PMGSY corruption : ନିର୍ମାଣର ମାସକରେ ରାସ୍ତା ପାଲଟିଲା ଗୋଚର ଭୂଇଁ! ପିଠା ଭଳି ଉଠୁଛି ପିଚୁ
Advertisement

PMGSY corruption : ନିର୍ମାଣର ମାସକରେ ରାସ୍ତା ପାଲଟିଲା ଗୋଚର ଭୂଇଁ! ପିଠା ଭଳି ଉଠୁଛି ପିଚୁ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣର ଏକ ମାସ ନପୁରୁଣୁ ରାସ୍ତା ଏବେ ଦୟନୀୟ ପରିସ୍ଥିତି ଦେଖାଦେଇଛି । ହାତ ମାରିଦେଲେ ମାଣ୍ଡିଆ ପିଠା ଭଳି ପିଚୁ ଉଠିଯାଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ମାଟି ଉପରେ ମେଟେଲ ପକାଇବା ସ୍ଥଳେ କେବଳ ପିଚୁ ବଜିରି ବିଛାଯାଇଥିବା ଯୋଗୁଁ ଅନେକ ସ୍ଥାନରେ ଏବେ ଘାସ ଉଠିଗଲାଣି ବୋଲି ସୁବଲୋଡା ଗ୍ରାମର ସନ୍ତୋଷ କୁମାର ବଡମୁଣ୍ଡି, ନିଳାମ୍ବର ବଡମୁଣ୍ଡିଙ୍କ ପରି ଅନେକ ବ୍ୟକ୍ତି କହିଛନ୍ତି । 

PMGSY corruption : ନିର୍ମାଣର ମାସକରେ ରାସ୍ତା ପାଲଟିଲା ଗୋଚର ଭୂଇଁ! ପିଠା ଭଳି ଉଠୁଛି ପିଚୁ

ଗଜପତି: ମାସେ ବି ଗଲାନି ପିଚୁ ରାସ୍ତା ! ରାସ୍ତାର ଅଧିକାଂଶ ସ୍ଥାନରୁ କେଉଁଠି ଉଠିଗଲାଣି ଗୋଡି ତ ଅନ୍ୟକେଉଁଠି ପିଚୁରାସ୍ତା ଉପରେ ଘାସ ଉଠିଛି । ନିମ୍ନମାନର କାମ ଯୋଗୁଁ ଚକଡା ଚକାଡା ହୋଇ ପିଚୁ ଉଠିପଡୁଛି । ଉଠିଯାଉଥିବା ପିଚୁକୁ ହାତରେ ଧରି 'ରାସ୍ତା ନା ମାଣ୍ଡିଆ ପିଠା' ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ? ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତରେ ନିମ୍ନମାନର ରାସ୍ତା କାମ କରି ଅଧପନ୍ଥାରିଆ ଭାବେ ଠିକାଦାର ଛାଡି ଚାଲିଯାଇଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏଠି ସରକାରୀ ଅର୍ଥ ଥିବା ଲୋକେ ଅଭିଯୋଗ କରୁଛନ୍ତି ।

ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ସୁବଲଡା ଗ୍ରାମପଞ୍ଚାୟତ ଠାରୁ କୁରୁକୁରୁ ଗ୍ରାମକୁ ସଂଯୁକ୍ତ କରୁଥିବା ରାସ୍ତା ଅବସ୍ଥା ନ କହିଲେ ଭଲ । ହାତ ମାରିଦେଲେ ରାସ୍ତାରୁ ପିଚୁ ଉଠିଯାଉଛି । ମାତ୍ର ମାସେ ତଳେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ଆଶା ଥିଲା ଏହି ରାସ୍ତା ନିର୍ମାଣ ହେଲେ ଚାରି ଖଣ୍ଡ ଗ୍ରାମବାସୀଙ୍କ ଗମନାଗମନରେ ସୁବିଧା ହୋଇପାରିବ । ହେଲେ ଠିକାଦାର ନିମ୍ନମାନର କାମ କରି ଅଞ୍ଚଳବାସୀଙ୍କୁ ଠକିଦେଇଥିବା ଅଭିଯୋଗ ହୋଇଛି । ପାଞ୍ଚ କିମି ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ସେଠାରେ କୌଣସି ଫଳକ ଲଗାଯାଇନାହିଁ । 

Also Read: Successful surgery in MKCG medical college: ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲଗ୍ଲାସ୍‌, ମଳଦ୍ୱାରରେ ପୁରାଇଥିଲେ ମଦ୍ୟପ ସାଙ୍ଗ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣର ଏକ ମାସ ନପୁରୁଣୁ ରାସ୍ତା ଏବେ ଦୟନୀୟ ପରିସ୍ଥିତି ଦେଖାଦେଇଛି । ହାତ ମାରିଦେଲେ ମାଣ୍ଡିଆ ପିଠା ଭଳି ପିଚୁ ଉଠିଯାଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ମାଟି ଉପରେ ମେଟେଲ ପକାଇବା ସ୍ଥଳେ କେବଳ ପିଚୁ ବଜିରି ବିଛାଯାଇଥିବା ଯୋଗୁଁ ଅନେକ ସ୍ଥାନରେ ଏବେ ଘାସ ଉଠିଗଲାଣି ବୋଲି ସୁବଲୋଡା ଗ୍ରାମର ସନ୍ତୋଷ କୁମାର ବଡମୁଣ୍ଡି, ନିଳାମ୍ବର ବଡମୁଣ୍ଡିଙ୍କ ପରି ଅନେକ ବ୍ୟକ୍ତି କହିଛନ୍ତି । ସୁବଲୋଡା ଗ୍ରାମ ପଞ୍ଚାୟତ ଠାରୁ କୁରୁକୁର ପର୍ଯ୍ୟନ୍ତ ସଂପୁର୍ଣ୍ଣ ରାସ୍ତା ହେବା ପରିବର୍ତ୍ତେ ଗାଁ ଠାରୁ ଅଧକିମି ଦୁରରୁ ରାସ୍ତା କାମ ଆରମ୍ଭ କରାଯାଇଛି । 

fallback

ଠିକାଦାର ରାତାରାତି ରାସ୍ତା କାମକୁ ଅଧପନ୍ଥାରିଆ ଭାବେ କରି ଚାଲିଯାଇଥିବା ବେଳେ ଠୋଲକଟା ଗ୍ରାମ ନିକଟରେ ମେଟେଲ ବିଛାଇ ଛାଡିଦେଇଥିବା ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ଅଭିଯୋଗ କରିଛନ୍ତି । ନିମ୍ନମାନର ରାସ୍ତା କାମ ହୋଇଥିବା ନେଇ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଛି । ତେବେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ନକଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । 

Also Read: Asian Championship: ଜମାଟୋ ବୟରୁ ଜାପାନ ଏସିଆନ ଚାମ୍ପିଅନସିପ: ଇତିହାସ ଲେଖିବେ ଓଡ଼ିଆ ପୁଅ

ସେପଟେ ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚନ୍ଦ୍ରଗିରିସ୍ଥିତ ସହକରୀ ନିର୍ବାହୀ ଯନ୍ତ୍ରୀ, ବିପ୍ର ଚରଣ ବେହେରା କହିଛନ୍ତି ଯେ, ଲୋକଙ୍କ ଅଭିଯୋଗ କପୋଳ କଳ୍ପିତ ଏବଂ ରାସ୍ତା କାମ ସଂପୁର୍ଣ୍ଣ ଠିକ ଅଛି । କିନ୍ତୁ ଅନ୍ୟପଟେ ରାସ୍ତା ଉପରୁ ଚେକା ଚେକା ହୋଇ ପିଚୁ ଉଠୁଥିବା ସମସ୍ତଙ୍କୁ ଦେଖାଯାଉଛି । ତେବେ ଦେଖିବାକୁ ବାକି ରହିଲା ସହକରୀ ନିର୍ବାହୀ ଯନ୍ତ୍ରୀ, ବିପ୍ର ଚରଣ ବେହେରା ଯେଉଁ ଅଭିଯୋଗକୁ କପୋଳ କଳ୍ପିତ ବୋଲି କହୁଛନ୍ତି ତାହାର କାର୍ଯ୍ୟ କେବେ ଶେଷ ହେବ ।

fallback