ହଟିଲା ତପସ୍ୱିନୀଙ୍କ ମିଛ ଅଭିଯୋଗ ଉପରୁ ପରଦା...
Advertisement
Article Detail0/zeeodisha/odisha1056330

ହଟିଲା ତପସ୍ୱିନୀଙ୍କ ମିଛ ଅଭିଯୋଗ ଉପରୁ ପରଦା...

ଦିର୍ଘ ଦିନ ଧରି ନ୍ଯାୟ ଦାବି ରେ ବସି ରହିଥିବା ତପସ୍ବିନୀ ଏବେ ସୁମିତ ଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିନେବା ଲାଗି କୋହଭରା କଣ୍ଠରେ ଆକୁଳ ନିବେଦନ କରିବା ସହ ବିଶ୍ବାସ ର ସଂଜ୍ଞା ସିଖାଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । 

ହଟିଲା ତପସ୍ୱିନୀଙ୍କ ମିଛ ଅଭିଯୋଗ ଉପରୁ ପରଦା...

ଡାକ୍ତର ସୁମିତଙ୍କ ଓକିଲ ବିରୋଧ ରେ ତପସ୍ଵୀନି ଆଣିଥିବା ଅଭିଯୋଗରେ ପଦାକୁ ଆସିଲା ସତ୍ଯତା। ତପସ୍ବିନୀ ରହୁଥିବା ସ୍ଥାନକୁ ବେଡ ରୁମ ଦର୍ଶାଇ କେହି ନଥିବା ସମୟରେ ହଠାତ୍ ସୁମିତ ଙ୍କ ଓକିଲ ରୁମ୍ କୁ ପସି ଆସିଥିବା ଅଭିଯୋଗ ର ପୋଲ ଖୋଲିଛନ୍ତି ସୁମିତ ଙ୍କ ଓକିଲ ସୁରେନ୍ଦ୍ର ବେହେରା। ସିସିଟିଭି ଫୁଟେଜ ଜାରି କରି ତପସ୍ବିନୀ କିଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି ତାର ସ୍ପଷ୍ଟିକରଣ ରଖିବା ପରେ ଅଭିଯୋଗ ର ସତ୍ଯତା ଉପରକୁ ଅଙ୍ଗୁଳି ଉଠିଛି।  ସେପଟେ ଦିର୍ଘ ଦିନ ଧରି ନ୍ଯାୟ ଦାବି ରେ ବସି ରହିଥିବା ତପସ୍ବିନୀ ଏବେ ସୁମିତ ଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିନେବା ଲାଗି କୋହଭରା କଣ୍ଠରେ ଆକୁଳ ନିବେଦନ କରିବା ସହ ବିଶ୍ବାସ ର ସଂଜ୍ଞା ସିଖାଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । 

ତପସ୍ବିନୀ (Tapaswini) ଆଣିଥିବା  ଅଭିଯୋଗ ର କାଉଣ୍ଟର।  ସ୍ପଷ୍ଟିକରଣ ରଖିଲେ ସୁମିତ ଙ୍କ ଓକିଲ । ସି ସି ଟିଭି ଫୁଟେଜ ଖୋଲି ଦେଲା ଅଭିଯୋଗ ର ପୋଲ। ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କଳା କୋଟ ପିନ୍ଧି ମୋଟର ସାଇକେଲ ରେ ତପସ୍ବିନୀ ବସିଥିବା  ଘର ସମ୍ମୁଖରେ ପହଞ୍ଚି ଥିବା ଏହି ଦୁଇ ଜଣ ବ୍ୟକ୍ତି  ହେଉଛନ୍ତି ସୁମିତ ଙ୍କ ଦୁଇଜଣ ଆଡଭୋକେଟ (Advocate)। ଦିର୍ଘ ୩୫ ଦିନ ଧରି  ଗୃହ ବନ୍ଦି ରେ ରହିଥିବା ପରିବାର ଲୋକଙ୍କୁ ସାକ୍ଷାତ କରିବା ସହ କିଛି ଦସ୍ତାବିଜ୍ ରେ ଦସ୍ତଖତ କରାଇବା ଲାଗି ଘର ସମ୍ମୁଖରେ ପହଞ୍ଚି ପୋଲିସ ସହାୟତା ରେ ଘର ଭିତରକୁ ପ୍ରବେଶ କରୁଛନ୍ତି । ହେଲେ ତପସ୍ବିନୀ କାହିଁକି ଏଭଳି ମିଥ୍ୟା ଅଭିଯୋଗ ଆଣି କାହାର ଚରିତ୍ର ସଂହାର କରୁଛନ୍ତି ବୋଲି ଆଡ୍ ଭୋକେଟ ସୁରେନ୍ଦ୍ର ବେହେରା କହିଛନ୍ତି।  

Also Read: 'ଲୌହ ଦାନବର ରକ୍ତ ଭୋଜି': ଆଗ-ପଛ ହୋଇ ଚାଲିଗଲେ ଅଣ୍ଡିରା ଓ ମାଈ ହାତୀ

ସେପଟେ ତପସ୍ବିନୀ ଓ ସୁମିତ (Sumit Tapaswini) ଙ୍କ ପାରିବାରିକ ବିବାଦ ର କୌଣସି ସ୍ପଷ୍ଟ ରାୟ ଆସନ୍ତା କାଲି ଜିଲ୍ଲା କୋର୍ଟ ରେ ପ୍ରକାଶ ପାଇବା କୁ ଥିବା ବେଳେ ତପସ୍ବିନୀ ନିଜ ସ୍ବାମୀଙ୍କୁ ନିଜକୁ ପୁଣି ଥରେ ସ୍ତ୍ରୀ ରୂପରେ ଗ୍ରହଣ କରିନେବାକୁ କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି।  ସୁମିତଙ୍କୁ ତାଙ୍କ ପରିବାର ଲୋକେ କଣ୍ଢେଇ ଭଳି ନଚାଉ ଥିବା ତପସ୍ବିନୀ ଅଭିଯୋଗ ଆଣିବା ସହ ବିଶ୍ବାସ ଓ ବିଶ୍ବାସ ଘାତକତାର ସଂଜ୍ଞା ସିଖାଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ତପସ୍ବିନୀ। 

Also Read: ଗୁଣିଆ ସନ୍ଦେହରେ ଗୁଳିମାଡ଼ ଘଟଣା; ପୂର୍ବତନ ମାଓବାଦୀ ଗିରଫ, AK47 ଓ ଗୁଳି ଜବତ

ସୁମିତ ଓ ତପସ୍ବିନୀ ଙ୍କ କଳହର ଅନ୍ତ ଆସନ୍ତାକାଲି ଘଟିବା ସମ୍ଭାବନା ରହିଥିବା ବେଳେ ଉଭୟ କୋର୍ଟ ଙ୍କ ରାୟକୁ ଗ୍ରହଣ କରିବେ ନା ପୁଣି ଉପର କୋର୍ଟ ର ଆଶ୍ରୟ ନେବେ ତାହା ଉପରେ ସମସ୍ତଙ୍କ ନଜର ।