ଗର୍ଭବତୀ ନେବେ କୋରୋନା ସଞ୍ଜିବନୀ: ଜାଣନ୍ତୁ ତାରିଖ...
Advertisement
Article Detail0/zeeodisha/odisha938844

ଗର୍ଭବତୀ ନେବେ କୋରୋନା ସଞ୍ଜିବନୀ: ଜାଣନ୍ତୁ ତାରିଖ...

ବର୍ତ୍ତମାନ ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ହିଁ ଦିଆଯିବ। ଖୁବଶୀଘ୍ର ଏନେଇ ଗାଇଡ୍ ଲାଇନ୍ ଜାରି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଗର୍ଭବତୀ ନେବେ କୋରୋନା ସଞ୍ଜିବନୀ: ଜାଣନ୍ତୁ ତାରିଖ...

ଭୁବନେଶ୍ୱର:  ଏଥର ଗର୍ଭବତୀଙ୍କ ପାଳି । ଦୀର୍ଘ ଦିନର ଦ୍ବନ୍ଦ୍ୱ ପରେ ଶେଷରେ ଗର୍ଭବତୀଙ୍କୁ କୋଭିଡ୍ ଟିକା ଦେବା ନେଇ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ସରକାର ଗ୍ରୀନ ସିଗନାଲ୍ ଦେବା ପରଠାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ତେବେ ଆସନ୍ତା ୧୫ ତାରିଖରୁ ଗର୍ଭବତୀଙ୍କୁ ଟିକାଦାନ କରିବା ଲାଗି ପ୍ରସ୍ତୁତି କରାଯାଇଥିବା ବେଳେ କେଉଁଠି କେଉଁ ଟିକା ଦିଆଯିବ ସ୍ପଷ୍ଟ ହୋଇଛି ।  ଏନେଇ ବିଭାଗ ପକ୍ଷରୁ ଖୁବଶୀଘ୍ର ଗାଇଡ୍ ଲାଇନ୍ ଜାରି କରାଯିବ ବୋଲି କୁହାଯାଇଛି ।

ଗର୍ଭବତୀଙ୍କୁ ଟିକା ଦେବେ ତାଲିମପ୍ରାପ୍ତ ଭ୍ୟାକ୍ସିନେଟର । ରାଜ୍ୟରେ ଆସନ୍ତା ୧୫ ତାରିଖରୁ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ।  ବର୍ତ୍ତମାନ ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ହିଁ ଦିଆଯିବ। ଖୁବଶୀଘ୍ର ଏନେଇ ଗାଇଡ୍ ଲାଇନ୍ ଜାରି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ୧୫ ତାରିଖ ପୂର୍ବରୁ ANM, ଆଶା, ଅଙ୍ଗନବାଡି (Anganwadi) ଓ ସ୍ୱାସ୍ଥ୍ୟକର୍ମୀ (Health Workers) ମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସେହିପରି କୋଭିଡ୍ ମୁକାବିଲା ଲାଗି ରାଜ୍ୟରେ ସର୍ଭିଲାନ୍ସ ଓ ଟ୍ରିଟମେଣ୍ଟ ଚାଲିଥିବା ବେଳେ ଏବେ ସୁଦ୍ଧା କମ୍ୟୁନିଟିରେ ଭାଇରସ ରହିଥିବା ବିଭାଗ କହିଛି । 

Also Read: ସାରିଦିଅନ୍ତୁ ସବୁ କାମ: July ରେ ୧୫ ଦିନ ଝୁଲିବ Bank ରେ ତାଲା

ସେହି ନିର୍ଦ୍ଦିଷ୍ଟ ଜିଲ୍ଳା ଗୁଡ଼ିକରେ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢାଇବା ସହ କେନ୍ଦ୍ରୀୟ ଟିମ୍ ଏବେ ବି ବୁଲୁଛନ୍ତି । ତେବେ ବଡ଼ କଥା ହେଲା ସଂକ୍ରମଣ ଧୀରେ ଧୀରେ କମୁଛି ଏବଂ ଆତଙ୍କିତ ହେବାର ନାହିଁ ବୋଲି ଆଶ୍ବାସନା ଦେଇଛି ବିଭାଗ । ସେପଟେ ଭୁବନେଶ୍ବର ଓ ଅନ୍ୟ ଜିଲ୍ଲାରେ ବଢୁଥିବା ସଂକ୍ରମଣ (Corona Infection)କୁ ନେଇ ଟେଷ୍ଟିଂ ବଢିଥିବା ବେଳେ ଟିପିଆର ବଢିନଥିବା ଡିଏମଇଟି କହିଛନ୍ତି । କେବଳ ଓଡ଼ିଶାରେ ନୁହେଁ ଭାରତର ଅନେକ ଜିଲ୍ଲାରେ ଏପରି ସ୍ଥିତି। ତେଣୁ ଏହି ସଂଖ୍ୟା ବଢିବା ନେଇ ଭୟଭୀତ ହେବା ଦରକାର ନାହିଁ । ଉପକୂଳ ଜିଲ୍ଳା ଗୁଡ଼ିକୁ ଫୋକସରେ ରଖି ୩ ମାସିଆ ସର୍ଭିଲାନ୍ସ ଚାଲିଥିବା କହିଛନ୍ତି । 

Also Read: ଫେଲ ହୋଇଛି ଭିକ୍ଷୁକ ଥଇଥାନ ଅଭିଯାନ; ଫେରିଯିବାକୁ ବସିଛି ସରକାରୀ ଅନୁଦାନ

ଅନ୍ୟପଟେ ଭୁବନେଶ୍ୱର (Bhubaneswar ) ରେ ଏଯାବତ ୧୫ ଲକ୍ଷ ଡୋଜ୍ ଟିକା ଦିଆସରିଛି । ବିଭିନ୍ନ ପର୍ଯ୍ୟାୟରେ ଟିକାକରଣ ଚାଲିଥିବା ବେଳେ ଗର୍ଭବତୀଙ୍କୁ ସ୍ୱତନ୍ତ୍ର ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରସ୍ତୁତ ହେଉଛି ବିଏମସି। ତେବେ ରାଜ୍ୟରେ ଶୁକ୍ରବାର ସକାଳେ ୧ଲକ୍ଷ ୭୩ ହଜାର କୋଭାକ୍ସିନ ଟୀକା ପହଞ୍ଚିଛି । ସାରା ରାଜ୍ୟରେ ଟିକା ଅଭାବରୁ ୫ ଜିଲ୍ଲାରେ ଟିକାକରଣ (Corona Vaccination) ବନ୍ଦ ରହିଛି । ଆଗାମୀ ସପ୍ତାହରେ ଟିକା ଆସିଲେ ଅଭାବ ପୂରଣ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।