ଆଜିଠୁ ମାଟ୍ରିକ୍ ପରୀକ୍ଷା, ଏମିତି ରହିଛି ପ୍ରସ୍ତୁତି
Advertisement

ଆଜିଠୁ ମାଟ୍ରିକ୍ ପରୀକ୍ଷା, ଏମିତି ରହିଛି ପ୍ରସ୍ତୁତି

ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା

ଫାଇଲ ଫଟୋ

କଟକ: ଆଜି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ମାତୃଭାଷା ପରୀକ୍ଷା ହେଉଛି । ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଆଉ ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାଶ ପ୍ରସ୍ତୁତି ମଧ୍ୟ ହୋଇଛି । ପରୀକ୍ଷା ପରିଚାଳନାରେ ଯେପରି କୌଣସି ପ୍ରକାର ତ୍ରୁଟି ଦେଖା ନ ଯିବ, ସେ ଉପରେ ଗୁରୁତ୍ୱାରୋପ କରାଯାଇଛି । 

ତେବେ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ପାଇଁ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ର ଖୋଲୁଛି । ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨।୩୦ରେ ସରିବ । ମାଟ୍ରିକ ପରୀକ୍ଷା ପାଇଁ ଏଥର ୨ ହଜାର ୮୮୮ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ପରୀକ୍ଷା ହଲରେ ହିଁ ପ୍ରଶ୍ନ ପ୍ୟାକେଟ୍ ଖୋଲାଯିବ । ପ୍ରଶ୍ନପତ୍ର ଖୋଲିବା ବେଳେ ୨ ପରୀକ୍ଷାର୍ଥୀ ସାକ୍ଷୀ ରହିବେ । ପରୀକ୍ଷାର୍ଥୀ OK ରିପୋର୍ଟ ପରେ ବଣ୍ଟାଯିବ ପ୍ରଶ୍ନପତ୍ର । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବା ଉପରେ କଟକଣା ଲାଗିଥିବା ବେଳେ ୧ ହଜାର ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା ହୋଇଛି । 

ଆହୁରି ପଢ଼ନ୍ତୁ; ଅହମ୍ମଦାବାଦରେ ପହଞ୍ଚିଲେ ଆମେରିକା ସୁରକ୍ଷାକର୍ମୀ