ବାରବାଟୀରେ 'ବିରାଟ' ଷ୍ଟାଇଲ
Advertisement
Article Detail0/zeeodisha/odisha613756

ବାରବାଟୀରେ 'ବିରାଟ' ଷ୍ଟାଇଲ

ଟସଂ ଜିତି ବୋଲିଂ କରୁଛି ଭାରତ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଟକ: ଚାଲିଛି ଭାରତ-ୱେଷ୍ଟ ଇଣ୍ଡିଜ ତୃତୀୟ ତଥା ଅନ୍ତିମ ଦିନିକିଆ । ଖଚାଖଚ ବାରବାଟୀ । ଦୁଲୁକୁଛି ଷ୍ଟାଡିୟମ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଘରୋଇ ଦଳ । ପୂର୍ବରୁ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ ସିରିଜ ବରାବର ଅଛନ୍ତି । 

ଆଜି ନିର୍ଣ୍ଣାୟକ ମ୍ୟାଚ । ଏହି ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷରେ ଉଭୟ ଦଳ । ଭରତ ପକ୍ଷରୁ ନବଦୀପ ସାଇନି ମ୍ୟାଚରେ ଡେବ୍ୟୁ କରିଛନ୍ତି । କୋହଲି ତାଙ୍କୁ କ୍ୟାପ ଦେଇ ସ୍ୱାଗତ କରିଛନ୍ତି । ସାଇନିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । 

ଇତିହାସ ରଚିବ ବାରବାଟୀ

୨୫ ବର୍ଷୀୟ କୁଲଦୀପଙ୍କୁ ଅପେକ୍ଷା କରିଛି ରେକର୍ଡ । ଯଦି ରବିବାର ବାରବାଟୀ ଷ୍ଟାଡ଼ିୟମରେ ଗୋଟିଏ ୱିକେଟ୍ ନିଅନ୍ତି ତେବେ ଦିନିକିଆ କ୍ରିକେଟରେ ୧୦୦ ୱିକେଟ୍ ନେବାରେ ସେ ୨୨ତମ ଭାରତୀୟ ବୋଲର ହେବେ।  କୁଲଦୀପ ଏଯାଏଁ ୫୪ଟି ଦିନିକିଆରୁ ୯୯ଟି ୱିକେଟ୍ ନେଇଛନ୍ତି । ଏବେ ଏହି ରେକର୍ଡ଼ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାମରେ ରହିଛି । ଏହା ସହିତ କୁଲଦୀପ ୧୦୦ ୱିକେଟ୍ ନେବାରେ ଅଷ୍ଟମ ଭାରତୀୟ ସ୍ପିନର ହୋଇଯିବେ।

ସେହଭଳି ରେକର୍ଡ ଅପେକ୍ଷାରେ ଅଛନ୍ତି  ରୋହିତ ଶର୍ମା । ଦ୍ଵିତୀୟ ମ୍ୟାଚରେ ୧୫୯ ରନ୍ କରିଥିବା ରୋହିତ ଶର୍ମା ସମସ୍ତ ଫର୍ମାଟରେ ସର୍ବାଧିକ ରନ୍ କରିବା ମାମଲାରେ ଓପନିଂ ବ୍ୟାଟ୍ସ ମ୍ୟାନ ସନତ ଜୟସୁରିୟାଙ୍କ ରେକର୍ଡଠୁ ମାତ୍ର ୯ ରନ ପଛରେ ଅଛନ୍ତି ।

କୋହଲି ଏଠାରେ ଖେଳିଥିବା ମୋଟ୍ ୪ଟି ମ୍ୟାଚରୁ ମାତ୍ର ୩୪ ରନ କରିଛନ୍ତି । ତେଣୁ  ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ କୋହଲି ଏହି ପଡ଼ିଆରେ ନିଜର ପ୍ରଦର୍ଶନ ସୁଧାରିବାକୁ ପ୍ରୟାସ କରିବେ।  ନିଜ ପାଇଁ ‘ଅନଲକି’ ଥିବା ବାରବାଟୀ ମଇଦାନରେ  କରିସ୍ମା ଦେଖାଇ ପାରନ୍ତି କୋହଲି । ଟସ୍ ବେଳୁ କୋହଲିଙ୍କ ବଡି ଲାଙ୍ଗୁଏଜ କହୁଥିଲା, ବାରବାଟୀ ମ୍ୟାଚକୁ ନେଇ ସେ ବି କେତେ ଉତ୍ସାହିତ ଅଛନ୍ତି । 

ମୋଟାମୋଟି ଭାବେ ବାରବାଟୀ ଷ୍ଟାଡ଼ିୟମରେ ଭାରତୀୟ କ୍ରିକେଟ୍ ଦଳର ରେକର୍ଡ ଉତ୍ସାହଜନକ ରହିଛି। ଭାରତୀୟ ଦଳର ଏଠାରେ ମୋଟ୍ ୧୮ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି । ଏଥିରୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ୧୬ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସବୁଥିରେ ଭାରତୀୟ ଦଳ ବିଜୟୀ  ହୋଇଛି । ବାରବାଟୀ ଗ୍ରାଉଣ୍ଡ ଟିମ୍ ଇଣ୍ଡିଆର ଫେଭରରେ ରହିଥିବା ବେଳେ ରେକର୍ଡ ଭାରତ ସପକ୍ଷରେ ରହିଛି ।

ଆହୁରି ପଢନ୍ତୁ; କଟକରେ କ୍ରିକେଟ ଯାତ୍ରା