ରାଇଭର ସାଦତ ଅଲି, ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦି ପାର୍ଟି (PSP) ରେ ଯୋଗ ଦେଇଛନ୍ତି।

ଡିଜାଇନ୍ ଫଟୋ

ଲକ୍ଷ୍ନୌ: ଚଳିତବର୍ଷ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ଯୁବତୀ ବିନା କାରଣରେ କ୍ୟାବ ଡ୍ରାଇଭର ସାଦତ ଅଲ୍ଲିଙ୍କୁ ୨୨ ଚାପୁଡା ମାରିଥିଲେ। ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ପରେ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ତେବେ ପୀଡିତ ସାଦତଙ୍କ ଜୀବନରେ ସେହି ୨୨ଟି ଚାପୁଡା ଏକ ବଡ ପରିବର୍ତ୍ତନ ଆଣିଛି। ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସାଦତ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। 

ସହଯୋଗୀ ୱେବସାଇଟ୍ ଡିଏନ୍ଏର ରିପୋର୍ଟ ଅନୁଯାୟୀ, କ୍ୟାବ ଡ୍ରାଇଭର ସାଦତ ଅଲି, ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦି ପାର୍ଟି (PSP) ରେ ଯୋଗ ଦେଇଛନ୍ତି। ରାଜନୀତିରେ ଯୋଗଦେବା ପରେ ସାଦତ ଅଲ୍ଲି କହିଛନ୍ତି ଯେ, ସେ ସାରା ଦେଶରେ କ୍ୟାବ ଡ୍ରାଇଭରଙ୍କ ସ୍ୱର ଉତ୍ତୋଳନ କରିବେ ଏବଂ ଯେଉଁଠାରେ ପୁରୁଷଙ୍କ ପ୍ରତି ଅନ୍ୟାୟ କରାଯିବ, ସେ ପୁରୁଷମାନଙ୍କୁ ହଇରାଣ କରୁଥିବା ମହିଳାଙ୍କ ବିରୁଦ୍ଧରେ ଠିଆ ହେବେ।

Also Read: ଆଫଗାନ୍ କ୍ରିକେଟ ବୋର୍ଡରେ ଝୁଲିବ ତାଲା! କାରଣ କହିଲା ICC

ସାଦତ ଅଲ୍ଲିଙ୍କ ଅନୁଯାୟୀ, 'ଏପରି ଅନେକ ଘଟଣା ଅଛି ଯେଉଁଠାରେ ପୁରୁଷଙ୍କ କଥା ଶୁଣାଯାଇ ନାହିଁ। ମୁଁ ନିଜେ ଏପର୍ଯ୍ୟନ୍ତ ନ୍ୟାୟ ପାଇ ନାହିଁ। ଯେତେବେଳେ ମୋ ଉପରେ ହୋଇଥିବା ଆକ୍ରମଣର ଭିଡିଓ ସମଗ୍ର ବିଶ୍ୱ ଦେଖିଥିଲା। ସେଥିପାଇଁ ସେ ବର୍ତ୍ତମାନ ରାଜନୈତିକ ଦଳରେ ଯୋଗ ଦେଇ ପୁରୁଷଙ୍କ ସ୍ୱର ଉତ୍ତୋଳନ କରିବେ, ଯାହାଫଳରେ ସେମାନେ ନ୍ୟାୟ ପାଇପାରିବେ ଏବଂ ସେମାନେ ଅନ୍ୟ ପୁରୁଷମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ।' ସାଦତ ଅଲ୍ଲିଙ୍କ ଓକିଲ କହିଛନ୍ତି ଯେ, ପୋଲିସଠାରୁ ନ୍ୟାୟ ନ ମିଳିବାରୁ ସେ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ଜୁଲାଇ ୩୦ରେ ଲକ୍ଷ୍ନୌର ବାରବାୱା ଛକ ଠାରେ ପ୍ରିୟଦର୍ଶିନୀ ଯାଦବ ନାମକ ଯୁବତୀ ସାଦତ ଅଲ୍ଲିଙ୍କୁ ୨୨ ଚାପୁଡ଼ା ମାରିଥିଲେ। ସେହି ସମୟରେ ଟ୍ରାଫିକ ପୋଲିସ କର୍ମଚାରୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରିୟଦର୍ଶିନୀ କ୍ୟାବ ଡ୍ରାଇଭରକୁ ନିସ୍ତୁକ ମାରିଥିଲା। ଛକ ନିକଟରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ଲୋକ ଯୁବତୀଙ୍କୁ ତାଙ୍କ ଆଚରଣ ପାଇଁ ସମାଲୋଚନା କରିଥିଲେ। ବହୁ ପରିଶ୍ରମ ପରେ କ୍ୟାବ ଡ୍ରାଇଭର ପୋଲିସ ନିକଟରେ ମାମଲା ରୁଜୁ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ  ପ୍ରିୟଦର୍ଶିନୀ ଯାଦବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।