ମରିଗଲା ମାନବିକତା! ରାସ୍ତାକଡରେ ମରିଥିବା ଗାଈର ଫଡିଆ ଗାଏବ, ଥାନାରେ ଏତଲା
Advertisement
Article Detail0/zeeodisha/odisha999818

ମରିଗଲା ମାନବିକତା! ରାସ୍ତାକଡରେ ମରିଥିବା ଗାଈର ଫଡିଆ ଗାଏବ, ଥାନାରେ ଏତଲା

ବାଲିଗୁଡା ଥାନା ଅଞ୍ଚଳରେ ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି। ରବିବାର ଏକ ଗାଈ କୈଣସି କାରଣରୁ ରାସ୍ତା ପାଶ୍ୱରେ ମରି ଯାଇଥିଲା। ତାହାକୁ ଗାଈର ମାଲିକ କିମ୍ବା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇନଥିଲା। 

ଡିଜାଇନ୍ ଫଟୋ

କନ୍ଧମାଳ: ମରିଗଲାଣି ମାନବିକତା। କାଟି ନେଇ ଗଲେ ରାସ୍ତା କଡରେ ମରି ପଡିଥିବା ଗାଈର ଫଡିଆ। ଏଭଳି ଏକ ଲଜ୍ଜାଜନକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି। ରାତି ଅଧରେ ମୃତ ଗାଈର ପଛଗୋଡକୁ କେହି ଦୁର୍ବୃତ କାଟି ନେଇଥିବା ଅଭିଯୋଗ ହୋଇଛି। 

ବାଲିଗୁଡା ଥାନା ଅଞ୍ଚଳରେ ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି। ରବିବାର ଏକ ଗାଈ କୈଣସି କାରଣରୁ ରାସ୍ତା ପାଶ୍ୱରେ ମରି ଯାଇଥିଲା। ତାହାକୁ ଗାଈର ମାଲିକ କିମ୍ବା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇନଥିଲା। ଫଳରେ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ ଗାଈର ଗୋଟିଏ ଗୋଡକୁ କାଟି ନେଇ ଯାଇଥିବା ବେଳେ ଅନ୍ୟ ଗୋଡକୁ ବି ଶରୀରରୁ ଅଲଗା କରିଦେଇଛନ୍ତି।

Also Read: ବଜ୍ରାଘାତରେ ଚାଲିଗଲା ୧୮ ନିରୀହ ଜୀବନ

ରାସ୍ତା କଡରୁ ଗାଈର ଗୋଡକୁ କାଟି ନେବା ଘଟଣା ଏବେ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସେପଟେ ହିନ୍ଦୁ ପୁତ୍ର ସଂଗଠନ ସଦସ୍ୟ ଏହାକୁ ବିରୋଧ କରିଛନ୍ତି। ଗୋମାତା ଙ୍କୁ ସମ୍ମାନ ଦେବା ବଦଳରେ ଏହିଭଳି ଅମାନବିକତା କାଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ସଙ୍ଗଠନ କହିବା ସହ ଥନାରେ ଏତଲା ଦେଇଛି।

ତେବେ କିଏ ଓ କାହିଁକି ମୃତ ଗାଈର ଫଡିଆ ବା ଗୋଡ କାଟି ନେଇଛି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ମାଂସ ଖାଇବା ପାଇଁ ସେ ଏପରି କାଣ୍ଡ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ଗାଈକୁ ମାଲିକ କାହିଁକି ରାସ୍ତାରେ ଛାଡି ଦେଉଛନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ତାହାକୁ ଉଠାଇ ନେଉ ନାହାନ୍ତି ବୋଲି କିଛି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏହା ବ୍ୟତୀତ ଏହିପରି ଦାୟିତ୍ୱହୀନ ଗାଈ ମାଲିକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ସେମାନେ କହିଛନ୍ତି।