ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
Trending Photos
କଟକ: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବନାହିଁ ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । କୋଭିଡକୁ ଆଖି ଆଗରେ ରଖି ଗତ ବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
Also Read: କିଏ ହେବ ମାୟାବତୀଙ୍କ ଉତ୍ତରାଧିକାରୀ, BSP ସୁପ୍ରିମୋ ନିଜେ ଦେଲେ ଜବାବ
ଏପରି ସ୍ଥିତିରେ ବାଲିଯାତ୍ରା (Baliyatra) ସମ୍ଭବ ନୁହେଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ଚଳିତ ବର୍ଷ ସଂକ୍ରମଣ କମିଥିଲେ ବି ବାଲିଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି କୁହାଯାଇଛି । ବାଲିଯାତ୍ରାରେ ରାଜ୍ୟର ଲକ୍ଷାଧିକ ଲୋକ ଏକାଠି ହୁଅନ୍ତି । ଏତେ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ହେଲେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ, ଜିଲ୍ଲା ପ୍ରଶାସନ ଏପରି ବଡ ନିଷ୍ପତ୍ତି ନେଇଛି ।