ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ଯୁବକ
Advertisement

ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ଯୁବକ

ରବିବାର ସକାଳେ ଗ୍ରାମର ଏକ ନାଳରେ ମହିଳା ଗାଧୋଉଥିବା ଅବସ୍ଥାରେ ସମ୍ପୃକ୍ତ ଯୁବକ ଜଣକ ଲୁଚିଲୁଚି ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ।

ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ଯୁବକ

ବୌଦ୍ଧ: ଯୁବକଙ୍କ ଏ କି ମାନସିକତା। କାହିଁକି କରୁଛି ଏଭଳି କାଣ୍ଡ। କେବେ ସୁଧୁରିବ ଯୁବକ। ଆପଣ ଭାବୁଥିବେ ଆମେ କେଉଁ ଯୁବକଙ୍କ କଥା କହୁଛୁ ଆଉ ସେ କଣ କରିଛନ୍ତି। ପଢନ୍ତୁ ପୁରା କାହାଣି ଜାଣିଯିବେ।

ମହିଳାଙ୍କ ଅଶ୍ଳୀଳ ଭିଡି଼ଓ ଉତ୍ତୋଳନ କରି ଉତ୍ତମମଧ୍ୟମ ଖାଇଲେ ଯୁବକ। କେବଳ ଛେଚା ଖାଇନାହାଁନ୍ତି ଲୋକେ ଯୁବକଙ୍କ ମୁଣ୍ଡରୁ ଚୁଟିକୁ କାଟି ସଫା କରିଦେଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଚାରିଭାଟି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ରବିବାର ସକାଳେ ଗ୍ରାମର ଏକ ନାଳରେ ମହିଳା ଗାଧୋଉଥିବା ଅବସ୍ଥାରେ ପଲଶାଗୋରା ଗ୍ରାମର ସୁଦାମ ସାହୁ ନାମକ ଯୁବକ ଜଣକ ଲୁଚିଲୁଚି ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ଏ ଘଟଣା ବାବଦରେ ମହିଳା ଜାଣିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇଁ ଗ୍ରାମବାସୀ ତାକୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ସହିତ ମୁଣ୍ଡ ଲଣ୍ଡା କରିବା ପରେ ନିଜ ଘରେ ଛାଡି ଦେଇଛନ୍ତି। ଏ ସମ୍ପର୍କରେ କଣ୍ଟାମାଳ ଥାନାରେ କୌଣସି ଖବର ନଥିବା ଥାନା ଅଧିକାରୀ କହିଛନ୍ତି। 

Also Read: ଚୋରି ଅଭିଯୋଗର ନାବାଳକକୁ ନିସ୍ତୁଡ ମାଡ଼; ୨ ଗିରଫ

ଗ୍ରାମବାସୀଙ୍କ କହିବା ମୁତାବକ ଯୁବକ ଜଣକ ପୁର୍ବରୁ ୨-୩ ଥର ଏଭଳି କାଣ୍ଡ କରି ଚର୍ଚ୍ଚାରେ ରହିଛନ୍ତି। ଯୁବକଙ୍କୁ ମାଡ ମାରିବା ଲଣ୍ଡା କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ କଣ୍ଟାମାଳ ପୋଲିସ ଘଟଣା ସମ୍ପର୍କରେ କୌଣସି ସୁରାଗ ପାଇ ପାରିନଥିବା ଅଞ୍ଚଳବାସୀଙ୍କୁ ଚକିତ କରିଛି।