ଓଡ଼ିଆ ପୁଅ ଶିବ ପ୍ରସାଦଙ୍କ ‘THE LAST WINDOW’କୁ ଜାତୀୟ ସ୍ତରରେ ସୁନାମ
Advertisement
Article Detail0/zeeodisha/odisha923463

ଓଡ଼ିଆ ପୁଅ ଶିବ ପ୍ରସାଦଙ୍କ ‘THE LAST WINDOW’କୁ ଜାତୀୟ ସ୍ତରରେ ସୁନାମ

 ମହାମାରୀ ରକୋରୋନା କାଳରେ ଯାହାକୁ ହୃଦୟଙ୍ଗମ କରୁଛନ୍ତି ଲୋକେ । ଏହି ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ରକୁ ଏବେ ଜାତୀୟ ସ୍ତରରେ ମିଳିଛି ସୁନାମ । ଏହି ସୁନାମ ଆଣିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିବା ଓଡି଼ଆ ପୁଅ ଶିବ ପ୍ରସାଦ ପରିଡା ।

 

ଓଡ଼ିଆ ପୁଅ ଶିବ ପ୍ରସାଦଙ୍କ ‘THE LAST WINDOW’କୁ ଜାତୀୟ ସ୍ତରରେ ସୁନାମ

ଜଗନ୍ନାଥ ପାତ୍ର, କଟକ: କଂକ୍ରିଟ ଜଙ୍ଗଲ ମଧ୍ୟରେ ଉଭାନ ହୋଇଛି ସବୁଜିମା ।  ଯାହା ଫଳରେ ପରିବେଶ ସନ୍ତୁଳନ ହରାଇଛି । ଜଙ୍ଗଲ କ୍ଷୟ ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ।  ପ୍ରଦୂଷିତ ହେଉଛି ପରିବେଶ । ଜନବସତି ପାଇଁ ବଳି ପଡୁଛି ଗଛ । ଯାହାର ପ୍ରଭାବରେ ଏବେ ଦେଖାଦେଉଛି ବାୟୁ ପ୍ରଦୂଷଣ ଓ ଅମ୍ଳଜାନର ଅଭାବ । ଏବେ ମହାମାରୀ ରକୋରୋନା କାଳରେ ଯାହାକୁ ହୃଦୟଙ୍ଗମ କରୁଛନ୍ତି ଲୋକେ । ଏହି ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ରକୁ ଏବେ ଜାତୀୟ ସ୍ତରରେ ମିଳିଛି ସୁନାମ । ଏହି ସୁନାମ ଆଣିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିବା ଓଡି଼ଆ ପୁଅ ଶିବ ପ୍ରସାଦ ପରିଡା ।

ପରିବେଶ (Climet) ରୁ ଉଭାନ ହେଉଛି ସବୁଜିମା । ଜନବସତି ଯୋଗୁଁ ବୃଦ୍ଧି ପାଇଛି କଂକ୍ରିଟ ଜଙ୍ଗଲ । ଯାହାଫଳରେ ପରିବେଶରେ ରହୁନାହିଁ ସନ୍ତୁଳନ । ଏବେ ମହାମାରୀ କୋରୋନା (Corona Pandemic) ସ୍ଥିତିରେ ପ୍ରତିଟି ଲୋକେ ଅମ୍ଳଜାନର ଅଭାବ ଅନୁଭବ କରୁଛନ୍ତି । ଏ ସବୁକୁ ନେଇ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘THE LAST WINDOW’ଏବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଦେଶରୁ ଆସିଥିବା ୧୩୦ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଚଳଚ୍ଚିତ୍ର (Short Film) ମଧ୍ୟରୁ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଚତୁର୍ଥ ସ୍ଥାନ ହାସଲ କରିଛି ।

Also Read: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳ, ମାଟ୍ରିକ ମାର୍କ ମାପଦଣ୍ଡ

ପ୍ରଥମ କରି ଜାତୀୟ ସ୍ତର ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଚିନ୍ତା କରିଥିଲେ ଶିବ ପ୍ରସାଦ । ଗଛ ଅବକ୍ଷୟ ଓ ବାୟୁ ପ୍ରଦୂଷଣକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଶିବ ପ୍ରସାଦ। ୫ ଦିନରେ କେନ୍ଦୁଝର ,ଯାଜପୁର, ଢେଙ୍କାନାଳ ଆଜି ସ୍ଥାନକୁ ବୁଲି ୫ ମିନିଟ ୧୦ ସେକେଣ୍ଡର  ଫିଲ୍ମ‘THE LAST WINDOW’ ପ୍ରସ୍ତୁତ କରିଥିଲେ । ବିନା ଭଏସ ଓଭରରେ କଥାବସ୍ତୁକୁ ବୁଝାଇବା ବଡ ଚ୍ୟାଲେଞ୍ଜ ଥିବା କୁହନ୍ତି ଶିବ ପ୍ରସାଦ । ‘THE LAST WINDOW’ର ସଫଳତା ପରେ ଏବେ କ୍ୟାନ୍ସର ଉପରେ ଆଧାରିତ ଏକ ସର୍ଟ ଫିଲ୍ମ ପ୍ରସ୍ତୁତିରେ ଲାଗିଛନ୍ତି ଶିବ ପ୍ରସାଦ ପରିଡା ।