ସୌଖିନ ସାମ୍ରାଜ୍ୟର ରାଜା ଥିଲା ଲାଲା
Advertisement

ସୌଖିନ ସାମ୍ରାଜ୍ୟର ରାଜା ଥିଲା ଲାଲା

IIFL Loot: ଦରମା ମାତ୍ର ୨୫ ହଜାର । ମାତ୍ର ଏକାଉଣ୍ଟରେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ। 

ସୌଖିନ ସାମ୍ରାଜ୍ୟର ରାଜା ଥିଲା ଲାଲା

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: IIFL Loot: ଦରମା ମାତ୍ର ୨୫ ହଜାର । ମାତ୍ର ଏକାଉଣ୍ଟରେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ। ଏପରିକି ବ୍ୟବହାର କରୁଥିଲା ଦାମି ଅଡି କାର। ତା ସହିତ ଚକାଚକ୍‌ ବୁଲେଟ। ବିଭିନ୍ନ ସ୍ଥାନକୁ ବୁଲି କେଇଟା ମିନିଟ ମଧ୍ୟରେ ଖର୍ଚ୍ଚ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ୧୨ଟି ଏକାଉଣ୍ଟରେ ଚାଲିଥିଲା ଟ୍ରାନଜାକ୍ସନ। ପୁରା ସୌଖିନ ରହିଥିଲା ଲାଇଫ ଷ୍ଟାଇଲ। ଏ ଭଳି କିଛି ଲାଇଫ ଷ୍ଟାଇଲରେ ଜୀବନ ବିତାଉଥିଲା ଆଇଆଇଏଫଏଲ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଲାଲା ଅମ୍ରିତ ରାୟ ।

ଲାଲା ଅମ୍ରିତ ରାୟ । ଲାଲା ନାମରେ ବେଶ ପରିଚିୟ । ଲାଲା ଏହି ସମସ୍ତ ଅମାପ ସମ୍ପତ୍ତି କରିଛି ସାଧାରଣ ଲୋକ ଟିଏ ବନ୍ଧକ ରଖୁଥିବା ସୁନା ଗହଣାକୁ ନେଇ । କମିଶନରେଟ ପୋଲିସର ସୂଚନା ମୁତାବକ ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୨୦୧୧ମସିହାରୁ ସୁନା ହେରଫେର କରି କଳାଧନ ସଂମ୍ପର୍ତ୍ତି ଠୁଳ କରିବାର ମୂଳ ମନ୍ତ୍ର ଗ୍ରହଣ କରିଥିଲା । ପୂର୍ବ କମ୍ପାନୀ ମାନାପୁରମ ଗୋଲ୍ଡ ଲୋନ ସଂସ୍ଥାରେ ଆରମ୍ଭ କରିଥିଲା ଟଙ୍କା ରୋଜଗାର କଳା ବାଟ । ଏହାପରେ ବର୍ତ୍ତମାନ ଆଇ ଆଇ ଏଫ ଏଲ ଅର୍ଥ ଲଗାଣ କାରୀ ସଂସ୍ଥାରେ ବି ନିଜର ହେରଫେର ବାଟ ଛାଡି ନଥିଲା ।

ମନାପୁରମରେ ବି ସୁନା ହେରଫେରରେ ଧରାପଡିଥିଲା ଲାଲା ଅମ୍ରିତ ରାୟ । ଏଥିରେ ଲାଲା ଅମ୍ରିତ ସହିତ ନିଜ ଭାଇ ଲାଲା ରଞ୍ଜନ ରାୟର ମଧ୍ୟ ରହିଥିଲା ସହଯୋଗ । ଧରାପଡିବା ପରେ ଥାନା କଚେରୀ ଯାଏଁ ମାମଲା ପହଞ୍ଚିଥିଲା । ମାତ୍ର ଅମ୍ରିତ ଏତେ ଚତୁର ଯେ ନିଜର ଏହି ମାମଲା ଗୁଡିକକୁ ନ ଦର୍ଶାଇ ଆଇ ଆଇ ଏଫ ଏଲ ସଂସ୍ଥାରେ ଏଣ୍ଟ୍ରି ମାରିଥିଲା । ସେଠାରେ ବି ପ୍ରତିଟି ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା ସହିତ ଋଣର ଲୋଭ ଦେଖାଇ ସୁନା ଗହଣା ବନ୍ଦକ ରଖିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିଲା । ଏହି ସମସ୍ତ ସୁନା ଗହଣା କୁ ନେଇ ଆଉ ଏକ ବ୍ରାଞ୍ଚରେ ପୁଣି ବନ୍ଧକ ରଖି ଟଙ୍କା ହଡପ କରୁଥିଲା ଲାଲା ଅମ୍ରିତ । ଏପିରିକି ଅଡିଟ ସମୟରେ ନକଲି ସୁନା ରଖି ପ୍ରତିଟି ସମୟରେ ଖସି ଯାଉଥିଲା ଅମ୍ରିତ ।

ଲାଲା ଅମ୍ରିତ ମ୍ୟାନେଜର ମାନଙ୍କୁ ଏମିତି ଭରସା ଯୋଗ୍ୟ ହେଉଯାଉଥିଲା ଯେ ବ୍ରାଞ୍ଚର ସମସ୍ତ ଦାୟିତ୍ୱ ସେ ନେଇଯାଉଥିଲା । ଏପିରିକି ଡିଜି ଲକର ଭଳି ଦାୟିତ୍ୱ ବି ନିଜେ ନେଉଥିଲା । ଯାହାଫଳରେ ସୁନା ହେରଫେର କରିବାରେ ସହଜ ହେଉଥିଲା । ମାତ୍ର ଆଇଆଇଏଫଏଲରେ ଯେତେବେଳେ ନୂଆ ଅଡିଟର ଆସିବା ପରେ ଅମ୍ରିତ କୌଣସି ଖସିବାର ବାଟ ମିଲିନଥିଲା । ଏଥିପାଇଁ ଲକରରେ ସୁନାର ପରିମାଣ କମ ରହିଥିବାରୁ ଲୁଟର କାହାଣୀ ରଚାଇ ଲାଲା ଅମ୍ରିତ ମ୍ୟାନେଜର ଦ୍ୱାରା ଏତଲାରେ ଅଧିକ ସୁନା ଲୁଟ ଦର୍ଶାଇଥିଲା । ଯାହାଫଳରେ ନିଜର କାଳାକାରାନାମା କେହି ଜାଣିପାରିବେ ନାହିଁ । ମାତ୍ର ଲାଲା ଅମ୍ରିତ ର ୧୦ ବର୍ଷ ଧରି ଚାଲାଇଥିବା ଏହି ହେରଫେର ଏବେ ପୋଲିସ ହାତରେ ଲାଗିଛି ।

ପୋଲିସ ହାତରେ ଚିଠା ଲାଗିବା ପରେ ଲାଲା ଅମ୍ରିତ ରାୟର ସଂମ୍ପୃର୍ଣ୍ଣ କାହାଣୀ ଏବେ ପଦାକୁ ଆସିଛି । ଏଥିସହ ବିଲାଶପୃର୍ଣ୍ଣ ଲାଇଫ ଷ୍ଟାଇଲ୍‌ କଥା ସାମ୍ମନାକୁ ଆସିଛି । ଏବେ ବି ପୋଲିସ ହାତରେ ଲାଲା ଅମ୍ରିତର ସମ୍ପତ୍ତି ତାଲିକା ବଢିବାରେ ଲାଗୁଛି । ୧୨ଟି ଏକଉଣ୍ଟରୁ ଲକ୍ଷ୍ୟାଧିକ ଟଙ୍କାର ଟ୍ରାନଜାକ୍ସନ ମଧ୍ୟ ଧରା ପଡିଛି ।