ଗତ ଗୋଟିଏ ବର୍ଷରେ କେବଳ ଏରର କୋଡ୍ ମାଧ୍ୟମରେ ସମ୍ବଲପୁର ଜିଲ୍ଲାରେ ସାଢ଼େ ଚାରି କୋଟି ଠକେଇ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଏକ ଲକ୍ଷ ପଞ୍ଚାବନ ହଜାର ଉଦ୍ଧାର କରାଯାଇ ଥିବା ବେଳେ ୧୨ଟି ବ୍ୟାଙ୍କର ATM କାର୍ଡ ମଧ୍ୟ ସିଜ।
Trending Photos
ସମ୍ବଲପୁର: ଏରର କୋଡ଼କୁ ବ୍ୟବହାର କରି ଠକେଇ ଅଭିଯୋଗରେ ୩ ଯୁବକ ଗିରଫ। ଉତ୍ତର ପ୍ରଦେଶର ୩ ଜଣ ଠକଙ୍କୁ ଆଜି ସମ୍ବଲପୁର ଜିଲ୍ଲାର ମହୁଲପାଲି ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଏସୟୁଭି ମଧ୍ୟ ଜବତ କରାଯାଇଛି।
ନିକଟରେ କେସେଇବାହାଲ ATMରେ ତିନି ଲକ୍ଷ ତିରିଶ ହଜାର ଟଙ୍କାର ଠକେଇ ହୋଇଥିଲା। ସେହି ମାମଲାରେ ୟୁପିର ୩ ଜଣଙ୍କୁ ଗିରଫ କରାଯାଇଛି। ଟଙ୍କା ବାହାରୁଥିବା ଡିସ୍ପେନସର ମେସିନରେ ହାତ ଦ୍ୱାରା ଅଟକାଇ ପ୍ରଥମେ କଢାଯାଇଥିବା ଟଙ୍କାକୁ ହାତକୁ ନେଉଥିଲେ। ପରବର୍ତ୍ତୀ ସମୟରେ ଡିସ୍ପେନସର ମେସିନରେ ହାତ ଲଗାଇ ଏରର କୋଡ଼ ଡିସପ୍ଲେ ହେବା ଯାଏଁ ଅଭିଯୁକ୍ତମାନେ ଅପେକ୍ଷା କରୁଥିଲେ।
Also Read: ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ଚପଲ ମାଡ଼ !
ବ୍ୟାଙ୍କର ଅଭିଯୋଗକୁ ନେଇ ପୋଲିସର ଖୋଲତାଡ଼ ଚଳାଇଥିଲା। ଆଉ ସେଥିରେ ଶୁକ୍ରବାର ସଫଳତା ମିଳିଛି। ଗତ ଗୋଟିଏ ବର୍ଷରେ କେବଳ ଏରର କୋଡ୍ ମାଧ୍ୟମରେ ସମ୍ବଲପୁର ଜିଲ୍ଲାରେ ସାଢ଼େ ଚାରି କୋଟି ଠକେଇ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଏକ ଲକ୍ଷ ପଞ୍ଚାବନ ହଜାର ଉଦ୍ଧାର କରାଯାଇ ଥିବା ବେଳେ ୧୨ଟି ବ୍ୟାଙ୍କର ATM କାର୍ଡ ମଧ୍ୟ ସିଜ୍ କରାଯାଇଛି।