କଟକରେ କ୍ରିକେଟ ଯାତ୍ରା
Advertisement
Article Detail0/zeeodisha/odisha613717

କଟକରେ କ୍ରିକେଟ ଯାତ୍ରା

ଖଚାଖଚ ବାରବାଟୀ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସମସ୍ତ ଅପେକ୍ଷାର ଅନ୍ତ । ଆଜି ବାରବାଟୀ ମ୍ୟାଚ । ଫ୍ୟାନ୍ସଙ୍କ ଭିତରେ ଭରପୁର ଉତ୍ସାହ । ଇଣ୍ଡିଆ ଜର୍ସି ସହ ହାତରେ ତ୍ରୀରଙ୍ଗା । ସେଲିବ୍ରେସନ ମୁଡରେ କଟକିଆ । ମ୍ୟାଚ ପୂର୍ବରୁ ଏଭଳି କିଛି ଦୃଶ୍ୟ ସାମନାକୁ ଆସିଛି । ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ ମ୍ୟାଚକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି । 

ସୁପର ସଣ୍ଡେରେ ବାରବାଟୀରେ ମହା ବ୍ୟାଟେଲ୍ । କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ  ଆଜି କ୍ରିକେଟ ଷ୍ଟାର ରଚିବେ ଇତିହାସ । ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଚଉକା ଛକା ବର୍ଷାରେ ବିଭୋର ହେବେ କ୍ରିକେଟ ପ୍ରେମୀ । ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିଟି ବଡ଼ ସଟ୍ ପରେ, ଫୁଟିବ ବାଣ, ବାଜିବ ଗୀତ ।  

ଏକ ଦିବସୀୟ କ୍ରିକେଟରେ ଦ୍ରୁତତମ ୧୦ ହଜାର ରନ ପୂରଣ କରିଥିବା କ୍ୟାପଟେନ କୋହଲିଙ୍କ ବ୍ୟାଟ୍ ଏହି ଶୃଙ୍ଖଳାରେ କିନ୍ତୁ ଶାନ୍ତ ରହିଛି। ଚେନ୍ନାଇରେ ଚାରି ରନ କରିଥିବା ବେଳେ ବିଶାଖାପାଟଣାରେ ସେ ଖାତା ଖୋଲି ପାରିନଥିଲେ କୋହଲି। ବାରବାଟୀରେ ଏ ପର୍ଯ୍ୟନ୍ତ ସେ ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ବାରବାଟୀ ମ୍ୟାଚ ପାଇଁ ୮୦ ପ୍ଲାଟୁନ ପୋଲିସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ବୋଲି ପୂର୍ବରୁ ପୋଲିସ ପକ୍ଷରୁ କୁହାଯାଇଛି ।  ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍ ଜିତିଥିବା ବେଳେ ବିଶାଖାପାଟଣାରେ ଭାରତୀୟ ଟିମ୍ ବିଜୟ ହୋଇଥିବାରୁ ତିନି ମ୍ୟାଚର ଶୃଙ୍ଖଳା ଏବେ ଏବେ ୧-୧ରେ ରହିଛି ।

fallback

କାହାକୁ ଅପେକ୍ଷା କରିଛି କେଉଁ ରେକର୍ଡ ?

ଇତିହାସ ରଚିବ ବାରବାଟୀ । ୨୫ ବର୍ଷୀୟ କୁଲଦୀପଙ୍କୁ ଅପେକ୍ଷା କରିଛି ରେକର୍ଡ . ଯଦି ରବିବାର ବାରବାଟୀ ଷ୍ଟାଡ଼ିୟମରେ ଗୋଟିଏ ୱିକେଟ୍ ନିଅନ୍ତି ତେବେ ଦିନିକିଆ କ୍ରିକେଟରେ ୧୦୦ ୱିକେଟ୍ ନେବାରେ ସେ ୨୨ତମ ଭାରତୀୟ ବୋଲର ହେବେ।  କୁଲଦୀପ ଏଯାଏଁ ୫୪ଟି ଦିନିକିଆରୁ ୯୯ଟି ୱିକେଟ୍ ନେଇଛନ୍ତି । ଏବେ ଏହି ରେକର୍ଡ଼ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାମରେ ରହିଛି । ଏହା ସହିତ କୁଲଦୀପ ୧୦୦ ୱିକେଟ୍ ନେବାରେ ଅଷ୍ଟମ ଭାରତୀୟ ସ୍ପିନର ହୋଇଯିବେ।

ସେହଭଳି ରେକର୍ଡ ଅପେକ୍ଷାରେ ଅଛନ୍ତି  ରୋହିତ ଶର୍ମା । ଦ୍ଵିତୀୟ ମ୍ୟାଚରେ ୧୫୯ ରନ୍ କରିଥିବା ରୋହିତ ଶର୍ମା ସମସ୍ତ ଫର୍ମାଟରେ ସର୍ବାଧିକ ରନ୍ କରିବା ମାମଲାରେ ଓପନିଂ ବ୍ୟାଟ୍ସ ମ୍ୟାନ ସନତ ଜୟସୁରିୟାଙ୍କ ରେକର୍ଡଠୁ ମାତ୍ର ୯ ରନ ପଛରେ ଅଛନ୍ତି ।

କୋହଲି ଏଠାରେ ଖେଳିଥିବା ମୋଟ୍ ୪ଟି ମ୍ୟାଚରୁ ମାତ୍ର ୩୪ ରନ କରିଛନ୍ତି । ତେଣୁ  ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ କୋହଲି ଏହି ପଡ଼ିଆରେ ନିଜର ପ୍ରଦର୍ଶନ ସୁଧାରିବାକୁ ପ୍ରୟାସ କରିବେ।  ନିଜ ପାଇଁ ‘ଅନଲକି’ ଥିବା ବାରବାଟୀ ମଇଦାନରେ  କରିସ୍ମା ଦେଖାଇ ପାରନ୍ତି କୋହଲି ।

ମୋଟାମୋଟି ଭାବେ ବାରବାଟୀ ଷ୍ଟାଡ଼ିୟମରେ ଭାରତୀୟ କ୍ରିକେଟ୍ ଦଳର ରେକର୍ଡ ଉତ୍ସାହଜନକ ରହିଛି। ଭାରତୀୟ ଦଳର ଏଠାରେ ମୋଟ୍ ୧୮ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି । ଏଥିରୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ୧୬ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସବୁଥିରେ ଭାରତୀୟ ଦଳ ବିଜୟୀ  ହୋଇଛି । ବାରବାଟୀ ଗ୍ରାଉଣ୍ଡ ଟିମ୍ ଇଣ୍ଡିଆର ଫେଭରରେ ରହିଥିବା ବେଳେ ରେକର୍ଡ ଭାରତ ସପକ୍ଷରେ ରହିଛି ।

ଆହୁରି ପଢନ୍ତୁ; ଖେଳାଳୀଙ୍କ ମନ ଛୁଇଁଲା ଓଡ଼ିଆ ଚକୁଳି, ସନ୍ତୁଳା ଆଉ ମଣ୍ଡାପିଠା