ସୀମା ଡେଇଁ ଆସୁଛି କୋରୋନା! ଗଜପତିରେ ପ୍ରହସନ ପାଲଟିଛି କଟକଣା
Advertisement

ସୀମା ଡେଇଁ ଆସୁଛି କୋରୋନା! ଗଜପତିରେ ପ୍ରହସନ ପାଲଟିଛି କଟକଣା

ସଂକ୍ରମିତ (Coronavirus) ଭୟ ଦୂର ହୋଇନଥିବା ବେଳେ ବାହାର ରାଜ୍ୟରୁ ଏତେ ସଂଖ୍ୟକ ଲୋକ ଜିଲ୍ଲା (Gajapati) ରେ ପ୍ରବେଶ କରି ଥିବାରୁ ଅଞ୍ଚଳରେ ଏକ ପ୍ରକାର ଆତଙ୍କିତ ହୋଇଛନ୍ତି ଲୋକେ।

ବାହାର ରାଜ୍ୟରୁ ଆସିଥିବା ବୁଲାବିକାଳି

ଗଜପତି: ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏବେବି ଆଂଶିକ କଟକଣା ଜାରି ରହିଛି। ଆନ୍ତଃରାଜ୍ୟ ଗମନାଗମନ ସୁଗମ ହୋଇନି। ଆନ୍ତଃରାଜ୍ୟ ପ୍ରବେଶ ପଥର ନାକା ସ୍ଥଳୀରେ ଚେକିଂ କଡ଼ାକଡ଼ି ରହିଛି। ଏଭଳି ସ୍ଥିତିରେ ଗତକାଲି ସନ୍ଧ୍ୟାରେ ବିହାର ରାଜ୍ୟର ୧୯ରୁ ଊର୍ଦ୍ଧ୍ବ ଲୋକ ବାଇକ ଯୋଗେ ପାରଳାଖେମୁଣ୍ଡି ସହରର କେରାଣ୍ଡି ଅଞ୍ଚଳକୁ ଆସିଥିବା ଦେଖିବାକୁ ମିଳିଛି। 

ସଂକ୍ରମିତ (Coronavirus) ଭୟ ଦୂର ହୋଇନଥିବା ବେଳେ ବାହାର ରାଜ୍ୟରୁ ଏତେ ସଂଖ୍ୟକ ଲୋକ ଜିଲ୍ଲା (Gajapati) ରେ ପ୍ରବେଶ କରି ଥିବାରୁ ଅଞ୍ଚଳରେ ଏକ ପ୍ରକାର ଆତଙ୍କିତ ହୋଇଛନ୍ତି ଲୋକେ। ଖବର ପାଇ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଲୋକମାନଙ୍କୁ ନିକଟସ୍ଥ ମନ୍ଦିର ପରିସରରେ ସେମାନଙ୍କ ଖାଦ୍ୟ ପେୟ ବ୍ୟବସ୍ଥା କରି ରାତ୍ରି ଯାପନର ବ୍ୟବସ୍ଥା କରିବା ପାଇଁ ସରପଞ୍ଚଙ୍କୁ କହିଥିଲେ। 

Also Read: ଗୁଣିଆ ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

କୁହାଯାଉଛି ଯେ ଏହି ଲୋକମାନେ ବିଭିନ୍ନ ସମୟରେ ଏଠାକୁ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରିଥାନ୍ତି। ତେବେ ସଂକ୍ରମଣର  ଆଶଙ୍କା ରହିଥିବାରୁ ଏମାନଙ୍କ ପ୍ରବେଶ ଅସୁରକ୍ଷିତ ମନେ ହେଉଛି। ତେବେ ଜିଲ୍ଲା ମଧ୍ୟରେ ବୁଲାବୁଲି କରିବା ପୂର୍ବରୁ ଏମାନଙ୍କ କୋରୋନା ପରୀକ୍ଷା (Covid test) କରିବା ସହ ସରକାରଙ୍କ ଗାଇଡଲାଇନ ପ୍ରକାରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। 

fallback

ଅନ୍ୟପକ୍ଷରେ ସଧାରଣ ଲୋକ ଓଡିଶା ସୀମାନ୍ତ ଗ୍ରାମକୁ ଜରୁରୀ କାର୍ଯ୍ୟରେ ଯିବା ସମୟରେ ନାକା ପଏଣ୍ଟ ହେଉ କିମ୍ବା ପାଟ୍ରୋଲିଂ କରୁଥିବା ପୋଲିସ ତାଗିଦ୍ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନଜିର ରହିଛି। କିନ୍ତୁ ସଟଡାଉନ ସମୟରେ ମହାରାଷ୍ଟ୍ର, ବିହାରରୁ ଓଡିଶା ଅନେକ ରାଜ୍ୟ ସୀମା ପାର କରି ଏତେ ସଂଖ୍ୟକ ଲୋକ ପାରଳାଖେମୁଣ୍ଡିରେ ପହଞ୍ଚି ପାରିଲେ। ବାଇକ ଯୋଗେ ଜଣେ କି ଦୁଇ ଜଣ ନୁହଁ, ୧୯ରୁ ଊର୍ଦ୍ଧ୍ବ ବ୍ୟକ୍ତି ତାହା ସମସ୍ତଙ୍କୁ ଚକିତ କରିବା ସହ ସୀମାରେ ରହିଥିବା ତନଖି ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।