କଟକରେ ଅଘଟଣ; ଗୁଡ଼ି ସୂତା ଲାଗି କଟିଗଲା ବେକ
Advertisement
Article Detail0/zeeodisha/odisha1056400

କଟକରେ ଅଘଟଣ; ଗୁଡ଼ି ସୂତା ଲାଗି କଟିଗଲା ବେକ

ବେକରୁ ପ୍ରବଳ ରକ୍ତ ସ୍ରାବ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ମେଡିକାଲକୁ ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି।

କଟକରେ ଅଘଟଣ; ଗୁଡ଼ି ସୂତା ଲାଗି କଟିଗଲା ବେକ

କଟକ: ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ ବେକ କଟି ଭଇରିପୁର ଅଞ୍ଚଳର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି। ଅପରାହ୍ଣରେ ସ୍ବାମୀ ସ୍ତ୍ରୀ ବାଇକ୍ ରେ ଯାଉଥିବା ସମୟରେ ହଠାତ୍ ଗାଡ଼ି ରୁ ଜୟନ୍ତ ପଡ଼ିଯାଇଥିଲେ। କାରଣ ଜୟନ୍ତଙ୍କ ବେକରେ ଲାଗିଯାଇଥିଲା ଗୁଡ଼ି ସୂତା । ଯାହା ଫଳରେ ଜୟନ୍ତଙ୍କ ବେକ ଗଭୀର ଭାବରେ କଟିଯାଇଥିଲା । 

ପରେ ବେକରୁ ପ୍ରବଳ ରକ୍ତ ସ୍ରାବ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ମେଡିକାଲକୁ ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ପରେ ଏହି ଘଟଣା ସମ୍ପର୍କରେ ଯୁବକଙ୍କ ସ୍ତ୍ରୀ ଥାନା (Police station)ରେ ଅଭିଯୋଗ କରିବା ପରେ ପୋଲିସ ଯାଇ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରିଛି।

Also Read: ହଟିଲା ତପସ୍ୱିନୀଙ୍କ ମିଛ ଅଭିଯୋଗ ଉପରୁ ପରଦା...

ତେବେ ଏଥିରୁ ସ୍ପଷ୍ଟ ଯେ, ଗୁଡି (Kite Yarn) ଉଡାଇବା ପାଇଁ ମାଞ୍ଜାସୂତା ହିଁ ବ୍ୟବହାର କରାଯାଉଛି। ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ। ସୂଚନାନୁସାରେ, ଗତ ଜୁନ ମାସରେ ଜୟନ୍ତଙ୍କ ବିବାହ ହୋଇଥିଲା। ତେବେ ଏମିତି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।