ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୮ ସ୍ତ୍ରୀର ସ୍ବାମୀ ପ୍ରଖ୍ୟାତ ଠକ ରମେଶ ସ୍ବାଇଁର ଠକାମୀର ଚେର ଖୋଜିବାକୁ ଜୋରଦାର ଉଦ୍ୟମ ଚଳାଇଛି କମିଶନରେଟ ପୋଲିସ।
Trending Photos
ଭୁବନେଶ୍ୱର: ରମେଶଙ୍କ ଠକାମୀ ଏବେ ମଧ୍ୟ ରହିଛି ଚର୍ଚ୍ଚାରେ। ଦିନ ଗଡିବା ସହ ରମେଶର ଠକାମୀ ନେଇ ଚର୍ଚ୍ଚା ଥମିବ କ'ଣ ତାଙ୍କ ନେଇ ଜୋର ଧରୁଛି ଚର୍ଚ୍ଚା। ପରିସ୍ଥିତି ଏଭଳି ହେଲାଣି ଯେ ରମେଶ ଓ ତାଙ୍କ ସ୍ତ୍ରୀଙ୍କ ମିଳିତ ଠକାମୀ ନେଇ ବହି ଲେଖିବାକୁ ମନସ୍ତ କଲେଣି ଲେଖକ ଲେଖିକା। ଜେଲକୁ ପୁସ୍ତକ ବଣ୍ଟନ ପାଇଁ ଯାଇଥିବା କିଛି ଲେଖିକା ରମେଶ ଓ ତାଙ୍କ ସ୍ତ୍ରୀ ବାବଦରେ ଜାଣିବା ପାଇଁ ସେମାନଙ୍କ ମନରେ ଏଭଳି ପୁସ୍ତକ ଲେଖିବାକୁ ମନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ମହିଳା ଯେଭଳି ଠକାମୀର ଶୀକର ହେଉଛନ୍ତି। ପୁସ୍ତକ ଜରିଆରେ ସେମାନଙ୍କୁ ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲେଖିକା କହିଛନ୍ତି। ସବୁଠାରୁ ବଡ କଥା ହେଲା ଜଣେ ମହିଳା ଠକାମୀରେ ପଡି ବିବାହ କରିବା ପରେ କିଭଳି ଠକ ସ୍ୱାମୀଙ୍କ ସହ ମିଶି ଅନ୍ୟ ମହିଳାଙ୍କୁ ଠକି ଚାଲିଥିଲେ ତାହା ପୁସ୍ତକରେ ଉଲ୍ଲେଖ ରହିବ । ଯଦି ସୁଯୋଗ ମିଳେ ନିଶ୍ଚିତ ଥରେ ରମେଶଙ୍କ ସହ ଜେଲରେ ଭେଟିବେ ବୋଲି କଳିଙ୍ଗ ପୁସ୍ତକ ସମ୍ପାଦିକା ରେଣୁକା ମିଶ୍ର କହିଛନ୍ତି।
ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୮ ସ୍ତ୍ରୀର ସ୍ବାମୀ ପ୍ରଖ୍ୟାତ ଠକ ରମେଶ ସ୍ବାଇଁର ଠକାମୀର ଚେର ଖୋଜିବାକୁ ଜୋରଦାର ଉଦ୍ୟମ ଚଳାଇଛି କମିଶନରେଟ ପୋଲିସ। ଯେତେ ଥର ରିମାଣ୍ଡରେ ଆଣି ଜେରା କଲେ ରମେଶର ସମ୍ପତ୍ତି ନେଇ ମିଳୁଛି ଅଧିକ ତଥ୍ୟ। ଜେରା ବେଳେ ରମେଶ ସହଯୋଗ କରୁନଥିବାରୁ ତାଙ୍କୁ ସହଯୋଗ କରି ଗିରଫ ହୋଇଥିବା ରମେଶଙ୍କ ଦ୍ବିତୀୟ ସ୍ତ୍ରୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ। ରମେଶଙ୍କ ଠକାମୀର ସବିଶେଷ ଚିଠା ଖୋଲି ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଚେଷ୍ଟା ଚଳାଇଛି ପୋଲିସ। ଏପଟେ ରମେଶଙ୍କ ଦ୍ବିତୀୟ ସ୍ତ୍ରୀକୁ ୪ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଦ୍ୱିତୀୟ ସ୍ତ୍ରୀ କମଳା ଉତ୍ତର ପ୍ରଦେଶରେ ଡାକ୍ତର ଭାବେ କାମ କରି କିଭଳି ରମେଶଙ୍କ ଠକାମୀର ଜାଲ ବୁଣୁଥିଲେ ତାହା ଜାଣିବାକୁ ଚେଷ୍ଟା କରିବ ପୋଲିସ। ଏହା ପୂର୍ବରୁ ଚାରି ଚାରି ଥର ରମେଶଙ୍କୁ ରିମାଣ୍ଡରେ ଆଣି ସାରିଛି ପୋଲିସ। ହେଲେ ରମେଶଙ୍କ ମୁହଁରୁ କିଛି ତଥ୍ୟ ଓଗାଳି ପାରୁନାହାନ୍ତି କମିଶନରେଟ ପୋଲିସର ପାୱାରଫୁଲ ଅଫିସର। ଏଥିପାଇଁ ରମେଶଙ୍କ ଗୁମରରେ ସାମିଲ ଥିବା ତାଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁଙ୍କୁ ଜେରା କରିବାକୁ ଯୋଜନା କରିଛି ପୋଲିସ। ପୂର୍ବରୁ ଅନେକ ଠକଙ୍କ ବାବଦରେ ଅନେକ ଲେଖକ ବହି ଲେଖିସାରିଛନ୍ତି। ହେଲେ ଏଭଳି ଜଣେ ଠକ ଯିଏ ଟଙ୍କା ପାଇଁ ଗୋଟାଏ ପରେ ଗୋଟାଏ ସମୁଦାୟ ୧୮ ଜଣଙ୍କୁ ବିବାହ କରିଛି ତାହା ବାବଦରେ କେହି କେବେ ଚିନ୍ତା କରିପାରିନଥିଲେ। କେବଳ ଓଡିଶାରେ ନୁହଁ ସାରା ଦେଶରେ ରମେଶଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।