Shraddha Murder Case: ଆଠ ଘଣ୍ଟାର Polygraph testରେ କ'ଣ କହିଲା ଅଫତାବ ପୁନାୱାଲା?
Advertisement

Shraddha Murder Case: ଆଠ ଘଣ୍ଟାର Polygraph testରେ କ'ଣ କହିଲା ଅଫତାବ ପୁନାୱାଲା?

Shraddha Murder Case: ଅଫତାବ କିଭଳି ନୃଶଂସ ଭାବେ ଶ୍ରଦ୍ଧାଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରିଥିଲା, ତାହା ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି। କୋର୍ଟଙ୍କ ଅନୁମତି ପରେ ଶୁକ୍ରବାର ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲାର ପଲିଗ୍ରାଫ ଟେଷ୍ଟ କରାଯାଇଛି।  ଦୀର୍ଘ ଆଠ ଘଣ୍ଟା ଧରି ବିଶେଷଜ୍ଞମାନେ ଅଭିଯୁକ୍ତକୁ ନା ନା ପ୍ରଶ୍ନ କରିଥିଲେ। 

Shraddha Murder Case: ଆଠ ଘଣ୍ଟାର Polygraph testରେ କ'ଣ କହିଲା ଅଫତାବ ପୁନାୱାଲା?

Shraddha Murder Case, ନୂଆଦିଲ୍ଲୀ: କୋର୍ଟଙ୍କ ଅନୁମତି ପରେ ଶୁକ୍ରବାର ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲାର ପଲିଗ୍ରାଫ ଟେଷ୍ଟ କରାଯାଇଛି। ନୂଆଦିଲ୍ଲୀସ୍ଥିତି Forensic Science Laboratory (FSL)ରେ ଅଫତାବର ପଲିଗ୍ରାଫ ହୋଇଛି। ଦୀର୍ଘ ଆଠ ଘଣ୍ଟା ଧରି ବିଶେଷଜ୍ଞମାନେ ଅଭିଯୁକ୍ତକୁ ନା ନା ପ୍ରଶ୍ନ କରିଥିଲେ। ଆଉ କଥିତ ନରହନ୍ତା ଅଫତାବ ଗୋଟି ଗୋଟି କରି ତାର ଉତ୍ତର ଦେଇଥିଲା।

ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି। ଅଫତାବ କିଭଳି ନୃଶଂସ ଭାବେ ଶ୍ରଦ୍ଧାଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରିଥିଲା, ତାହା ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି। ଗୋଟିଏ ମୁହୂର୍ତ୍ତ ପାଇଁ କ୍ରୋଧିତ ହୋଇ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ପୂର୍ବରୁ ଅଭିଯୁକ୍ତ ଅଫତାବ ପୁନାୱାଲା, କୋର୍ଟରେ କହିଛି। କିନ୍ତୁ ପଲିଗ୍ରାଫ ଟେଷ୍ଟ ବେଳେ ସେ କଣ ଉତ୍ତର ଦେଇଛି, ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳୁଛି। 

Also Read: Shraddha Walkar Murder: ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ହତ୍ୟାର ଝଲକ, ଅଭିନେତା କହିଲେ ସୁଟିଂ ବେଳେ.

 
FSL ସୂତ୍ରାନୁସାରେ, ଶ୍ରଦ୍ଧା ହତ୍ୟାକାଣ୍ତ ସହ ସମ୍ପୃକ୍ତ ଟିକିନିଖି ବିଷୟକୁ ନେଇ ଅଫତାବକୁ ପ୍ରଶ୍ନ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ଶ୍ରଦ୍ଧାକୁ ସେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ନା ଏହା ଏକ ଦୁର୍ଘଟଣା ଥିଲା ବୋଲି FSL ବିଶେଷଜ୍ଞ ପଚାରି ଥିଲେ। ଏହା ବ୍ୟତୀତ ଶ୍ରଦ୍ଧାଙ୍କୁ ଭେଟିବା ଦିନ ଠାରୁ ହତ୍ୟା ପର୍ଯ୍ୟନ୍ତ କଣ ସବୁ ଘଟିଥିଲା ସେ ବିଷୟରେ ଅଫତାବକୁ ପ୍ରଶ୍ନ କରାଯାଇଥିଲା। ସେ କେଉଁ ଅସ୍ତ୍ରରେ ଶ୍ରଦ୍ଧାଙ୍କୁ ହତ୍ୟା କଲା ଓ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିବାକୁ ସେ କିପରି ନିଷ୍ପତ୍ତି ନେଲା, ତାହା ମଧ୍ୟ FSLର ପ୍ରଶ୍ନରେ ଥିଲା। 

ପଲିଗ୍ରାଫ ଟେଷ୍ଟବେଳେ ଅଫତାବ ପୁନାୱାଲାକୁ ପ୍ରାୟ ୪୦ଟି ପ୍ରଶ୍ନ ପଚାରା ଯାଇଥିଲା। ଏହି ପ୍ରଶ୍ନର ଉତ୍ତର ଗୁଡିକ ଶ୍ରଦ୍ଧା ହତ୍ୟାକଣ୍ଡ ଉପରୁ ପରଦା ଉଠାଇବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ସେପଟେ ବର୍ତ୍ତମାନ ସୁଦ୍ଧା ଅଫତାବର ଭଡାଘରୁ ପୋଲିସ ୫ଟି ଧାରୁଆ ଛୁରୀ ଜବତ କରିଛି। କିନ୍ତୁ ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିବା କରତ ମିଳିନାହିଁ। ଜବତ ଛୁରୀକୁ ମଧ୍ୟ ଫରେନସିକ୍ ଲ୍ୟାବକୁ ପଠାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ମେହରୌଲି ଜଙ୍ଗଲରୁ ମିଳିଥିବା ହାଡର ଡିଏନଏ ରିପୋର୍ଟ ଆସିବା ବାକି ଅଛି।

Also Read: ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଚାଟ୍

ଅଭିଯୋଗ ଅନୁସାରେ, ମହାରାଷ୍ଟ୍ରର ଅଫତାବ ପୁନାୱାଲା ତାର ଲିଭ୍ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଗତ ମେ ମାସରେ ହତ୍ୟା କରିଥିଲା। ପ୍ରମାଣ ଲୁଚାଇବାକୁ ସେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ରୁ ୪୦ ଖଣ୍ଡ କରି ଦକ୍ଷିଣ ଦିଲ୍ଲୀର ମେହରୌଲି ଜଙ୍ଗଲରେ ଫିଙ୍ଗିଥିଲା। ହତ୍ୟାକାଣ୍ଡର ୬ ମାସ ପରେ ଅଭିଯୁକ୍ତ ଅଫତାବକୁ ଦିଲ୍ଲୀ ପୋଲିସ ଗିରଫ କରିଛି। କିନ୍ତୁ
ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧା ହତ୍ୟାକାଣ୍ଡର କୌଣସି ଦୃଢ ପ୍ରମାଣ ମିଳିନାହିଁ। ଶ୍ରଦ୍ଧା ମୃତ ନା ଜୀବିତ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ବାରମ୍ବାର ବୟାନ ବଦଳାଉଥିବାରୁ ପୋଲିସକୁ ମଧ୍ୟ ତଦନ୍ତ କରିବାରେ ଅଡୁଆ ହେଉଛି।