ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅଛି, ସେଥିରେ ତାଲା ନଖୋଲିଲେ ଭଙ୍ଗାଯିବ: ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ଼ ବୟାନ
Advertisement
Article Detail0/zeeodisha/odisha2324277

ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅଛି, ସେଥିରେ ତାଲା ନଖୋଲିଲେ ଭଙ୍ଗାଯିବ: ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ଼ ବୟାନ

ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ବୈଠକରେ ୧୮ଜଣ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଛି।

ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅଛି, ସେଥିରେ ତାଲା ନଖୋଲିଲେ ଭଙ୍ଗାଯିବ: ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ଼ ବୟାନ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲିବ, ସେନେଇ ନିଷ୍ପତ୍ତି ଆଗାମୀ ୯ ତାରିଖରେ ନିଆଯିବ। ଆଜିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। 

ଶ୍ରୀ ରଥ କହିଛନ୍ତି ଯେ, ଆଗାମୀ ୯ ତାରିଖରେ କମିଟିର ଦ୍ବିତୀୟ ବୈଠକ ସକାଳ ୧୦ଟାରେ ହେବ। ଡୁପ୍ଲିକେଟ୍ ଚାବି ଟ୍ରେଜେରିରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ବୈଠକରେ ୧୮ଜଣ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଛି। ଏହା କରାଯିବା ପରେ କମିଟି କିଛି ନିଷ୍ପତ୍ତିରେ ଉପନୀତ ହୋଇଛି। ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା ସ୍ପଷ୍ଟ ହୋଇଛି। ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନରେ ଅଣାଯିବ ଏବଂ ରତ୍ନଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଯେହେତୁ ଚାବି ଦୀର୍ଘ ଦିନର ହେଲାଣି ତେଣୁ ଏଥିରେ ହୁଏତ କଳଙ୍କି ଲାଗିଥାଇପାରେ। ଯଦି ଏହି ଚାବିରେ ରତ୍ନଭଣ୍ଡାର ନଖୋଲେ ତାହେଲେ ତାଲା ଭଙ୍ଗାଯିବ। ଏନେଇ ସରକାରଙ୍କୁ ଜଣାଇଦେବା ପରେ ତାଙ୍କ ପକ୍ଷରୁ ଯେଉଁ ଏସଓପି ଜାରି କରାଯିବ ଯାହାକୁ ନେଇ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। 

ସେହିପରି ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଥିଲା। ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ନିର୍ଦ୍ଧାରିତ ହୋଇ ପାରିନି।