ଗୁଣିଆ ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ
Advertisement

ଗୁଣିଆ ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ଗୁଣିଆ ସନ୍ଦେହରେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଜୀବନରେ ମାରିଦେଇଛନ୍ତି। ମୃତକ ଜଣକ ବ୍ରହ୍ମପୁର ଅଂଚଳର ଏନ୍.ଭେଙ୍କଟ ରମଣ(୫୦) ବୋଲି ଜଣାପଡିଛି। ଏହାସହ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି।

ପ୍ରତିକାତ୍ମକ ଫଟୋ

ଗଞ୍ଜାମ: ଜିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଂଚାୟତ  ରାମେୟାପଲ୍ଲୀ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଆ ସନ୍ଦେହରେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଜୀବନରେ ମାରିଦେଇଛନ୍ତି। ମୃତକ ଜଣକ ବ୍ରହ୍ମପୁର ଅଂଚଳର ଏନ୍.ଭେଙ୍କଟ ରମଣ(୫୦) ବୋଲି ଜଣାପଡିଛି। ଏହାସହ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ମିଳିଥିବା ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ନାମକ ଜଣେ ବ୍ୟକ୍ତି କୌଣସି କାରଣରୁ ପୂଜାପାଠ କରିବା ଲାଗି ବ୍ରହ୍ମପୁର ଅଂଚଳର ଏନ୍.ଭେଙ୍କଟ ରମଣ ଏବଂ ପି.ଧବଳେଶ୍ୱରକୁ ଗ୍ରାମକୁ ଡାକିଥିଲେ। ସେମାନେ ଭୀମରାଜୁଙ୍କ କଥାରେ ରାଜି ହୋଇ ଗତକାଲି ଗ୍ରାମକୁ ଆସି ପୂଜାପାଠ କରୁଥିଲେ। ହେଲେ ଗ୍ରାମବାସୀ ପୂର୍ବରୁ ଭୀମରାଜୁ ତାନ୍ତ୍ରିକ ଶିକ୍ଷା କରୁଛି ବୋଲି ସନ୍ଦେହ କରି ଆସୁଥିଲେ। ଗ୍ରାମରେ ଅନ୍ୟ ଦୁଇଜଣଙ୍କୁ ଦେଖି ଗ୍ରାମବାସୀଙ୍କ ଆହୁରି ସନ୍ଦେହ ଜାତ ହୋଇଥିଲା। 

Also Read: କୋଣାର୍କ ରାସ୍ତାରେ ଦୁଇ ବାଇକ ମୁହାଁମୁଁହି; ଦୁଇ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର (Berhampur) ର ୨ ଜଣ ବ୍ୟକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମରେ ତାନ୍ତ୍ରିକ ପୂଜା (Tantrik Puja) ହେଉଥିବା ନେଇ ଗ୍ରାମବାସୀ ସେମାନଙ୍କ ସହ ବଚାସା ହେବା ସହ ହାତହାତି ହୋଇଥିଲେ। ଶେଷରେ ସେମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଶେଷରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନା (MKCG) ରେ ଭର୍ତ୍ତି  କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏନ୍.ଭେଙ୍କଟଙ୍କ ମୃତ୍ୟୁ ହୋଇଥିଲା। 

ସୂଚନା ପାଇ ଘଟଣା ସ୍ଥଳେ ଗଞ୍ଜାମ ଅତିରିକ୍ତ ଏସ୍.ପି. ଠାକୁର ପ୍ରସାଦ ପାତ୍ର, ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି। ଏନ୍.ଭେଙ୍କଟ ରମଣଙ୍କ ପୋଷ୍ଟମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ଏହି ଆକ୍ରମଣ ଘଟଣାରେ କେଉଁମାନଙ୍କୁ ଗିରଫ କରାଯାଇଛି, ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।