ରାତି ପାହିଲେ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତି ଶେଷ
Advertisement

ରାତି ପାହିଲେ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତି ଶେଷ

ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପ୍ରଶ୍ନପତ୍ରଗୁଡ଼ିକ ଜିଲାରେ ଥିବା ୧୨ଟି ନୋଡ଼ାଲ ସେଣ୍ଟରେ ରଖାଯାଇଛି ।

ରାତି ପାହିଲେ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତି ଶେଷ

ବାଲେଶ୍ୱର: ରାତି ପାହିଲେ ଛାତ୍ରଛାତ୍ରୀଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମେଟ୍ରିକ୍‌ ପରୀକ୍ଷା । ସେ ପାଇଁ ଅଭିଭାବକ, ଛାତ୍ରଛାତ୍ରୀ ପ୍ରସ୍ତୁତି ସାରିଥିବା ବେଳେ, ପରୀକ୍ଷାର ସୁପରିଚାଳନା ସହିତ ତ୍ରୁଟିମୁକ୍ତ କରାଇବାକୁ ପ୍ରଶାସନ ମଧ୍ୟ ପ୍ରସ୍ତୁତ ହୋଇଯାଇଛି । ବାଲେଶ୍ୱରର ୫୧୨ଟି ସ୍କୁଲରୁ ୩୦ ହଜାର ୬୧୩ ଜଣ ଛାତ୍ରଛାତ୍ରୀ ୧୫୧ଟି ସେଣ୍ଟରରେ ପରୀକ୍ଷା ଦେବେ ।

ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପ୍ରଶ୍ନପତ୍ରଗୁଡ଼ିକ ଜିଲାରେ ଥିବା ୧୨ଟି ନୋଡ଼ାଲ ସେଣ୍ଟରେ ରଖାଯାଇଛି । ପରୀକ୍ଷାରେ କପି ରୋକିବାକୁ ରାଜ୍ୟସ୍ତରରେ ଗୋଟିଏ ଓ ଜିଲା ସ୍ତରରେ ୩ଟି ଫ୍ଲାଇଁ ସ୍କ୍ୱାଡ଼ କରାଯାଇଛି । ସେହିପରି ୫୪ଟି ସେଣ୍ଟରରେ ସିସିଟିଭି ଲଗାଯିବା ସହିତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ମଧ୍ୟକୁ କୗଣସି ଇଲେକ୍ଟ୍ରୋନିକ୍ସ ଗେଜେଟସ୍‌ ନନେବାକୁ ପରାମର୍ଶ ଦିଆଯାଇଛି । ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ତରଫରୁ ଚେତବନୀ ଦିଆଯାଇଛି ।

ତେବେ ଆସନ୍ତାକାଲି ସକାଳ ୬ଟାରୁ ସାଢେ ୮ଟା ମଧ୍ୟରେ ନୋଡ଼ାଲ ସେଣ୍ଟରଗୁଡ଼ିକରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପଠାଇ ଦିଆଯିବ । ପରୀକ୍ଷାର୍ଥୀମାନେ ସକାଳ ୯ଟାରେ କେନ୍ଦ୍ର ମଧ୍ୟକୁ ଯାଇପାରିବେ ବୋଲି ବୋର୍ଡ଼ ତରଫରୁ ସୂଚନା ଦିଆଯାଇଛି ।