କନ୍ଧମାଳ ପୋଲିସକୁ ବଡ଼ ସଫଳତା, ଅପରେସନ ବେଳେ ୪ ମାଓବାଦୀଙ୍କୁ ଏନକାଉଣ୍ଟର
Advertisement

କନ୍ଧମାଳ ପୋଲିସକୁ ବଡ଼ ସଫଳତା, ଅପରେସନ ବେଳେ ୪ ମାଓବାଦୀଙ୍କୁ ଏନକାଉଣ୍ଟର

ମୃତ ମାଓବାଦୀମାନେ  ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଗ୍ରୁପ ସଦସ୍ୟ ବୋଲି ଜଣାପଡିଛି ।

ପ୍ରତୀକାତ୍ମକ ଫଟୋ

ଚିତ୍ତରଞ୍ଜନ ନାୟକ, ବାଲିଗୁଡ଼ା: କନ୍ଧମାଳରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏଥିରେ ୪ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ଆସୁଛି । ସେହିପରି ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀମାନେ  ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଗ୍ରୁପ ସଦସ୍ୟ ବୋଲି ଜଣାପଡିଛି ।

ଆଜି ଭୋରରୁ ବାଲିଗୁଡା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ ଅନ୍ତର୍ଗତ ବଙ୍ଗେର ଗାଁ ପାହଡ଼ରେ ଏହି ଏନକାଉଣ୍ଟର ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ଅପରେଶନ ଆରମ୍ଭ କରିଥିଲେ ଡିଭିଏଫ(ଡିଷ୍ଟ୍ରିକ୍ଟ ଭଲ୍ୟିଣ୍ଟାରୀ ଫୋର୍ସ ) ଓ ଏସଓଜି । ତେବେ ମାଓକ୍ୟାମ୍ପରେ ଚଢ଼ାଉ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏବେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜାରିରହିଛି ।