Tamil Nadu: ଏକାଦଶ ଶ୍ରେଣୀର ଝିଅ ଜନ୍ମ ଦେଲା ଶିଶୁ, ଦଶମ ଛାତ୍ରଙ୍କୁ ହେପାଜତକୁ ନେଲା ପୋଲିସ
Advertisement
Article Detail0/zeeodisha/odisha1334899

Tamil Nadu: ଏକାଦଶ ଶ୍ରେଣୀର ଝିଅ ଜନ୍ମ ଦେଲା ଶିଶୁ, ଦଶମ ଛାତ୍ରଙ୍କୁ ହେପାଜତକୁ ନେଲା ପୋଲିସ

Tamil Nadu: ଝିଅଟି ପୋଲିସକୁ କହିଛି ଯେ ତାଙ୍କ ପ୍ରେମିକ ଗାଁର ଏକ ଘରୋଇ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଓ ତାଙ୍କ ଗର୍ଭଧାରଣ ପାଇଁ ସେ ଦାୟୀ ଅଟନ୍ତି ।

ସୌ: ସୋସିଆଲ ମିଡିଆ

Tamil Nadu News: ତାମିଲନାଡୁର କୁଡ଼ାଲୋର ଜିଲ୍ଲାର (Cuddalore district )ଏକ ଗ୍ରାମରେ ଥିବା ଜଣେ ଏକାଦଶ ଶ୍ରେଣୀର ଝିଅ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ନିଜ ସ୍କୁଲ ନିକଟରେ ଥିବା ବୁଦା ଭିତରେ ତାକୁ ଛାଡି ଦେଇଛି । ଏଥି ସହ ପୋଲିସ ଜଣେ ଦଶମ ଶ୍ରେଣୀର ବାଳକକୁ ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ହେପାଜତକୁ ନେଇଛି । ଗୁରୁବାର ଦିନ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ବୁଦା ଭିତରେ ନବଜାତ ଏକ ଶିଶୁର ମୃତଦେହ ଦେଖି ସହକାରୀ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ।

ଏହା ପରେ ସହକାରୀ ପ୍ରଧାନ ଶିକ୍ଷକ ପୋଲିସକୁ ଏହା ଜଣାଇଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ସୂଚନା ପାଇବା ପରେ ଏକ ପୋଲିସ ଟିମ୍ ସ୍କୁଲରେ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରି ଚିଦାମ୍ବରମସ୍ଥିତ କାମରାଜ ସରକାରୀ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ପୋଲିସ ସନ୍ଦେହ କରିଛି ଯେ ଜଣେ ସ୍କୁଲ ଛାତ୍ରି ସ୍କୁଲ ଶୌଚାଳୟରେ ଏକ ଶିଶୁକୁ ଜନ୍ମ ଦେଇ ବୁଦା ଭିତରକୁ ଫିଙ୍ଗି ଦେଇଛି । ପରେ ପୋଲିସର ତଦନ୍ତ ବେଳେ ଜଣେ ଛାତ୍ରୀ ଶିଶୁକୁ ଜନ୍ମ ଦେଇ ସ୍ୱୀକାର କରି ବୁଦା ଭିତରକୁ ଫିଙ୍ଗି ଦେଇଥିବା କହିଥିଲା । ଝିଅଟି ପୋଲିସକୁ କହିଛି ଯେ ତାଙ୍କ ପ୍ରେମିକା ଗାଁର ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ଛାତ୍ର, ଓ ତାଙ୍କ ଗର୍ଭଧାରଣ ପାଇଁ ସେ ଦାୟୀ ।

ଏହା ପରେ ପୋଲିସ ବାଳକ ବିରୋଧରେ ବିଭିନ୍ନ ବିଭାଗ ଅଧୀନରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା । ତା’ପରେ ପୋଲିସ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହଜାର କରିଥିଲା, ଯେଉଁଠାରୁ ତାଙ୍କୁ ସୁଧାର ଗୃହକୁ ପଠାଯାଇଥିଲା।

ଅଧିକ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ପ୍ରେମିକ ଗାଁର ଏକ ଘରୋଇ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର, ଯିଏ କି ତାଙ୍କ ଗର୍ଭଧାରଣ ପାଇଁ ଦାୟୀ । ପୋଲିସ ନାବାଳକକୁ ଧାରା 5 (ଗମ୍ଭୀର ଯୌନ ନିର୍ଯାତନା ଦେବା), 5 (j) ( ଶିଶୁକୁ ଯୌନ ନିର୍ଯାତନା ଦେବା), 5 (j) (ii) (ଯୌନ ନିର୍ଯାତନା ଦେଇ ଶିଶୁକୁ ଗର୍ଭବତୀ କରିବା), (l) (ଶିଶୁ ସହ ଏକାଧିକ ଥର କିମ୍ବା ବାରମ୍ବାର ଯୌନ ନିର୍ଯାତନା ଦେବା) ଓ 6 (ଯୌନ ନିର୍ଯାତନା ପାଇଁ ଦଣ୍ଡ) ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକସୋ) ଅଧିନିୟମ, 2012 ଅନୁଯାୟୀ ମାମଲା ପଞ୍ଜିକୃତ କରିଛି ।

ଏହା ବି ପଢ଼ନ୍ତୁ: Lok Sabha Election 2024: ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନରେ ପାଣି ପକାଇବେ ମମତା! ନେଲେ ଏହି ବଡ ନିଷ୍ପତ୍ତି

ଏହା ବି ପଢ଼ନ୍ତୁ: UK କୁ ଟପିଲା, ବର୍ତ୍ତମାନ ଜାପାନକୁ ମାତ ଦେଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ!