ଭତ୍ତାରୁ ବଞ୍ଚିତ ୫୨ ହିତାଧିକାରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ
Advertisement
Article Detail0/zeeodisha/odisha1361611

ଭତ୍ତାରୁ ବଞ୍ଚିତ ୫୨ ହିତାଧିକାରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ହାଟଡ଼ିହି ବ୍ଲକ ସମଣା ପଞ୍ଚାୟତରେ। ପଞ୍ଚାୟତ ର ୫୨ ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। 

ଭତ୍ତାରୁ ବଞ୍ଚିତ ୫୨ ହିତାଧିକାରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ଆନନ୍ଦପୁର (ନାରାୟଣ ସାହୁ): ଅବହେଳିତ ଗରିବ ଭିନ୍ନକ୍ଷମଙ୍କ ଜୀବନ ଜୀବିକା ନିର୍ବାହରେ କିଛି ମାତ୍ରାରେ ସହାୟକ ନିମନ୍ତେ ସରକାର ଦିଅନ୍ତି ଭତ୍ତା ସହାୟତା। ଏହି ସହାୟତା ଉଚିତ୍ ହିତାଧିକାରୀଙ୍କୁ ବ୍ଲକ ମାଧ୍ୟମରେ ଯୋଗାଇ ଦିଆଯାଇଥାଏ ହେଲେ ଏହି ଭତ୍ତା ଯୋଗାଣରେ ସୁଧାର ଆଣିବା କୁ ନୂତନ ଭାବରେ ବ୍ୟାଙ୍କ୍ ଖାତାକୁ ନିର୍ଦ୍ଧାରିତ ଭତ୍ତା ଟଙ୍କା ପଠା ଯାଉଥିବା ବେଳେ ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି।

କିଏ ଘୁଷୁରି ଘୁଷୁରି ତ ଆଉ କିଏ ବାଡ଼ିଟିଏ କୁ ଆଶ୍ରା କରି ଭତ୍ତା ଟଙ୍କା ପାଇବାକୁ ଦୌଡ଼ିଛନ୍ତି । ଦୀର୍ଘ ୪ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଭତ୍ତା ଟଙ୍କାରୁ ବଞ୍ଚିତ ହୋଇଥିବା ଏହି ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କ ଭିତରୁ କାହା ପାଖରେ ଔଷଧ ଟିକେ କିଣିବାକୁ ପଇସା ନାହିଁ ତ କିଏ ଖାଇବା କୁ ନପାଇ ଭୋକ ଉପାସରେ ଦିନ କାଟୁଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ହାଟଡ଼ିହି ବ୍ଲକ ସମଣା ପଞ୍ଚାୟତରେ। ପଞ୍ଚାୟତ ର ୫୨ ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତନ୍ମଧ୍ୟରୁ ୪୧ ଜଣ ଭିନ୍ନକ୍ଷମ ଓ ଅନ୍ୟମାନେ ବିଧବା ମହିଳା। ଏହି ହିତାଧିକାରୀ ମାନେ ପୁର୍ବରୁ ସଠିକ୍ ଭାବେ ଭତ୍ତା ଟଙ୍କା ପାଉଥିଲେ ହେଲେ ଏବେ ଅନଲାଇନ ମାଧ୍ୟମରେ ଭତ୍ତା ବ୍ୟବସ୍ଥା କରାଯିବା ପର ଠାରୁ ଏମାନେ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଅବଗତ କରାଇବାକୁ ହିତାଧୀକାରୀ ମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଦୌଡୁଥିଲେ ବି ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଅନ୍ୟ ପକ୍ଷରେ ଅନଲାଇନ ବ୍ୟବସ୍ଥା ପରେ ବ୍ୟାଙ୍କ୍ କୁ ଟଙ୍କା ଆସୁଥିବାରୁ ୧୫ରୁ ୨୦ କିଲୋମିଟର ଦୂର ବାଟ ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଇବା କିଛି ହିତାଧୀକାରୀ ଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଯେଉଁଥି ପାଇଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ପୂର୍ବଭଳି ପଞ୍ଚାୟତ ରେ ଭତ୍ତା ଦେବାକୁ ଦାବି ହେଉଛି। ଘଟଣା ର ତଦନ୍ତ କରି ତୁରନ୍ତ ଭତ୍ତା ପାଇନଥିବା ହିତାଧୀକାରୀ ମାନଙ୍କୁ ଟଙ୍କା ଯୋଗାଇବାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ।

ମାସେ ନୁଁହ କି ଦୁଇମାସ ନୁଁହ ଦୀର୍ଘ ୪ ମାସ ଧରି ଭତ୍ତା ଟଙ୍କାରୁ ବଞ୍ଚିତ ହୋଇ ନାନାଦି ଦୁଃଖ ଭୋଗୁଛନ୍ତି ଭିନ୍ନକ୍ଷମ ଓ ବିଧବା ମହିଳା ମାନେ । ତୁରନ୍ତ ଏସବୁର ସମାଧାନ କରି ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାର ଆବଶ୍ୟକତା ରହିଛି।

ଅଧିକ ପଢନ୍ତୁ: ଆଧ୍ୟାତ୍ମିକ ବ୍ୟକ୍ତି ନିଜ SEX LIFEକୁ ନେଇ ଅତ୍ୟନ୍ତ ସନ୍ତୁଷ୍ଟ: ରିପୋର୍ଟ

ଅଧିକ ପଢନ୍ତୁ: ମନ୍ଦିର ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି, ଏପରି କହି ୟୁକେ କାନାଡ଼ାକୁ ଶକ୍ତି ଦେଖାଇଲା ଭାରତ

ଅଧିକ ପଢନ୍ତୁ: ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ସଫଳ କ୍ୟାରିୟର ପଛରେ ଥିଲା ସଂଘର୍ଷର କାହାଣୀ

ଅଧିକ ପଢନ୍ତୁ: ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ