ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେଲେ Anubhav ଓ Varsha
Advertisement

ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେଲେ Anubhav ଓ Varsha

ସେଥିପାଇଁ ପୁଣି ଆସନ୍ତା ୧୪ ତାରିଖ କାଉନସିଲେସନ୍ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଆଇନଗତ ଦିଗରେ ନ୍ୟାୟ ଓ ସତ୍ୟର ଜୟ ହେଉ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେଲେ Anubhav ଓ Varsha

ଜଗନ୍ନାଥ ପାତ୍ର, କଟକ:  ପ୍ରଥମ ଥର କୋର୍ଟରେ ସାମ୍ନାସାମ୍ନି ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଓ ପତ୍ନୀ ତଥା ଓଲିଉଡ୍ ନାୟିକା ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) । ଆଜି ପାରିବାରିକ ଅଦାଲତର ମଧ୍ୟସ୍ଥତା କେନ୍ଦ୍ରରେ କାଉନସିଲେସନ୍ ପ୍ରକ୍ରିୟାରେ ଉଭୟ ସାମିଲ ହୋଇଥିଲେ । ତେବେ ସେଠାରେ ସେଭଳି କୌଣସି ସୁଫଳ ନ ମିଳିବାରୁ ପୁଣି ଆସନ୍ତା ୧୪ ତାରିଖ କାଉନସିଲେସନ୍ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ବର୍ଷାଙ୍କ ଓକିଲ।  

ଓଲିଉଡ (Ollywood) ର ହିଟ ଯୋଡିଙ୍କୁ ପ୍ରଥମ କରି ସାମ୍ନାସାମ୍ନି ହେବାକୁ ପଡିଛି କୋର୍ଟରେ । ଉଭୟ ଆଜି ପାରିବାରିକ ଅଦାଲତର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ । କାଉନସିଲେଟରଙ୍କ ଦ୍ୱାରା ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର ଏ ଉଦ୍ୟମ ବିଫଳ ହୋଇଥିଲା । ସେଥିପାଇଁ ପୁଣି ଆସନ୍ତା ୧୪ ତାରିଖ କାଉନସିଲେସନ୍ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଆଇନଗତ ଦିଗରେ ନ୍ୟାୟ ଓ ସତ୍ୟର ଜୟ ହେଉ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

Also Read: ଗର୍ଭବତୀ ନେବେ କୋରୋନା ସଞ୍ଜିବନୀ: ଜାଣନ୍ତୁ ତାରିଖ...

ବର୍ଷାଙ୍କ ପକ୍ଷ ନଶୁଣି ବିବାହ ବିଚ୍ଛେଦ ମାମଲାର ରାୟ ପ୍ରକାଶ କରିବାକୁ ଅନୁଭବ ଦାୟର କରିଥିବା ଆବେଦନ ଉପରେ କଟକ ଫାମିଲି କୋର୍ଟ (Family Court) ରେ ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ବର୍ଷାଙ୍କ ପକ୍ଷରୁ ଏହାର ଜବାବ ଦାଖଲ କରାଯାଇଥିଲା । ଏହି ଆବେଦନ ଉପରେ କୌଣସି ଶୁଣାଣି ନ କରିବାକୁ ଅନୁଭବଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । କୋର୍ଟ ଏହାକୁ ଗ୍ରହଣ କରି ବିବାଦ ବିଚ୍ଛେଦ ମାମଲାର ଶୁଣାଣି ଜାରି ରଖିବାକୁ ସ୍ଥିର କରିଛନ୍ତି ।

Also Read: ସାରିଦିଅନ୍ତୁ ସବୁ କାମ: July ରେ ୧୫ ଦିନ ଝୁଲିବ Bank ରେ ତାଲା

ପୂର୍ବରୁ ଅନେକ ଥର କାଉନସିଲେସନ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ କେହି ନା କେହି ଅନୁପସ୍ଥିତ ରହୁଥିଲେ । ତେବେ ପ୍ରଥମ ଥର ଉଭୟ ଏକାଠି ଉପସ୍ଥିତ ରହିବାରୁ ମାମଲାର ତ୍ୱରିତ ବିଚାର ସମ୍ଭବ ହୋଇପାରେ ବୋଲି ଆଶା କରାଯାଉଛି ।