ବାଲୁଗାଁ ବସ ଦୁର୍ଘଟଣାରେ ତିନି ଛାତ୍ରଛାତ୍ରୀ ମୃତ; ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମିଳିବ କ୍ଷତିପୁରଣ
Advertisement
Article Detail0/zeeodisha/odisha1036083

ବାଲୁଗାଁ ବସ ଦୁର୍ଘଟଣାରେ ତିନି ଛାତ୍ରଛାତ୍ରୀ ମୃତ; ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମିଳିବ କ୍ଷତିପୁରଣ

ଗଞ୍ଜାମର ଗୋପାଳପୁରର କିଛି ତୀର୍ଥଯାତ୍ରୀ ଘଟଗାଁ ତାରିଣୀ ଦର୍ଶନ ସାରି ବସ ଯୋଗେ ଘରକୁ ଫେରୁଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଭରବ୍ରିଜ ନିକଟରେ ବସକୁ ଏକ ଦୃତଗାମୀ ଟ୍ରକ ପଛପଟୁ ଧକ୍କା ଦେଇଥିଲା। 

ଡିଜାଇନ୍ ଫଟୋ

ଖୋର୍ଦ୍ଧା: ଶନିବାର ବିଳମ୍ବିତ ରାତିରେ ବାଲୁଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟରେ ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତିପୁରଣ ଘୋଷଣା କରିଛନ୍ତି।

ସୂଚନାନୁସାରେ, ଗଞ୍ଜାମର ଗୋପାଳପୁରର କିଛି ତୀର୍ଥଯାତ୍ରୀ ଘଟଗାଁ ତାରିଣୀ ଦର୍ଶନ ସାରି ବସ ଯୋଗେ ଘରକୁ ଫେରୁଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଭରବ୍ରିଜ ନିକଟରେ ବସକୁ ଏକ ଦୃତଗାମୀ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌-ଟ୍ରକ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୭ ଜଣ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

Also Read: ବିଶ୍ୱରେ ଆତଙ୍କ ଖେଳାଇଲା ‘Omicron’, ଶୀଘ୍ର ଆସୁଛି ବୁଷ୍ଟର ଡୋଜ୍

ଦୁର୍ଘଟଣାର ମୃତକ ରଙ୍ଗେଇଲୁଣ୍ଡା ଅଞଳର ୨ ଜଣ ଛାତ୍ର ଓ ଜଣେ ଛାତ୍ରୀ ବୋଲି ଚିହ୍ନଟ କରାଯାଇଛି। ତିନି ମୃତକମାନେ ହେଲେ, ଭେଙ୍କଟରାୟପୁର ଗାଁର ଗଙ୍ଗାଧର ମହାରଣା ଓ ଇ. ଲୋଇଦାସ, ଅଲିପୁର ଗାଁର ପ୍ରମୀଳା ବେହେରା। ଘଟଗାଁ ତାରିଣୀ ଦର୍ଶନ ସାରି ଗଞ୍ଜାମର ଗୋପାଳପୁରକୁ ଫେରିବା ବେଳେ ଘଟିଛି ଦୁର୍ଘଟଣା ଘଟିଛି। 

ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହ ଦୁର୍ଘଟଣାରେ ଆହତ ଛାତ୍ରଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।