Vedvyas Mela 2023: କମ୍ପୁଛି ବେଦବ୍ୟାସ ପୀଠ, ମୀନାବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଉଛନ୍ତି ରାଉରକେଲାବାସୀ
Advertisement
Article Detail0/zeeodisha/odisha1577999

Vedvyas Mela 2023: କମ୍ପୁଛି ବେଦବ୍ୟାସ ପୀଠ, ମୀନାବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଉଛନ୍ତି ରାଉରକେଲାବାସୀ

Vedvyas Mela 2023 In Odia News: ଦୀର୍ଘ ଦୁଇବର୍ଷର କୋରୋନା କଟକଣା ପରେ ସୁନ୍ଦରଗଡ଼ ଜିଲ୍ଲା,ରାଉରକେଲାର (Rourkela)ପୁରାଣ ପ୍ରସିଦ୍ଧ ତ୍ରିବେଣୀ ସଙ୍ଗମ ତଥା ମହାଭାରତ ର ରଚୟିତା ମହର୍ଷି ବ୍ୟାସ ଦେବଙ୍କ ଜନ୍ମ ପୀଠ,ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ଧୁମଧାମରେ ପାଳନ କରାଯାଇଛି। ଏନେଇ ବେଦ୍ୟାବସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

Vedvyas Mela 2023: କମ୍ପୁଛି ବେଦବ୍ୟାସ ପୀଠ, ମୀନାବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଉଛନ୍ତି ରାଉରକେଲାବାସୀ

Vedvyas Mela 2023 In Odia News: ଦୀର୍ଘ ଦୁଇବର୍ଷର କୋରୋନା କଟକଣା ପରେ ସୁନ୍ଦରଗଡ଼ ଜିଲ୍ଲା,ରାଉରକେଲାର (Rourkela)ପୁରାଣ ପ୍ରସିଦ୍ଧ ତ୍ରିବେଣୀ ସଙ୍ଗମ ତଥା ମହାଭାରତ ର ରଚୟିତା ମହର୍ଷି ବ୍ୟାସ ଦେବଙ୍କ ଜନ୍ମ ପୀଠ,ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ଧୁମଧାମରେ ପାଳନ କରାଯାଇଛି। ଏନେଇ ବେଦ୍ୟାବସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। କୋରୋନା କଟକଣା ନଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଶିବରାତ୍ରୀ ସକାଳୁ ହଜାର ହଜାର ଭକ୍ତ ବେଦବ୍ୟାସ ଶୈବ ପୀଠ କୁ ଆସିଥିବା ବେଳେ, ସନ୍ଧ୍ୟା ପରେ ବଢିଥିଲା ଭକ୍ତଙ୍କ ଆଗମନ। ସନ୍ଧ୍ୟାରୁ ଭକ୍ତ ମାନେ ଜାଗର ଜାଳି ବସିବା ଆରମ୍ଭ କରିଥିବା ବେଳେ,ରାତି ବେଳକୁ ଲକ୍ଷାଧିକ ଭକ୍ତ ଦେବଦେବ ମହାଦେବଙ୍କୁ ଦର୍ଶନ ସହିତ ଦୀପ ଜାଳି ମହାଦେବଙ୍କ ଆଶିଷ ମାଗିଥିଲେ। ପୁରୁଣା କୀର୍ତ୍ତିରାଜି ହିସାବରେ ଚଳିତ ବର୍ଷ ବେଦବ୍ୟାସ ପୀଠରେ ଅନେକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇ କରାଯାଇଛି। 

ଅନ୍ୟପଟେ ପ୍ରତିବର୍ଷ ଏଠାରେ ମହାଶିବରାତ୍ରୀରୁ ମେଳା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଶିବରାତ୍ରୀରୁ (ଗତକାଲି)ରୁ ମେଳା ଆରମ୍ଭ ହୋଇଛି । ଏହି ମେଳାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଅର୍ଥାତ ୧୮ତାରିଖରୁ ଆରମ୍ଭ ହୋଇଥିବା ମେଳା ମାର୍ଚ୍ଚ ୫ତାରିଖ ଯାଏଁ ଚାଲିବ ।କୋରୋନା କଟକଣା ପୂର୍ବରୁ ମହାଶିବରାତ୍ରୀ ପାଇଁ ବେଦବ୍ୟାସ ପୀଠରେ (Vedvyas Mela ) ପ୍ରତିବର୍ଷ ୧୫ ଦିନ ଧରି ମେଳା ଆୟୋଜନ କରାଯାଉଥିଲା। ଚଳିତ ବର୍ଷ ଏହି ଅବଧିକୁ ଆଉ ଗୋଟିଏ ଦିନ ବଢ଼ାଯାଇ ୧୬ ଦିନ କରାଯାଇଛି। ଯେଉଁଥିରେ ବିଭିନ୍ନ ପ୍ରକାର ଦୋଳି ରୁ ଆରମ୍ଭ କରି ମିନାବଜାର,ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦୦ରୁ ଉର୍ଦ୍ଧ ବ୍ୟବସାୟୀମାନେ ଏଠାରେ ବ୍ୟବସାୟର ପସରା ମେଲାଇଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ବିଭିନ୍ନ ସାମଗ୍ରୀ ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

Also Read : Rakhi Sawant Pregnancy: 'ଡାକ୍ତରଙ୍କ ବାରଣ ସତ୍ତ୍ବେ ବି ଆଦିଲ୍ ରଖୁଥିଲା ଶାରୀରିକ ସମ୍ପର୍କ'

Also Read : Urfi Javed: ଥମିନି ବିବାଦ, ପୁଣି ଟାନ୍ସପରେଣ୍ଟ ବିକିନିରେ ନଜର ଆସିଲେ ଉର୍ଫି

ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୧୦୦ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ୫୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ଏବଂ ରବର ବୋର୍ଟ ମହଜୁଦ ରଖାଯାଇଛି। ଏହି ମେଳାରେ ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ ହୋଇଛନ୍ତି। ମେଳାରେ ଆଲୋକୀକରଣ ଓ ବେଦବ୍ୟାସ ମନ୍ଦିରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Also Read : World's Loneliest House: ବିଳାସମୟରେ 'ଆଣ୍ଟିଲ୍ୟା'କୁ ପଛରେ ପକାଇବ ଏପରି ଏକ ଘର, ଯେଉଁଠାରେ ଚାଲେ 'ଭୂତ'ଙ୍କ ରାଜୁତି

Also Read : Viral News: ବିମାନରେ ମହିଳାଙ୍କ ଅଜବ କାରନାମା , ଏହି କାରଣରୁ ସର୍ବସମ୍ମୁଖରେ ନିଜର ଡ୍ରେସ ଖୋଲିଦେଲେ