Pari Murder Case : ସରୋଜ ଘରୁ ରକ୍ତଭିଜା ଗାମୁଛା ଜବତ
Advertisement

Pari Murder Case : ସରୋଜ ଘରୁ ରକ୍ତଭିଜା ଗାମୁଛା ଜବତ

ସରୋଜର ବୟାନକୁ ଆଧାର କରି ତାଙ୍କ ଯଦୁପୁର ଘରେ ଚଢଉ କରିଥିଲା। ଏହି ରେଡ୍ ବେଳେ ଘରୁ ଏକ ରକ୍ତଭିଜା ଗାମୁଛା (blood stain towel) ମିଳିଛି। ଯାହା ସରୋଜ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆହୁରି ମଜବୁତ କରୁଛି।

Pari Murder Case : ସରୋଜ ଘରୁ ରକ୍ତଭିଜା ଗାମୁଛା ଜବତ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ SIT ହାତରେ ଲାଗୁଛି ନୂଆ ନୂଆ ପ୍ରମାଣ। ମଙ୍ଗଳବାର ଯଜୁପୁର ଗାଁ ପୋଖରୀରୁ ଏକ ଲେଗିନ୍ସ ମିଳିଥିଲା। ଆଉ ବୁଧବାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରୋଜ ସେଠୀଙ୍କ ଘରୁ ଏକ ରକ୍ତ ଭିଜା ଗାମୁଛା ମିଳିଛି।

ସରୋଜ ସେଠୀକୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପରୀ ହତ୍ୟା ମାମଲା (Pari Murder Case) ର ଅଧିକ ତଦନ୍ତ ଚଳାଇଛି। ବୁଧବାର ସରୋଜର ବୟାନକୁ ଆଧାର କରି ତାଙ୍କ ଯଦୁପୁର ଘରେ ଚଢଉ କରିଥିଲା। ଏହି ରେଡ୍ ବେଳେ ଘରୁ ଏକ ରକ୍ତଭିଜା ଗାମୁଛା (blood stain towel) ମିଳିଛି। ଯାହା ସରୋଜ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆହୁରି ମଜବୁତ କରୁଛି।

Also Read: କେବଳ ପରୀ ନୁହେଁ ରାଜ୍ୟର ଏଭଳି କିଛି ହତ୍ୟାକାଣ୍ଡ, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା

ତେବେ ବର୍ତ୍ତମାନ ସୁଦ୍ଧା ଗାମୁଛାରେ ଲାଗିଥିବା ରକ୍ତ ପ୍ରକୃତରେ କାହାର ଜଣାପଡିନାହିଁ। ତାକୁ ଟେଷ୍ଟିଂ ପାଇଁ ଲ୍ୟାବକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ  (Crime branch) କହିଛି। କିନ୍ତୁ SIT ର କହିବା ଅନୁସାରେ ସରୋଜ ଜେରା ବେଳେ ମାନିଛି ଯେ, ସେ ପରୀକୁ ତଣ୍ଟିଚିପି ହତ୍ୟା କରିଛି। ଏହି ସମୟରେ ପରୀର ନାକରୁ ରକ୍ତ ବାହାରିଥିଲା। ଯାହାକୁ ସେ ନିଜ ଗାମୁଛାରେ ପୋଛି ଥିଲା।

ସେପଟେ ଏହି ମାମଲାର ତଦନ୍ତ କରୁଥିବା SIT ମୁଖ୍ୟ ଅରୁଣ ବୋଥ୍ରା (Arun Bothra) ଙ୍କୁ ନେଇ ହାଇକୋର୍ଟରେ ପିଟିସନ ଦାଖଲ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୋଥ୍ରାଙ୍କ ସହ ଡାକ୍ତରୀ ମାଇନା କରିଥିବା ୨ ଜଣ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି କରାଯାଇଛି। ଏହା ବ୍ୟତୀତ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ଆବେଦନ ହୋଇଛି।