Jimmy Carter Passes Away: ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର
Advertisement
Article Detail0/zeeodisha/odisha2581135

Jimmy Carter Passes Away: ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର

ଜିମି କାର୍ଟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି । ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଜିମି କାର୍ଟର ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଥିଲେ ।

Jimmy Carter Passes Away: ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର

Jimmy Carter Passes Away: ଯୁକ୍ତରାଷ୍ଟ୍ର ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ଜର୍ଜିଆ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜିମି କାର୍ଟର ।

ଜିମି କାର୍ଟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି । ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଜିମି କାର୍ଟର ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିରନ୍ତର ପରିଶ୍ରମ କରିଥିଲେ। ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ କରିବାରେ ଜିମି କାର୍ଟରଙ୍କ ଅବଦାନ ଅତୁଳନୀୟ। ଜିମି କାର୍ଟର ବିୟୋଗରେ ତାଙ୍କ ପରିବାରବର୍ଗ ତଥା ଆତ୍ମୀୟଙ୍କୁ ହୃଦୟରୁ ସମବେଦନା ଜଣାଇଛନ୍ତି ମୋଦୀ ।

ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ଜିମି ମୋର ଜଣେ ଭଲ ବନ୍ଧୁ ଥିଲେ ବୋଲି ବାଇଡେନ ସୋସିଆଲ ମିଡିଆରେ ଲେଖିଛନ୍ତି । ଆମେରିକୀୟଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଜିମି କାର୍ଟର ଅନେକ କିଛି କରିଥିଲେ ତେଣୁ ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ ବୋଲି ଟ୍ରମ୍ପ ଲେଖିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଜିମି କାର୍ଟର ଜର୍ଜିଆର ପ୍ଲେନ୍ସରେ ଜନ୍ମଗ୍ରହଣ କରିଥିଲେ । ଜନସେବା ପ୍ରତି ତାଙ୍କର ଥିବା ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରାଇଥିଲା। ରାଷ୍ଟ୍ରପତି ଦାୟିତ୍ୱ ମିଳିବା ପୂର୍ବରୁ ଜର୍ଜିଆର ରାଜ୍ୟପାଳ ଦାୟିତ୍ୱରେ ଥିଲେ ଜିମି ।  ୧୯୭୭ରୁ ୧୯୮୧ ମସିହା ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ ଜିମି । ୧୯୮୨ମସିହାରେ ସେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ ।  ୨୦୦୨ ମସିହାରେ ଜିମି କାର୍ଟରଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା । ଗତବର୍ଷରୁ ଜିମି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିଲେ ।

Also Read- Baba Ramdev Tips: କିଡନୀ ସମସ୍ୟାରୁ ପାଇବେ ଆରାମ, ଆପଣାନ୍ତୁ ସ୍ୱାମୀ ରାମଦେବଙ୍କ ଏହି ଟିପସ୍

Also Read- Weather Update: ବର୍ଷା ପରେ ଥଣ୍ଡା ପବନ, ସତର୍କ ସୂଚନା ଜାରି କଲା IMD