କୋଭିଡ୍ କେୟାର ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା
Advertisement
Article Detail0/zeeodisha/odisha698939

କୋଭିଡ୍ କେୟାର ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା

ପ୍ରଶାସନ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଅନ୍ତିମ ସଂସ୍କାର କରାଯାଇଛି । ସ୍ବାବ୍ ରିପୋର୍ଟ ଆସିଲେ ମୃତକ କରୋନା ଆକ୍ରାନ୍ତ କି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ।

ପ୍ରତୀକାତ୍ମକ ଫଟୋ

କନ୍ଧମାଳ: କୋଭିଡ୍ କେୟାର ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା । ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଆଶ୍ରମ  ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟରରେ ଆଜି(ଶନିବାର) ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ, ଥାନା ଅଧିକାରୀ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ମୃତକଙ୍କ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ । ସେପଟେ ଯୁବକ ଜଣକ ହାଇଦ୍ରାବାଦରୁ ଆସିଥିଲେ ଏବଂ ବାଲିଗୁଡା କୋଭିଡ୍ କେୟାର ସେଣ୍ଟରକୁ ଗତ ୧୩ ତାରିଖରେ ଆସିଥିଲେ । ମୃତକଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଆଜି ଭୋର୍ ସମୟରେ ଯୁବକ ଜଣକ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । 